Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବିଶ୍ୱ ଅର୍ଥନୀତିର ମାନ୍ଦାବସ୍ଥା ସମୟରେ ଭାରତର ସ୍ଥିତି ଉଜ୍ଜ୍ୱଳ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବିଶ୍ୱ ଅର୍ଥନୀତିର ମାନ୍ଦାବସ୍ଥା ସମୟରେ ଭାରତର ସ୍ଥିତି ଉଜ୍ଜ୍ୱଳ


ନୂଆଦିଲ୍ଲ: ଭାରତର ଅର୍ଥନୀତିକୁ ଅନ୍ତର୍ଜାତୀୟ ମୁଦ୍ରା କୋଷ ସକାରାତ୍ମକ ଦିଗରେ ଦେଖୁଛି । ବିଶ୍ୱ ଅର୍ଥନୀତିରେ ଭାରତ ଏକ ଉଜ୍ଜ୍ୱଳ ଜ୍ୟୋତିଷ୍କ ବୋଲି ଆଇଏମ୍ଏଫ୍ କହିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଜାନୁଆରୀ ୧୧ ତାରିଖ ଦିନ ମଧ୍ୟପ୍ରଦେଶ ବୈଶ୍ୱିକ ନିବେଶକ କାର୍ଯ୍ୟକ୍ରମର ସପ୍ତମ ସଂସ୍କରଣକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦ୍ଘାଟନ କରି ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶରେ ମାଇକ୍ରୋଇକୋନୋମିକ ଫଣ୍ଡାମେଂଟାଲର ମଜଭୁତ ସ୍ତରକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଶ୍ୱ ବ୍ୟାଙ୍କ ମଧ୍ୟ ଭାରତର ଦକ୍ଷତା ଜାଣିସାରିଛି । ବିଶ୍ୱ ଅର୍ଥନୀତିର ପ୍ରତିକୂଳ ସ୍ଥିତିକୁ ସାମ୍ନା କରିବା ପାଇଁ ଭାରତ ଭଲ ସ୍ଥିତିରେ ଅଛି ବୋଲି ବିଶ୍ୱବ୍ୟାଙ୍କ ସ୍ୱୀକାର କରିଛି ବୋଲି ମୋଦୀ କହିଛନ୍ତି । ନିବେଶକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ମୋଦୀ ସେଠାରେ ଉପସ୍ଥିତ ଥିବା ନିବେଶକମାନଙ୍କୁ ସ୍ୱାଗତ କରିଥିଲେ । ତା ସହିତ ଭାରତର ବିକାଶ ଦିଗରେ ମଧ୍ୟପ୍ରଦେଶର ଯୋଗଦାନ ବିଷୟରେ କହିଥିଲେ । ରାଜ୍ୟରେ ନିବେଶ କରିବା ପାଇଁ ବିଶ୍ୱର ଉଦ୍ୟୋଗପତିଙ୍କୁ ନିମନ୍ତ୍ରଣ କରିଥିଲେ ମୋଦୀ । ଭାରତର ମଜଭୁତ ଗଣତନ୍ତ୍ର ହିଁ ଦେଶକୁ ନେଇ ଆଶା ସୃଷ୍ଟି କରୁଛି । ଭାରତ ବର୍ତମାନ ସୁଧାର, ପରିବବର୍ତନ ଓ ପ୍ରଦର୍ଶନ ପଥରେ ଅଛି ବୋଲି ମୋଦୀ କହିଛନ୍ତି । ର ସିଇଓ ମୋରଗାନ ଷ୍ଟେନ୍ଲେଙ୍କ କଥାକୁ ଉଦାହରଣ ଦେଇ ମୋଦୀ କହିଛନ୍ତି ଯେ ଭାରତ ଆସନ୍ତା ୪-୫ ବର୍ଷ ଭିତରେ ବିଶ୍ୱର ତୃତୀୟ ବଡ଼ ଅର୍ଥନୀତିର ଦେଶ ହେବ । ଏହି ଦଶନ୍ଧୀ କେବଳ ଭାରତରେ ନୁହେଁ ବରଂ ଏହି ଶତାବ୍ଦୀ ଭାରତର ବୋଲି ମୋଦୀ କହିଛନ୍ତି ।

Leave a Reply