ଧର୍ମଗଡ ଉପଜିଲ୍ଲାପାଳ ଧୀମାନ୍ ଚକ୍‌ମା ଗିରଫ

ଭବାନୀପାଟଣା: ଧର୍ମଗଡ ଉପଜିଲ୍ଲାପାଳ ଧୀମାନ୍ ଚକ୍‌ମା ଗିରଫ।  ଆଇଏଏସ୍ ଧୀମାନ୍ ଚକ୍‌ମାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଧର୍ମଗଡ ଉପ ଜିଲ୍ଲାପାଳ ଧିମାନ ଚକମା ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ସେଲ ଦ୍ଵାରା ଧରା ପଡ଼ିଥିଲେ। ତାଙ୍କ ସରକାରୀ ଘର ତନଖି ବେଳେ ଭିଜିଲାନ୍ସ ଟିମ୍ ୪୭ ଲକ୍ଷ ଟଙ୍କା ଠାବ କରିଛି। ଜଣେ ବ୍ୟବସାୟୀଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଦାବି କରି ୧୦ ଲକ୍ଷ ନେବା ବେଳେ  ଭୁବନେଶ୍ୱରରୁ ଆସିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲେ। ତାଙ୍କ ନିକଟରୁ ରାସାୟନିକ ପ୍ରଲେପ ଦିଆ ୧୦ ଲକ୍ଷ ଟଙ୍କା ଜବତ ହେଇଥିଲା। ଖବର ଲେଖାଗଲା ବେଳକୁ ଉପ ଜିଲାପାଳଙ୍କ ସରକାରୀ ଘର ଏବଂ ଅଫିସ ତନଖି ଚାଲିଛି। ଗତପ୍ରାୟ ଦେଢବର୍ଷ ତଳେ ସେ ଧର୍ମଗଡ ଉପ ଜିଲ୍ଲାପାଳ ଭାବେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *