Deprecated: Return type of Wslm_ProductLicense::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 97

Deprecated: Return type of Wslm_ProductLicense::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 101

Deprecated: Return type of Wslm_ProductLicense::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 105

Deprecated: Return type of Wslm_ProductLicense::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 109

Deprecated: Return type of ameMetaBoxSettings::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 88

Deprecated: Return type of ameMetaBoxSettings::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 102

Deprecated: Return type of ameMetaBoxSettings::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 119

Deprecated: Return type of ameMetaBoxSettings::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 133
ଯୁବ ନିକଲକର ଆଗେ ଆଏ ଭାରତ ମା କା ଧ୍ୟାନ କରୋ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଯୁବ ନିକଲକର ଆଗେ ଆଏ ଭାରତ ମା କା ଧ୍ୟାନ କରୋ

-ନିକୁଞ୍ଜ ବିହାରୀ ପଣ୍ଡା-
ତକ୍ରାଳୀନ ଭାରତର ଜଣେ ବିଶ୍ୱବିଜୟୀ ସନ୍ୟାସୀ ସ୍ୱାମୀ ବିବେକାନନ୍ଦ ତାଙ୍କ ସମୟରେ ପ୍ରତ୍ୟକ୍ଷ ଦେଖିଲେ ଯେ ପାଶ୍ଚାତ୍ୟ ଦେଶ ଗୁଡିକରେ ଏକଦା ବେଦଭୂମି ଓ ଦେବଭୂମି ଭାବରେ ପରିଗଣିତ ହେଉଥିବା ଭାରତର ଚିତ୍ର ବର୍ତ୍ତମାନ ଏକ ମୂର୍ମୁଷ ଓ ସଭ୍ୟତାହୀନ, ଐତିହ୍ୟ ଓ ପରମ୍ପରା ହୀନ ଭାବରେ ଚିତ୍ରିତ ହେଉଛି । ଏଠିତ ପଥରକୁ ପୂଜା, ଗଛକୁ ପୂଜା ଏବଂ ସାପର ମଧ୍ୟ ଉପାସକ, କେବଳ ସେତିକି ନୁହଁ ବୋହୁ ଦେବାଦେବୀଙ୍କ ପୂଜା କରିବା ଭଳି ଭୟାନକ କୁସଂସ୍କାରରେ ବୁଡି ରହିଛି ଭାରତ । ପୁଣି ଯେତେବେଳେ ସ୍ୱାମୀଜୀ ଧ୍ୟାନ ଦୃଷ୍ଟିରେ ପୁରା ଯାତ୍ରା ଶେଷ କରି କନ୍ୟାକୁମାରୀରେ ଭାରତର ଶେଷ ଶିଳାରେ ଠିଆ ହୋଇ ଦେଖିଲେ ପୁଣି ଭାରତ ବର୍ଷ ଜାଗ୍ରତ ହେଉଛି ଜଡ ଶକ୍ତି ବଳରେ ନୁହେଁ ଚୈତନ୍ୟ ଶକ୍ତିର ଆଧାରରେ, ବିନାଶର ବିଜୟୀ ପତାକା ନୁହେଁ ଶାନ୍ତି ଓ ପ୍ରେମର ପତାକା ଧରି ଏବଂ କାହାର ଭିକ୍ଷାପାତ୍ରରେ ନୁହେଁ ବରଂ ନିଜର ଗୌରବମୟ ଇତିହାସ ଓ ଧର୍ମ ଆଧାରରେ ଭାରତବର୍ଷ ପୁଣି ଉଠିବ । ପାଶ୍ଚାତ୍ୟ ଜଗତରେ ଭାରତ ପ୍ରତି ଯେଉଁ ଭ୍ରାନ୍ତ ଓ ନିକୃଷ୍ଟ ଧାରଣା ଥିଲା ସ୍ୱାମୀଜୀଙ୍କ ଚିକାଗୋ ଯାତ୍ରା ଫଳରେ ସମ୍ପୂର୍ଣ୍ଣ ଦୂର ହେଲା ଏବଂ ଚିକାଗୋ ଧର୍ମ ସଭାରେ ସ୍ୱାମୀଜୀଙ୍କ ବେଦ ଓ ବେଦାନ୍ତ, ଧର୍ମ ଓ ଦର୍ଶନ ଉପରେ ଯେଉଁ ଭାଷଣ ଦେଲେ ତାହା ସମଗ୍ର ପାଶ୍ଚାତ୍ୟ ଜଗତରେ ଚହଳ ପକେଇବା ସହ ସେ ଭ୍ରାନ୍ତଧାରଣା ମାନେ ପୋଡି ପାଉଁଶ ହେଇ ପବନରେ ଉଡ଼ିଗଲା ଏବଂ ପାଶ୍ଚାତ୍ୟ ଜଗତ ଏକ ନୂତନ ଆଲୋକର ସନ୍ଧାନ ପାଇଲା । ସେହି ପରିପ୍ରେକ୍ଷୀରେ ଆଜି ଯଦି ଦେଖିବା ସାମାଜିକ ଗଣମାଧ୍ୟମ ଆଜି ସମାଜର ଏକ ଅଭିନ୍ନ ଅଙ୍ଗ ହୋଇସାରିଲାଣି । ଯାହାଫଳରେ ଦେଶରେ ଘଟୁଥିବା ସମସ୍ତ ସକରାତ୍ମକ ଘଟଣାକୁ ଆଜିର ଯୁବପିଢ଼ି ଅଧିକ ମାତ୍ରାରେ ପ୍ର·ର ପ୍ରସାର କରିବା ଦ୍ୱାରା ଆଜି ଅନେକ ବ୍ୟକ୍ତି ସଚେତନ ହେଇପାରୁଛନ୍ତି ଖାଲି ସେତିକି ନୁହେଁ ଆମେ ସାଧାରଣତଃ କୌଣସି ବ୍ୟକ୍ତି ରକ୍ତ ଅଭାବରୁ କିମ୍ବା ଆର୍ଥିକ ଦୃଷ୍ଟିରୁ ମୃତୁ୍ୟ ବରଣ ନକରୁ ସେଥିପାଇଁ ମଧ୍ୟ ସାମାଜିକ ଗଣମାଧ୍ୟମକୁ ବହୁଳ ମାତ୍ରାରେ ଆଜିର ଯୁବପିଢ଼ି ଉପଯୋଗ କରୁଛନ୍ତି । ତା ସହ ଯଦି ଦେଖିବା ଆଜି ସାମାଜିକ ଗଣମାଧ୍ୟମରେ କୌଣସି ବ୍ୟକ୍ତି ଭାରତର ଅଖଣ୍ଡତା ଓ ଅସ୍ମିତା ଉପରେ କୌଣସି ପ୍ରଶ୍ନ ଉଠାଏ ଆଜିର ଜାଗୃତ ଯୁବପିଢ଼ି ଦେଶ ପ୍ରଥମ ଭାବନା ନେଇକି ଆଜି ତାକୁ ଶକ୍ତ ପ୍ରହାର କରିବା ପାଇଁ ମଧ୍ୟ ପଛଘୁଞ୍ଚା ଦେଉନାହିଁ । ସ୍ୱାମୀ ବିବେକାନନ୍ଦ କହୁଥିଲେ ଯଦି ତମେ ପବିତ୍ର ଗୀତାକୁ ବୁଝିବାକୁ ·ହୁଁଛ ତାହାଲେ ତମେ ପ୍ରଥମେ ପଡ଼ିଆକୁ ଯାଇ ଫୁଟବଲ ଖେଳ ତାପରେ ଗୀତାକୁ ବୁଝିବ କାହିଁକି ନା ଶାରୀରିକ କ୍ଷେତ୍ରରେ ସୁଦକ୍ଷ ନଥିବା ବ୍ୟକ୍ତି କେବେହେଲେ ଏଭଳି ପବିତ୍ର ଗୀତାକୁ ବୁଝିପାରିବ ନାହିଁ । ଏଭଳି ଯଦି ଆଜି ଆମେ ଦେଖିବା କ୍ରୀଡା କ୍ଷେତ୍ରରେ ମଧ୍ୟ ଆଜିର ଯୁବପିଢି କିଛି କମ୍ ନୁହେଁ ଅଲମ୍ପିକରେ ସ୍ୱର୍ଣ୍ଣ ପଦକ ଜିତି ଦେଶକୁ ଆଜି ସାରାବିଶ୍ୱରେ ଗୌରବାନ୍ୱିତ କରୁଛନ୍ତି । ଦେଶର ସୁରକ୍ଷା କଥା ଆଜି ଯଦି ଆମେ ଚିନ୍ତା କରିବା ଯେଉଁ ଜମ୍ମୁକାଶ୍ମୀର ଯୁବକ ଦିନେ ଆତଙ୍କବାଦୀଙ୍କ ସହ ମିଶି ଭାରତୀୟ ଯବାନଙ୍କ ଉପରକୁ ପଥର ଫିଙ୍ଗୁଥିଲା ସିଏ ଆଜି ଭାରତୀୟ ସେନାର ଯବାନ ହୋଇ ଗର୍ବ ଅନୁଭବ କରୁଛି । ଆଜି ଦେଶର ଯୁବକ ଭାରତୀୟ ସେନାକୁ ·କିରୀ ସୃଷ୍ଟି କରୁଥିବା କ୍ଷେତ୍ର ନଭାବି ସିଆଚେନରେ -୪୮ଡିଗ୍ରୀ ସେଲସିଅସ୍ରେ ରହି ମା ଭାରତୀର ସେବା କରିବାକୁ ପ୍ରସ୍ତୁତ । ଖାଲି ସେତିକି ନୁହେଁ ସୀମାପାର ଆତଙ୍କବାଦକୁ ଆଜି ସୀମାପାର କରି ତା ନିଜ ମାଟିରେ ତାକୁ କଡାଜବାବ ଦେବାପାଇଁ ମଧ୍ୟ ପଛଘୁଞ୍ଚା ଦେଉନାହିଁ । ସାରା ଦେଶରେ ଆଜି ଭାରତୀୟ ଯବାନ ମାନଙ୍କ କାର୍ଯ୍ୟ ଦକ୍ଷତା ଉପରେ ଅଗାଢ ବିଶ୍ୱାସ ଜମିବା ସହ ବିଶ୍ୱରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ଭାରତୀୟ ଯବାନମାନେ ସୃଷ୍ଟି କରିପାରିଲେଣି ତାସହ ଅଗ୍ନୀପଥ ଯୋଜନା ମାଧ୍ୟମରେ କାଶ୍ମୀରରୁ କନ୍ୟାକୁମାରୀ ଏବଂ ଗୁଜୁରାଟରୁ ମେଘାଳୟ ପର୍ଯ୍ୟନ୍ତ ଭାରତର ଲକ୍ଷ ଲକ୍ଷ ଯୁବକ ଦେଶ ମାତୃକାର ସେବା କରିବା ପାଇଁ ନିଜକୁ ନିୟୋଜିତ କରୁଛନ୍ତି । ଭାରତ ଯେହେତୁ କୃଷି ପ୍ରଧାନ ଦେଶ ତ ଆଜିର ଯୁବ ଶକ୍ତି ମଧ୍ୟ ଆଗେଇ ଆସିଲେଣି ନୂତନ ତଥା ଆଧୁନିକ ପ୍ରଣାଳୀରେ ·ଷ କରି ଦେଶକୁ କୃଷି ଉଦ୍ୟୋଗୀ ଦେଶ ଭାବେ ଗଢି ତୋଳିଲେଣି । ଆଜି ଆତ୍ମନିର୍ଭର ଭାରତ ଗଠନ ଦିଗରେ ଯୁବକ ମାନଙ୍କ ନେତୃତ୍ୱକୁ ସାରା ବିଶ୍ୱ ଦେଖୁଛି । ଖୁବ କମ ସମୟ ମଧ୍ୟରେ ଆମ ଦେଶରେ ଗଢି ଉଠିଥିବା ବୃହତ ବୃହତ ବ୍ୟବସାୟୀ ପ୍ରତିଷ୍ଠାନ ମାନଙ୍କର ଉଭୟ ପରି·ଳନା ଭାର ଏବଂ ନେତୃତ୍ୱର ଦାୟିତ୍ୱ ଯୁବକ ମାନଙ୍କ କାନ୍ଧରେ ରହୁଛି ଯାହାକି ଏକବିଂଶ ଶତାବ୍ଦୀରେ ଭାରତର ଛବିକୁ ବିଶ୍ୱପଟଳରେ ଅଧିକ ଉଜ୍ଜ୍ୱଳିତ କରୁଛି । ପାଞ୍ଚ ଟ୍ରିଲୀୟନର ଅର୍ଥାତ ବଜେଟ କେବଳ ସ୍ୱାବଲମ୍ବୀ ଭାରତ ଦ୍ୱାରା ହିଁ ସମ୍ଭବ ହେଇପାରିବ ଏଥିରେ ତିଳେ ମାତ୍ର ସନେ୍ଧହ ନାହିଁ ଏବଂ ଏହାର ନେତୃତ୍ୱ ଭାରତର ଯୁବକ ମାନଙ୍କୁ ହିଁ ନେବାକୁ ପଡିବ । ଆଜି ସାରା ବିଶ୍ୱରେ ଯୁବକ ମାନଙ୍କୁ ନେଇ ଚର୍ଚ୍ଚା ·ଲିଥିବା ସମୟରେ ଭାରତକୁ ବାଦ ଦେଇ ଯୁବକ ମାନଙ୍କ ବିକାଶର ପରିକଳ୍ପନା କରିବା ବୃଥା । ଆଜି ଭାରତର ଷାଠିଏ ଶତକଡାରୁ ଅଧିକ ଯୁବକ ଥିବା ସମୟରେ ଭାରତବର୍ଷକୁ ଜୀ -୨୦ ଅଧ୍ୟକ୍ଷତା ମିଳିବା ଆମ ପାଇଁ ନିହାତି ଭାବରେ ଗର୍ବର ବିଷୟ । ଆଜିର ଜୀ -୨୦ ଯୁଗରେ ଭାରତର ଅଧ୍ୟକ୍ଷତା ନିହାତି ରୂପେ ବିଶ୍ୱ ଦରବାରରେ ଯୁବକ ମାନଙ୍କ ପାଇଁ ନୂତନ ସମ୍ଭାବନା ସୃଷ୍ଟି କରିବ । ସ୍ୱାମୀ ବିବେକାନନ୍ଦ କହୁଥିଲେ ଯଦି ତମେ କେବେ ଲଢେଇ କରିବାକୁ ·ହଁ ତାହେଲେ ତମେ ଜଙ୍ଗଲରେ ରହୁଥିବା ସିଂହ ସହ ଲଢ଼େଇ କର ଆଉ ଯଦି ତମେ ତମେ ଚୋରି କରିବାକୁ ·ହଁ ତାହେଲେ ତମେ ରାଜାର ଧନ ଚୋରି କର ଜୀବନରେ ତମେ ଯାହାବି କିଛି କର ସେଥିରେ ଏକ ସମ୍ବେଦନଶୀଳ ଯୁବକ ହିସାବରେ ସମାଜର ପ୍ରତ୍ୟେକଟି କ୍ଷେତ୍ରରେ ନେତୃତ୍ୱ ନେବାର ଆବଶ୍ୟକତା ରହିଛି ଏବଂ ଭାରତକୁ ପରମ ବୈଭବଶାଳୀ ରାଷ୍ଟ୍ରରେ ପରିଗଣିତ କରିବା ସହିତ ଶ୍ରେଷ୍ଠ ପ୍ରଦାନ କରିବା ପାଇଁ ସ୍ୱାମୀଜୀ ଆହ୍ୱାନ ଦେଉଥିଲେ । ବିବେକାନନ୍ଦଙ୍କ ବି·ର ହେଉଛି ଏ ଭାରତର ବି·ର ଦେଶର କେତେକ ଶିକ୍ଷା ଅନୁଷ୍ଠାନରେ ତଥା କଥିତ ବୁଦ୍ଧିଜୀବୀମାନେ ବିବେକାନନ୍ଦଙ୍କୁ ବିରୋଧ କରିବାକୁ ଯାଇ ଭାରତର ବି·ରକୁ ବିରୋଧ କରୁଛନ୍ତି ଯାହାକୁ ଏ ଦେଶର ଯୁବକ ଆଜି ପ୍ରତ୍ୟାଖ୍ୟାନ କରିଛି । ଆଜି ବିଶ୍ୱର ପ୍ରତ୍ୟେକଟି କୋଣ ଅନୁକୋଣରେ ସ୍ୱାମୀଜୀଙ୍କ ଏଇ ପବିତ୍ର ଜନ୍ମ ତିଥିକୁ କେବଳ ଯୁବକ ନୁହଁ ଆବାଳ ବୃଦ୍ଧ ବନିତା ସଭିଏଁ ପାଳନ କରୁଛନ୍ତି । ୧୮୬୩ ମସିହା ଜାନୁଆରୀ ୧୨ ତାରିଖ ଦିନ ପିତା ବିଶ୍ୱନାଥ ଦତ୍ତ ଏବଂ ମାତା ଭୁବନେଶ୍ୱରୀ ଦେବୀଙ୍କ କୋଳରେ କଲିକତାର ସୀମକାପଲି ଠାରେ ମା ଭାରତୀର ଜଣେ ମହାନ ସାଧକ ସ୍ୱାମୀ ବିବେକାନନ୍ଦଙ୍କୁ ଜନ୍ମ ଦେଇ ମା ଭାରତୀକୁ ଧନ୍ୟ କରିଛନ୍ତି । ରାମକୃଷ୍ଣ ପରମହଂସ କହୁଥିଲେ ଯଦି ତମେ ଭାରତକୁ ଜାଣିବାକୁ ·ହୁଁଛ ତାହାଲେ ତମେ ବିବେକାନନ୍ଦଙ୍କୁ ପଢ଼ ଯିଏ କି ଆଜି ଆମ ସମସ୍ତ ଯୁବ ସମାଜ ପାଇଁ ଆଦର୍ଶ ଏବଂ ଯାହାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସର୍ବେ ଭବନ୍ତୁ ଶୁଖିନଃ ଏବଂ ବସୁଧୈବ କୁଟୁମ୍ବକମ ଏଇଭଳି ଭାରତର ମହାନ ପରମ୍ପରା ଓ ପ୍ରାଚୀନ ସଂସ୍କୃତିକୁ ଚରିତାର୍ଥ କରିବା ପାଇଁ ଆଗେଇ ଆସିଲେଣି ଯୁବଶକ୍ତି ।
ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ,ଏବିଭିପି

ସମ୍ବଲପୁର
ଯୋଗାଯୋଗ ନମ୍ବର -୭୫୩୯୮୭୯୧୭୧

Leave a Reply