Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗନ୍ ଲାଇସେନ୍ସ ମିଳିଲା ନୂପୁର ଶର୍ମାଙ୍କୁ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗନ୍ ଲାଇସେନ୍ସ ମିଳିଲା ନୂପୁର ଶର୍ମାଙ୍କୁ

ନୂଆଦିଲ୍ଲୀ: ନିଲମ୍ବିତ ଭାଜପା ନେତା ନୁପୁର ଶର୍ମାଙ୍କୁ ଅସ୍ତ୍ରଶସ୍ତ୍ର ରଖିବା ପାଇଁ ଲାଇସେନ୍ସ ମିଳିଛି । ଗୁରୁବାର ଦିଲ୍ଲୀ ପୋଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି । ନୁପୂର ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ବନ୍ଧୁକ ଲାଇସେନ୍ସ ପାଇଁ ଆବେଦନ କରିଥିଲେ । ପ୍ରଫେଟ୍ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେବା ପରେ କ୍ରମାଗତ ଭାବରେ ତାଙ୍କୁ ହତ୍ୟା ଧମକ ଦିଆଯାଉଥିଲା । ଜୁନ ୨୦୨୨ରେ ଏକ ଟିଭି ବିତର୍କରେ ପ୍ରଫେଟ୍ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ ନୁପୂର । ଏହାକୁ କେବଳ ଦେଶ ନୁହେଁ, ବିଦେଶରେ ମଧ୍ୟ ବହୁ ବିରୋଧ କରାଯାଇଥିଲା । ତାଙ୍କ ବିରୋଧରେ ଅନେକ ରାଜ୍ୟରେ ମାମଲା ରୁଜୁ କରାଯାଇଥିଲା । ଏହି ବିବାଦକୁ ଦୃଷ୍ଟିରେ ରଖି ଭାଜପା ତାଙ୍କୁ ଦଳରୁ ବହିଷ୍କୃତ କରିଥିଲା । ଏହା ପରେ ତାଙ୍କୁ ହତ୍ୟା ଧମକ ଦିଆଯାଉଥିଲା । ଧମକ ପାଇବା ପରେ ନୁପୂର ଶର୍ମା ଆତ୍ମରକ୍ଷା ପାଇଁ ଅସ୍ତ୍ର ରଖିବାକୁ ଅନୁମତି ମାଗିଥିଲେ ।

Leave a Reply