Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଚାକିରି ଛାଡି ଛେଳି ଚରାଇଲେ ଯୁବ ଇଞ୍ଜିନିୟର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଚାକିରି ଛାଡି ଛେଳି ଚରାଇଲେ ଯୁବ ଇଞ୍ଜିନିୟର


ଭଞ୍ଜନଗର: ନିଜର ଅପାରଗତା କିମ୍ବା ଅସ୍ୱଭାବିକ କାରଣରୁ ନୁହେଁ, ବରଂ ନିଜ ଚିନ୍ତାଧାରାର ନିଷ୍ଠୁରସତ୍ୟକୁ, ମୂଲ୍ୟାୟନ କରିବା ପାଇଁ ସେ ଇଞ୍ଜିନିୟର ଭଳି ଚାକିରି ଛାଡିଦେଲେ । ମୋଟା-ଅଙ୍କ ଦରମାର ମୋହ, ଅଟକାଇ ପାରିଲାନି ତାଙ୍କ ସ୍ୱାଭିମାନକୁ । ନିଜ ବାବୁ-ପଣିଆକୁ ସାବ୍ୟସ୍ତ କରିବା ପାଇଁ, କାହା ପାଖରେ ବଚସ୍କର ହୋଇ ରହିବାକୁ ଇଛା କଲେନି । ସବୁ ପ୍ରତିକୂଳ ପରିସ୍ଥିତିକୁ ପଛକରି ଆଗକୁ ବଢିବାର ଭିନ୍ନ ଏକ ପ୍ରୟାସ । ଯେଉଁଥିପାଇଁ ସେ ଏବେ ଚର୍ଚ୍ଚାରେ । ଏମିତି ଜଣେ ଭିନ୍ନ ମଣିଷଙ୍କ ନିଆରା ପ୍ରୟାସ ଆମ ପ୍ରତିନିଧିଙ୍କ ନଜରକୁ ଆସିଥିଲା । ଜଗନ୍ନାଥପ୍ରସାଦ ବ୍ଳକ୍ ଅନ୍ତର୍ଗତ ବିଡିପୁର ଗାଁ ର ସନ୍ତୋଷ କୁମାର ରଥ । ସେ ଏବେ ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ନେଟଙ୍ଗା ପଞ୍ଚାୟତର ବାଲିସାହି ଗାଁରେ ଅସ୍ଥାୟୀ ଭାବେ ଏକା ଏକା ରହୁଛନ୍ତି । ଛେଳି ଗୁହାଳରୁ ଆରମ୍ଭ ହୁଏ, ତାଙ୍କର ପ୍ରତ୍ୟେକ ସକାଳ । ଦିନ ତମାମ ସେମାନଙ୍କୁ ଚରାନ୍ତି ଏବଂ ସଞ୍ଜ ନଇଁଲେ ଘରକୁ ଫେରି ଆସନ୍ତି । ପୁଣି ସନ୍ଧ୍ୟାରୁ ରାତି ଯାଏଁ ସେମାନଙ୍କୁ ନିଜେ ଚିକିତ୍ସା କରନ୍ତି । ତାଙ୍କର ଶିକ୍ଷାଗତ ଯୋଗ୍ୟତା, କାର୍ଯ୍ୟ ଶୈଳୀ ଏବଂ ଚିନ୍ତାଧାରା ବିଷୟରେ ଜାଣିଲେ ଯେକେହି ବି ଘଡ଼ିଏ ଭାବିବାକୁ ବାଧ୍ୟ ହେବ । ତାଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ସନ୍ତୋଷ କହନ୍ତି ସେ ଇନଷ୍ଟ୍ରୁମେଣ୍ଟ୍ ଇଞ୍ଜିନିୟରିଂରେ ଡିପ୍ଳମା କରିଛନ୍ତି । ଏହାସହ ସେ \”ଗୋଟ୍ ଫାର୍ମିଂ’ ବିଷୟରେ ତାଲିମ୍ ବି ନେଇଛନ୍ତି । ଏବେ ସେ ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ବାଲିଭାଗ ନିକଟ ଶ୍ରୀକରପୁର ବ୍ରାହ୍ମଣ ଶାସନ ଗାଁ ରେ ଜଣେ ସମ୍ପର୍କୀୟଙ୍କ ଗୋଟିଏ ଘର ଏବଂ କିଛି ଜାଗା ନେଇ ଛେଳି ଚାଷ ଆରମ୍ଭ କରିଛନ୍ତି । ନିଜ ସଂଘର୍ଷମୟ ଜୀବନ ବିଷୟରେ ସନ୍ତୋଷ କହନ୍ତି, କଲେଜ ପାଠପଢ଼ା ସରିବା ପରେ ଘରର ଆର୍ôଥକ ସମସ୍ୟା କାରଣରୁ ସେ ମହାରାଷ୍ଟ୍ର ଚାଲିଗଲେ । ସେଠାରେ ଏକ କମ୍ପାନୀରେ କାମ କଲେ । ଯେହେତୁ ତାଙ୍କର ଇଛା ଥିଲା ଅଧିକ ପାଠ ପଢ଼ିବା ପାଇଁ । ତେଣୁ ସେହି କମ୍ପାନୀରେ କାମ କରିବା ସହ, ଇନଷ୍ଟ୍ରୁମେଣ୍ଟ୍ ଇଞ୍ଜିନିୟରିଂରେ ଡିପ୍ଳମା କଲେ । ସେହି ଅନୁସାରେ କମ୍ପାନୀରେ ଚାକିରି କରି ମୋଟା ଦରମା ପାଇଲେ । ଏହାସହ ସେ ଛେଳି ଚାଷରେ ତାଲିମ୍ ବି ନେଲେ । ଗତ କୋଭିଡ୍ ସମୟରେ ସେଠାକାର କମ୍ପାନୀ ଗୁଡ଼ିକ ପ୍ରଭାବିତ ହେଲା । ଆଉ ଚାକିରି କରିବେ ନାହିଁ ବୋଲି ସ୍ଥିର କରି ସନ୍ତୋଷ ନିଜ ଗାଁ କୁ ଚାଲିଆସିଲେ । ନିଜେ ଛେଳିଚାଷ କରିବା ପାଇଁ ନିଷ୍ପତ୍ତି ନେବାରୁ, ପରିବାର ଲୋକେ ଏଥିରେ ରାଜି ହୋଇନଥିଲେ । ବ୍ରାହ୍ମଣ ଘରର ପୁଅ ଏବଂ ପରିବାରର ସ୍ୱାଭିମାନ କଥା ଉଠିଲା । ନିଜ ଉଦ୍ୟମକୁ ପୂର୍ଣ୍ଣ କରିବା ପାଇଁ, ଘର ଲୋକଙ୍କ ଠାରୁ ୩ ବର୍ଷର ମହଲତ ଲୋଡିଲେ । ପ୍ରଥମେ ୧୪ଟି ଛେଳି କିଣିଆଣି ନିଜ ସମ୍ପର୍କୀୟଙ୍କ ଗାଁ ଶ୍ରୀକରପୁରରେ ଛେଳିଚାଷ ଆରମ୍ଭ କଲେ ସନ୍ତୋଷ । ପ୍ରତିଦିନ ନିଜେ ଛେଳିଙ୍କୁ ଚଳାଇବାକୁ ନିଅନ୍ତି ଏବଂ ସେମାନଙ୍କ ଚିକିତ୍ସା ମଧ୍ୟ ନେଜେହିଁ କରନ୍ତି । ଏବେ ତାଙ୍କର ଛେଳି ସଂଖ୍ୟା ୫୭ ହଲାଣି । ଏହାସହ ରହୁଥିବା ଗାଁର ଏକ ପୋଖରୀରେ ମାଛ ଚାଷ ଆରମ୍ଭ କଲେ । ନିଜର ସବୁ କାମ ବ୍ୟତୀତ ଆଖପାଖ ଅଞ୍ଚଳରେ ରହିଥିବା ଛେଳି ଚାଷୀଙ୍କ ଛେଳିଙ୍କୁ ଚିକିତ୍ସା ମଧ୍ୟ କରିବାକୁ ଯାଆନ୍ତି । ତାହା ପୁଣି ବିନା ପାରିଶ୍ରମିକରେ । ବେଳେବେଳେ ନିଜ ଖର୍ଚ୍ଚରେ ଚିକିତ୍ସା କରନ୍ତି ସେ । ସନ୍ତୋଷଙ୍କ କହିବା ପ୍ରକାରେ ଆଉ ଚାକିରି କରିବେ ନାହିଁ ବୋଲି ଚିନ୍ତାକରି ଛେଳି ଚାଷ ଏବଂ ଛେଳି ଚରାଇବା ବୃତ୍ତିକୁ ଆପଣେଇଛନ୍ତି । ଯିଏ ଯାହା କହିଲେ ବି ନିଜକୁ ଛୋଟ ମନେକରନ୍ତିନି ସେ । ତାଙ୍କର କହିବା କଥା ହେଲା, ନିଜ ବୃତ୍ତିରେ ନେଜେ ମାଲିକ ନିଜେ କର୍ମଚାରୀ । କାହା ପାଖରେ ହାତ ।ତିବା କିମ୍ବା ଅଧସ୍ତନ କର୍ମଚାରୀ ଭାବେ ଗୋଡ ଭାଙ୍ଗି ଠିଆ ହେବା ଅପେକ୍ଷା ନିଜେ ସ୍ୱାବଲମ୍ବୀ ହୋଇଛନ୍ତି । କେବଳ ସେତିକି ନୁହେଁ ଅନ୍ୟମାନଙ୍କ ପାଇଁ ରୋଜଗାର ମଧ୍ୟ ସୃଷ୍ଟି କରିପାରିଛନ୍ତି । ଏଥିରେ ସ୍ୱାଧିନତା ଏବଂ ସ୍ୱାଭିମାନ ରହିଛି ବୋଲି କହନ୍ତି । ତାଙ୍କର ଏଭଳି ଚିନ୍ତାଧାରାକୁ ସ୍ଥାନୀୟ ଅଞ୍ଚଳବାସୀ ମଧ୍ୟ ପ୍ରଶଂସା କରୁଛନ୍ତି । ସନ୍ତୋଷଙ୍କ ଏଭଳି ସକରାତ୍ମକ ଚିନ୍ତାଧାରାକୁ ନେଇ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀମାନେ କହନ୍ତି ପାଠ ଚାକିରି ଏବଂ ମୋଟା ଦରମା ଜଣେ ବ୍ୟକ୍ତିକୁ ‘ବଡ ମଣିଷ’ କରିପାରେ । କିନ୍ତୁ ଆଜିର ସମୟରେ ଜଣେ ‘ଭଲ ମଣିଷ’ ଖୋଜିପାଇବା କଷ୍ଟକର । ଯାହା ସନ୍ତୋଷଙ୍କ ଚିନ୍ତାଧାରାରେ ଫୁଟି ଉଠିଛି । ଅନ୍ୟପକ୍ଷରେ ପାଠପଢା ପରେ ଅଧିକାଂଶ ଯୁବପିଢି ଚାକିରି ଦୌଡରେ ରହୁଛନ୍ତି । ଯାହାଫଳରେ ଚାଷ ଏବଂ ପଶୁପାଳନ ବୃତ୍ତି ଧିରେଧିରେ କମିଯାଉଛି ବୋଲି କୁହାଯାଉଛି । ବେଳେବେଳେ ଏଭଳି ବୃତ୍ତିକୁ ନେଇ କିଛି ଲୋକଙ୍କ ସମାଲୋଚନା ତାଙ୍କୁ ଶୁଣିବାକୁ ମିଳେ କିନ୍ତୁ ନିଜର ସଫଳ ଉଦ୍ୟମ ଏବଂ ପାଳନ କରୁଥିବା ଛେଳିମାନଙ୍କୁ ଦେଖିଲେ ନିଜ ମନୋବଳ ପୁଣି ଦମ୍ଭଧରି ଠିଆ ହୁଏ ବୋଲି ସନ୍ତୋଷ କହନ୍ତି । ଆଜିକାଲି ସହର ଭଳି ଗାଁ ରେ ବି ରୋଜଗାର ସୃଷ୍ଟି କରାଯାଇ ପାରିବ । ଚାକିରି ବ୍ୟତୀତ ଚାଷରେ ବି ସମ୍ଭାବନା ରହିଛି । ସେ କ୍ଷେତରେ ହେଉ କିମ୍ବା ପଶୁ ପାଳନରେ । ଯାହାକି ନିଜ ଉଦ୍ୟମକୁ ଏକ ସକରାତ୍ମକ ଢଙ୍ଗରେ ଶାଣିତ କରିବାର ପ୍ରୟାସ ଜାରି ରଖିଛନ୍ତି ସନ୍ତୋଷ ରଥ । ଅନ୍ୟମାନଙ୍କ ପାଇଁ ସେ ଉଦାହରଣ ସାଜିବା ନ’ସାଜିବା ସେ ଭିନ୍ନକଥା । କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ସମୟର ସୁଅ-କାଟି ଆଗକୁ ବଢିବା ଜଣେ ସ୍ୱାଭିମାନୀ ଏବଂ ଉଦ୍ୟମୀ ମଣିଷର ପରିଚୟ ସୃଷ୍ଟି କରିଛନ୍ତି ସନ୍ତୋଷ

Leave a Reply