ପୁରୀ: ରଥଯାତ୍ରା ସମୟରେ ଭକ୍ତମାନଙ୍କୁ ଓଡ଼ିଶାର ପୁରୀରେ ବସ୍ଷ୍ଟାଣ୍ଡରୁ ବଡ଼ଦାଣ୍ଡ ପର୍ଯ୍ୟନ୍ତ ମାଗଣା ଅଟୋ ରିକ୍ସା ସେବା ଯୋଗାଇ ଦିଆଯିବ। ଆଗାମୀ…
Month: June 2025
ସ୍ୱିଡେନରେ ଭାରତ-ସ୍ୱିଡିସ୍ ମିଳିତ ଆର୍ଥିକ, ଶିଳ୍ପ ଏବଂ ବୈଜ୍ଞାନିକ ସହଯୋଗ କମିଶନର ୨୧ତମ ଅଧିବେଶନର ସହ-ଅଧ୍ୟକ୍ଷତା କରିବେ କେନ୍ଦ୍ର ମନ୍ତ୍ରୀ
କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲ ୯ ଜୁନ୍ ୨୦୨୫ରେ ସ୍ୱିଜରଲ୍ୟାଣ୍ଡ ଏବଂ ସ୍ୱିଡେନ ଗସ୍ତର ଏକ…
ଭଗବାନ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସ୍ୱାଧୀନତା ସଂଗ୍ରାମର ମହାନାୟକ ଭଗବାନ ବିର୍ସା ମୁଣ୍ଡାଙ୍କ ସହିଦ ଦିବସ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି…
ଧର୍ମଗଡ ଉପଜିଲ୍ଲାପାଳ ଧୀମାନ୍ ଚକ୍ମା ଗିରଫ
ଭବାନୀପାଟଣା: ଧର୍ମଗଡ ଉପଜିଲ୍ଲାପାଳ ଧୀମାନ୍ ଚକ୍ମା ଗିରଫ। ଆଇଏଏସ୍ ଧୀମାନ୍ ଚକ୍ମାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଧର୍ମଗଡ ଉପ ଜିଲ୍ଲାପାଳ ଧିମାନ…
କେରଳ ତଟ ନିକଟରେ ସିଙ୍ଗାପୁରର ପତାକା ଥିବା ଏକ କଣ୍ଟେନର ଜାହାଜରେ ଭୟଙ୍କର ବିସ୍ଫୋରଣ
କୋଚୀ : କେରଳ ତଟ ନିକଟରେ ସିଙ୍ଗାପୁରର ପତାକା ଥିବା ଏକ କଣ୍ଟେନର ଜାହାଜରେ ଭୟଙ୍କର ବିସ୍ଫୋରଣ ଘଟିଥିବା ନେଇ ସୋମବାର…
ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ୨ୟ ସମନ୍ୱୟ ବୈଠକ
ପୁରୀ : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ୨ୟ ସମନ୍ୱୟ ବୈଠକ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ…
ଜୁନ ୧୦ରେ ମହାକାଶ ଯିବେ ଶୁଭ୍ରାଂଶୁ ଶୁକ୍ଳା।
ଜୁନ ୧୦ରେ ମହାକାଶ ଯିବେ ଶୁଭ୍ରାଂଶୁ ଶୁକ୍ଳା। ରାକେଶ ଶର୍ମାଙ୍କ ପରେ ଦ୍ଵିତୀୟ ଭାରତୀୟ ଭାବେ ସେ ମହାକାଶ ଯାତ୍ରା କରୁଥିବା…
‘ଲଭ୍ ଜିହାଦ’ ପରେ, ଏବେ ‘ଜଳ ଜିହାଦ’, ଇନ୍ଦୋରରେ ପାଣି ଆଣିବାକୁ ଯାଇଥିବା ଦଳିତଙ୍କ ଉପରେ ମୁସଲିମ ଭିଡର ଆକ୍ରମଣ
ଜୁନ ୬ ତାରିଖ ରାତିରେ ଇନ୍ଦୋର ସହରର କଡାବିନ ଜିନ୍ସି ହାଟ ମଇଦାନ ଅଞ୍ଚଳରେ ଏକ ଜଳ ବିବାଦ ହଠାତ୍ ହିଂସାତ୍ମକ…
କେନ୍ଦ୍ର ଏସିଆ ନେତୃବୃନ୍ଦ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ନିନ୍ଦା କଲେ ଏବଂ ସୀମାପାର ଆତଙ୍କବାଦ ବିରୋଧରେ ଲଢ଼େଇକୁ ସମର୍ଥନ କଲେ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି କାଜାଖସ୍ତାନ ରିପବ୍ଲିକ, କିରଗିଜ ରିପବ୍ଲିକ, ରିପବ୍ଲିକ ଅଫ ତାଜିକିସ୍ତାନ, ତୁର୍କମେନିସ୍ତାନ ଏବଂ ରିପବ୍ଲିକ ଅଫ…
ଉତ୍ତାପ ଲହରୀଗୁଡ଼ିକ କୌଣସି ସୀମା ସରହଦ ମଧ୍ୟରେ ଆବଦ୍ଧ ରହି ନଥାନ୍ତି ଏବଂ ବିଶେଷ କରି ସେସବୁ ଘନ ଜନବହୁଳ ସହରାଞ୍ଚଳଗୁଡ଼ିକ ପାଇଁ ବ୍ୟବସ୍ଥାଗତ ବିପଦ : ଡକ୍ଟର ପି କେ ମିଶ୍ର
ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି କେ ମିଶ୍ର, ଜାତିସଂଘ ମହାସଚିବଙ୍କ ଆହ୍ୱାନକୁ ପ୍ରତିଧ୍ୱନିତ କରିବାକୁ ଯାଇ ଅତ୍ୟଧିକ ଉତ୍ତାପକୁ ଏକ ବିଶ୍ୱ ସଙ୍କଟ ଭାବରେ ମୁକାବିଲା କରିବାର ଜରୁରୀ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଗତ କାଲି (୦୬ ଜୁନ୍ ୨୦୨୫) ଜେନେଭାରେ ଅତ୍ୟଧିକ ଉତ୍ତାପ ଜନିତ ବିପଦର ପରିଚାଳନା ଉପରେ ଅନୁଷ୍ଠିତ ସ୍ୱତନ୍ତ୍ର ଅଧିବେଶନ କାଳରେ ପ୍ରମୁଖ ଉଦବୋଧନ ଦେବା ଅବସରରେ ସେ ଉଲ୍ଲେଖ କରିଥିଲେ ଯେ, ବର୍ଦ୍ଧିତ ତାପମାତ୍ରା ଜନସ୍ୱାସ୍ଥ୍ୟ, ଅର୍ଥନୈତିକ ସ୍ଥିରତା ଏବଂ ପାରିବେଶିକ ନମନୀୟତା ପାଇଁ ଏକ ପଦ୍ଧତିଗତ ବିପଦ ସୃଷ୍ଟି କରୁଛି, ଏବଂ ଭାରତ ଆବଣ୍ଟିତ ଶିକ୍ଷା, ମାର୍ଗଦର୍ଶନ ଏବଂ ସହଯୋଗ ପାଇଁ ଏକ ପ୍ଲାଟଫର୍ମ ଭାବରେ ଅତ୍ୟଧିକ ଉତ୍ତାପ ଜନିତ ବିପଦ ପରିଚାଳନା ପାଇଁ ସାଧାରଣ ଢାଞ୍ଚାକୁ ଆଗକୁ ବଢ଼ାଇବା ନିମନ୍ତେ ୟୁଏନଡିଆରଆରର ପଦକ୍ଷେପକୁ ସ୍ୱାଗତ କରୁଛି। ଡକ୍ଟର ମିଶ୍ର ଗୁରୁତ୍ୱାରୋପ କରିଥିଲେ ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଅତ୍ୟଧିକ ଉତ୍ତାପ ଜନିତ ବିପଦର ପରିଚାଳନା ପାଇଁ ଏକ ସକ୍ରିୟ ଏବଂ ଭବିଷ୍ୟଦର୍ଶୀ – ଚିନ୍ତାଧାରା ସମ୍ପନ୍ନ ଆଭିମୁଖ୍ୟ ଗ୍ରହଣ କରିଛି। ସେ ସୂଚାଇଥିଲେ ଯେ , ଭାରତ ବିପର୍ଯ୍ୟୟ ପ୍ରତିକ୍ରିୟାଠାରୁ ଆଗକୁ ବଢ଼ି ସମନ୍ୱିତ ପ୍ରସ୍ତୁତି ଏବଂ ପ୍ରଶମନ ରଣନୀତି ଆଡ଼କୁ ଗତି କରିଛି। ୨୦୧୬ ମସିହାରୁ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ) ୨୦୧୯ ମସିହାରେ ସଂଶୋଧିତ ଉତ୍ତାପ ଲହରୀ ପରିଚାଳନା ଉପରେ ବ୍ୟାପକ ଜାତୀୟ ନିର୍ଦ୍ଦେଶାବଳୀ ବିକଶିତ କରିଛି, ଯାହା ବିକେନ୍ଦ୍ରୀକୃତ ଉତ୍ତାପ କାର୍ଯ୍ୟ ଯୋଜନା (ଏଚଏପି) ପାଇଁ ମୂଳଦୁଆ ସ୍ଥାପନ କରିଥିଲା। ସେ ଏ କ୍ଷେତ୍ରରେ ଅହମ୍ମଦାବାଦ ଉତ୍ତାପ କାର୍ଯ୍ୟ ଯୋଜନାର ଅଗ୍ରଗଣ୍ୟତାକୁ ସ୍ୱୀକାର କରିଥିଲେ, ଯାହା କିପରି ପ୍ରାରମ୍ଭିକ ଚେତାବନୀ, ଆନ୍ତଃ – ଏଜେନ୍ସି ସମନ୍ୱୟ ଏବଂ ଜନଗୋଷ୍ଠୀଙ୍କ ନିକଟରେ ପହଞ୍ଚ ଏହି ବିପଦରୁ ଅନେକ ସଂଖ୍ୟକ ଜୀବନକୁ ରକ୍ଷା କରି ପାରିବ ତାହା ପ୍ରଦର୍ଶନ କରିଥିଲା । “୨୩ଟି ଉତ୍ତାପ – ପ୍ରବଣ ରାଜ୍ୟର ୨୫୦ରୁ ଅଧିକ ସହର ଏବଂ ଜିଲ୍ଲାରେ ଏନଡିଏମଏର ପରାମର୍ଶଦାତା, ବୈଷୟିକ ଏବଂ ସଂସ୍ଥାଗତ ବ୍ୟବସ୍ଥା ଦ୍ୱାରା ସମର୍ଥିତ କାର୍ଯ୍ୟକ୍ଷମ ଉତ୍ତାପ କାର୍ଯ୍ୟ ଯୋଜନା ରହିଛି’ ବୋଲି ପ୍ରମୁଖ ସଚିବ ଗୁରୁତ୍ୱାରୋପ କରି କହିଛନ୍ତି ଯେ, ସୁଦୃଢ଼ ନିରୀକ୍ଷଣ ବ୍ୟବସ୍ଥା, ହସ୍ପିଟାଲ ପ୍ରସ୍ତୁତି ଏବଂ ସଚେତନତା ଅଭିଯାନ ଦ୍ୱାରା ଉତ୍ତାପ ଲହରୀ – ସମ୍ବନ୍ଧିତ ମୃତ୍ୟୁହାର ଉଲ୍ଲେଖନୀୟ ଭାବରେ ହ୍ରାସ ପାଇଛି।