Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ତାଲିବାନ ନିଜ କଥା ବଦଳାଇଲା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ତାଲିବାନ ନିଜ କଥା ବଦଳାଇଲା


ନୂଆଦିଲ୍ଲୀ : ସ୍କୁଲ ଓ ୟୁନିଭର୍ସିଟିରୁ ମହିଳାଙ୍କୁ ବ୍ୟାନ୍ କରିବା ପରେ ନାରୀ ଶିକ୍ଷା ନେଇ ବିବୃତି ଜାରି କରିଛି ତାଲିବାନୟ । କହିଛି ଦେଶରେ ମହିଳାଙ୍କ ଶିକ୍ଷାକୁ ବ୍ୟାନ୍ କରାଯାଇ ନାହିଁ ବରଂ ସ୍ଥଗିତ ରଖାଯାଇଛି । ଅର୍ଥାତô ତାଲିବାନ ରାଜ୍ୟରେ ନାରୀ ଶିକ୍ଷା ପ୍ରତି ଏବେ ବି ସମ୍ଭାବନା ରହିଛି । ୨୦୨୨ ଡିସେମ୍ବର ମାସରେ ତାଲିବାନ ଦେଶର ସମସ୍ତ ମହିଳାଙ୍କୁ ୟୁନିଭର୍ସିଟି ଓ କଲେଜ୍ ଯିବାକୁ ଉପରେ ବ୍ୟାନ ଲଗାଇଥିଲାୟ ପରବର୍ତୀ ନିଷ୍ପତି ନ ଆସିବା ଯାଏ ମହିଳାମାନେ କଲେଜ୍ କି ୟୁନିଭର୍ସିଟି ଯାଇପାରିବେ ନାହିଁ ବୋଲି ତାଲିବାନ କହିଥିଲେ । ହେଲେ ଜାନୁଆରୀ ଶେଷ ହେବା ଆଡ଼କୁ ଯାଉଥିବା ବେଳେ ମହିଳାଙ୍କ ଶିକ୍ଷା ପାଇଁ ତାଲିବାନ ସରକାରଙ୍କର ପକ୍ଷରୁ କୌଣସି ନୂଆ ଘୋଷଣା କରାଯାଇ ନାହିଁ । ଷଷ୍ଠ ଶ୍ରେଣୀ ପରେ ମହିଳାଙ୍କ ଶିକ୍ଷ ଉପରେ ବ୍ୟାନ ଲଗାଇଥିବାରୁ ଦେଶରେ ପ୍ରବଳ ବିରୋଧ ଦେଖିବାକୁ ମିଳିଥିଲା । ହେଲେ ଏବେ ମହିଳାଙ୍କ ଶିକ୍ଷା ସ୍ଥଗିତ ନେଇ ତାଲିବାନ ପକ୍ଷରୁ ଜାରି ହୋଇଥିବା ବୃବିତିକୁ ନେଇ ଏହାର ପ୍ରବକ୍ତା କହିଛନ୍ତି ମୁଁ ଏହା ସ୍ପଷ୍ଟ କରିଦେବାକୁ ·ହେଁ ଯେ ମହିଳା ଶିକ୍ଷା ପାଇଁ କୌଣସି ସ୍ଥାୟୀ ବ୍ୟାନ୍ ନାହିଁ । ଯେପର୍ଯ୍ୟନ୍ତ ଏଥିପାଇଁ ସୁବ୍ୟବସ୍ଥା ଓ ପରିବେଶ ତିଆରି କରା ନଯାଇଛି ସେ ପର୍ଯ୍ୟନ୍ତ ମହିଳା ଶିକ୍ଷାକୁ ସ୍ଥଗିତ ରଖାଯାଇଛି । ଇଣ୍ଡିପେଣ୍ଡେଣ୍ଡରେ ପ୍ରକାଶିତ ଖବର ଅନୁସାରେ ତାଲିବାନ ପ୍ରବକ୍ତା ସୁହେଲ ଶାହୀନି ଏପରି କହିଛନ୍ତି । ତେବେ ଏଥିପାଇଁ ଯେତେଶୀଘ୍ର ହୋଇପାରିବ କାମ ·ଲିଛି ବୋଲି ତାଲିବାନ ପ୍ରବକ୍ତା କହିଛନ୍ତି । ସେ ଆହୁରି କହିଛନ୍ତି ମହିଳା ଶିକ୍ଷା ବିରୋଧ ନୁହେଁ ହେଲେ ଆମେ ·ହୁଁଛୁ ମହିଳାମାନେ ଆମର ମୂଲ୍ୟ ବୋଧ ଓ ନିୟନ ଭିତରେ ରହି ଶିକ୍ଷାଗ୍ରହଣ କରନ୍ତୁ । ଇଣ୍ଡିପେଣ୍ଡେକୁ ଏପରି କହିଛନ୍ତି ସୁହେହଲ ଶାହୀନି । ତେବେ କାହିଁକି ତାଲିବାନ ସରକାର ହଠାତô ମହିଳାଙ୍କ ଶିକ୍ଷା ବନ୍ଦ କରିଦେଲେ ସେ ନେଇ କିନ୍ତୁ କିଛି କୁହାଯାଇ ନାହିଁ ।

Leave a Reply