ଅଶୋକ ସିଂଘଲ ଜୀ ବିଭିନ୍ନ ଜାତି, ସମୁଦାୟ ଓ ସମ୍ପ୍ରଦାୟର ଲୋକ, ସାଧୁ-ସନ୍ଥମାନଙ୍କୁ ସାଙ୍ଗରେ ନେଇ ସମାଜ ଜାଗରଣର କାର୍ଯ୍ୟ କରିଥିଲେ

ଅଶୋକ ସିଂଘଲ ଜୀ ବିଭିନ୍ନ ଜାତି, ସମୁଦାୟ ଓ ସମ୍ପ୍ରଦାୟର ଲୋକ, ସାଧୁ-ସନ୍ଥମାନଙ୍କୁ ସାଙ୍ଗରେ ନେଇ ସମାଜ ଜାଗରଣର କାର୍ଯ୍ୟ କରିଥିଲେ

ଅଶୋକ ସିଂଘଲ ଜୀଙ୍କ ଜନ୍ମଶତାବ୍ଦୀ ବର୍ଷ ଅବସରରେ ୪ ହଜାର ଯୁବକ-ଯୁବତୀ ନେଲେ ରାଷ୍ଟ୍ର ନିର୍ମାଣର ସଂକଳ୍ପ

ମୁମ୍ବାଇ ୪/୧୦ ।

ବଜରଙ୍ଗ ଦଳ ଏବଂ ଦୁର୍ଗା ବାହିନୀର ମିଳିତ ଆନୁକୂଲ୍ୟରେ ଶ୍ରୀରାମ ଜନ୍ମଭୂମି ଆନ୍ଦୋଳନର ପ୍ରଣେତା ସ୍ୱର୍ଗତ ଅଶୋକ ସିଂଘଲ ଜୀଙ୍କ ଜନ୍ମଶତାବ୍ଦୀ ବର୍ଷ ଅବସରରେ ମୁମ୍ବାଇର ଷଣ୍ମୁଖାନନ୍ଦ ସଭାଗୃହରେ ଏକ ଯୁବ ସମ୍ମିଳନୀ ଆୟୋଜିତ ହୋଇଥିଲା। ସମ୍ମିଳନୀରେ ପ୍ରାୟ ୪ ହଜାର ଯୁବକ-ଯୁବତୀ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ।

ଏହି ଅବସରରେ ଯୁବପିଢ଼ି ସହ ସଂଳାପ କରି ବଜରଙ୍ଗ ଦଳର କେନ୍ଦ୍ରୀୟ ସହ-ସଂଯୋଜକ ବିବେକ କୁଲକର୍ଣ୍ଣୀ ଶ୍ରୀମଦ୍‌ଭଗବଦ୍‌ଗୀତାରେ ବର୍ଣ୍ଣିତ **‘ଧର୍ମସଂସ୍ଥାପନାର୍ଥାୟ’**ର ସଂକଳ୍ପନାର ଅର୍ଥ ସ୍ପଷ୍ଟ କରିଥିଲେ। ଛତ୍ରପତି ଶିବାଜୀ ମହାରାଜଙ୍କ କାର୍ଯ୍ୟର ଉଦାହରଣ ଦେଇ ସେ ହିନ୍ଦୁ ଧର୍ମ ଓ ହିନ୍ଦୁ ସଂସ୍କୃତିର ମହତ୍ତ୍ୱକୁ ରେଖାଙ୍କିତ କରିଥିଲେ। ‘ଯୁବ ଶକ୍ତି – ହିନ୍ଦୁ ସଂସ୍କୃତି – ରାଷ୍ଟ୍ର ନିର୍ମାଣ’ ତ୍ରିସୂତ୍ରୀ ମାଧ୍ୟମରେ ସାଂସ୍କୃତିକ ମୂଲ୍ୟବୋଧ, ସାମାଜିକ ଦାୟିତ୍ୱ ଓ ରାଷ୍ଟ୍ରଭାବନାକୁ ସମାଜରେ ସ୍ଥାପିତ କରିବା ପାଇଁ ଆଗେଇ ଆସିବାକୁ ସେ ଯୁବପିଢ଼ିକୁ ଆହ୍ୱାନ ଦେଇଥିଲେ।

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସହ-ସରକାର୍ଯ୍ୟବାହ ଅରୁଣ କୁମାର ଜୀ ସ୍ୱର୍ଗତ ଅଶୋକ ସିଂଘଲ ଜୀଙ୍କ ସହିତ ବିତାଇଥିବା ସମୟର ନିଜ ଅନୁଭୂତି ଓ ସ୍ମୃତି ବାଣ୍ଟିଥିଲେ। ସେ କହିଥିଲେ ଯେ, ଅଶୋକ ଜୀ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ପରିସ୍ଥିତିରେ ନିଜ ଜୀବନ ଗଢ଼ିଥିଲେ। ସେ ସମାଜର ବଞ୍ଚିତ ଓ ଉପେକ୍ଷିତ ବର୍ଗଙ୍କ ସହିତ ବିଭିନ୍ନ ଜାତି, ସମୁଦାୟ ଓ ସମ୍ପ୍ରଦାୟର ଲୋକମାନଙ୍କ ସହ ଏବଂ ସାଧୁ-ସନ୍ଥମାନଙ୍କୁ ସାଙ୍ଗରେ ନେଇ ବ୍ୟାପକ ସମାଜ ଜାଗରଣର କାର୍ଯ୍ୟ କରିଥିଲେ। ବିଭିନ୍ନ ସେବା ପ୍ରକଳ୍ପ ମାଧ୍ୟମରେ ସମାଜର ସମସ୍ତ ବର୍ଗଙ୍କ ନିକଟରେ ପହଞ୍ଚିବା ପାଇଁ ଅଶୋକ ସିଂଘଲ ଜୀଙ୍କ ପ୍ରୟାସର ମଧ୍ୟ ସେ ଉଲ୍ଲେଖ କରିଥିଲେ।

ମହାମଣ୍ଡଳେଶ୍ୱର ସ୍ୱାମୀ ପ୍ରଣବାନନ୍ଦ ସରସ୍ୱତୀ ଜୀ ନିଜ ଆଶୀର୍ବଚନରେ ଆଜିର ଯୁବପିଢ଼ିକୁ ‘ସୋଽହମ୍’ ଆତ୍ମବୋଧକୁ ଗ୍ରହଣ କରି ଭାରତୀୟ ସଂସ୍କୃତିର ରକ୍ଷକ ଓ ସଂବାହକ ହେବାକୁ ଆହ୍ୱାନ ଦେଇଥିଲେ।

ଯୁବ ସମ୍ମିଳନୀରେ ସମାଜର ପ୍ରମୁଖ ଉଦ୍ୟୋଗୀ, ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସମେତ ବହୁ ସଂଖ୍ୟାରେ ଯୁବକ-ଯୁବତୀ ଉପସ୍ଥିତ ଥିଲେ। ସମ୍ମିଳନୀ ମାଧ୍ୟମରେ ଅଂଶଗ୍ରହଣକାରୀ ଯୁବକ-ଯୁବତୀମାନେ ରାଷ୍ଟ୍ର ନିର୍ମାଣ, ହିନ୍ଦୁ ସଂସ୍କୃତିର ସଂରକ୍ଷଣ ଓ ସମ୍ବର୍ଦ୍ଧନ ତଥା ସମାଜହିତ ପାଇଁ କାର୍ଯ୍ୟ କରିବାର ସଂକଳ୍ପ ବ୍ୟକ୍ତ କରିଥିଲେ।

Leave a Reply

Your email address will not be published. Required fields are marked *