Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ୟୁରାନିୟମ ପାକିସ୍ତାନରୁ ପଠାଯାଇଥିବା ଅଭିଯୋଗ ସତ୍ୟ ଉପରେ ପର୍ଯ୍ୟବେଶିତ ନୁହେଁ : ପାକିସ୍ତାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ୟୁରାନିୟମ ପାକିସ୍ତାନରୁ ପଠାଯାଇଥିବା ଅଭିଯୋଗ ସତ୍ୟ ଉପରେ ପର୍ଯ୍ୟବେଶିତ ନୁହେଁ : ପାକିସ୍ତାନ

ଇସ୍ଲାମାବାଦ : ଲଣ୍ଡନର ହିଥ୍ରୋ ଏୟାରପୋର୍ଟରେ ଧରା ପଡ଼ିଥିବା ୟୁରାନିୟମକୁ ସାରା ବିଶ୍ୱରେ ଚର୍ଚ୍ଚା ଲାଗି ରହିଛି । ଏହି ୟୁରାନିୟମ ପ୍ୟାକେଟ୍ ପାକିସ୍ତାନରୁ ଆସୁଥିବା କୁହାଯାଉଥିବାରୁ ଏ ପ୍ରସଙ୍ଗରେ ପାକିସ୍ତାନ ସରକାରଙ୍କ ବୟାନ ଆସିଛି । ଏହି ୟୁରାନିୟମ ପାକିସ୍ତାନରୁ ପଠାଯାଇଥିବା ଅଭିଯୋଗ ସତ୍ୟ ଉପରେ ପର୍ଯ୍ୟବେଶିତ ନୁହେଁ । ବୁଧବାରଦିନ ବିବିସି ସମେତ ବିଭିନ୍ନ ବ୍ରିଟିଶ ଗଣମାଧ୍ୟମ ଏକ ରିପୋର୍ଟ ପ୍ରକାଶ କରିଥିଲେ ଯେ ଗତ ମାସରେ ଲଣ୍ଡନର ହିଥ୍ରୋ ଏୟାରପୋର୍ଟରେ ପରମାଣୁ ବୋମା ତିଆରିରେ ଲାଗୁଥିବା ୟୁରାନିୟମର ଏକ ପ୍ୟାକେଟ ମିଳିଥିଲା । ପ୍ୟାକେଟଟି ଡିସେମ୍ବର ୨୯ରେ ଓମାନ ଏୟାର ପାସେଞ୍ଜର ବିମାନଦେଇ ହିଥ୍ରୋ ବିମାନବନ୍ଦରର ଟର୍ମିନାଲ ୪ରେ ପହଞ୍ଚିଥିଲା । ଏହା ପାକିସ୍ତାନର କରାଚୀରୁ ଚାଲାଣ ହୋଇଥିବା କୁହାଯାଉଛି । ଲଣ୍ଡନରେ ଥିବା ଜଣେ ଇରାନ ସରକାରଙ୍କ ସଂପର୍କିତ ଏକ କମ୍ପାନି ପାଖକୁ ଏହା ଯାଉଥିଲା । ଏହି ରିପୋର୍ଟର ଉତ୍ତରରେ ପାକିସ୍ତାନ ବୈଦେଶିକ କାର୍ଯ୍ୟାଳୟର ମୁଖପାତ୍ର ମୁମତାଜ ଜାହରା ଗୁରୁବାର ଦିନ କହିଛନ୍ତି ଯେ “ଏହି ବିଷୟରେ ବ୍ରିଟିଶ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଆନୁଷ୍ଠାନିକ ଭାବରେ ପାକିସ୍ତାନ ସରକାରଙ୍କୁ ଦିଆଯାଇନାହିଁ । ଆମେ ବିଶ୍ୱାସ କରୁଛୁ ଯେ ରିପୋର୍ଟଗୁଡିକ ତଥ୍ୟଭିତ୍ତିକ ନୁହେଁ ।” ସେପରି କୌଣସି ପ୍ୟାକେଟ୍ ପାକିସ୍ତାନରୁ ଯାଇନାହିଁ । ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ଯେଉଁ ୟୁରାନିୟମ ଧରା ପଡ଼ିଛି ତାହା ପରମାଣୁ ବୋମା ତିଆରି ଯୋଗ୍ୟ ୟୁରାନିୟମ ନୁହେଁ । କିନ୍ତୁ ଏହାକୁ ଡର୍ଟି ବମ୍ ତିଆରି ପାଇଁ ବ୍ୟବହାର କରିହେବ । ଡାର୍ଟି ବମ ହେଉଛି ସ୍ପଳ୍ପ ଶକ୍ତି ସଂପନ୍ନ ବୋମା ଯାହା ମାଧ୍ୟମରେ ପାରମ୍ପରିକ ବିସ୍ଫୋରକ ସହ ତେଜସ୍କ୍ରିୟ ସାମଗ୍ରୀର ବ୍ୟବହାର କରାଯାଏ ।

Leave a Reply