କେରଳ ତଟ ନିକଟରେ ସିଙ୍ଗାପୁରର ପତାକା ଥିବା ଏକ କଣ୍ଟେନର ଜାହାଜରେ ଭୟଙ୍କର ବିସ୍ଫୋରଣ

କୋଚୀ : କେରଳ ତଟ ନିକଟରେ ସିଙ୍ଗାପୁରର ପତାକା ଥିବା ଏକ କଣ୍ଟେନର ଜାହାଜରେ ଭୟଙ୍କର ବିସ୍ଫୋରଣ ଘଟିଥିବା ନେଇ ସୋମବାର ଖବର ସାମ୍ନାକୁ ଆସିଛି । ମୁମ୍ବାଇ ମେରାଇନ୍‌ ଅପରେସନ୍ସ ପକ୍ଷରୁ ମିଳିଥିବା ସୂଚନାନୁସାରେ ସୋମବାର ସକାଳେ କେରଳ ତଟ ନିକଟରେ ସିଙ୍ଗାପୁରର ପତାକା ଥିବା ଏକ କଣ୍ଟେନର ଜାହାଜ ଏମଭି ୱାନ ହେ ୫୦୩ରେ ବିସ୍ଫୋରଣ ଘଟିଛି। ସକାଳ ୧୦ଟା ୩୦ ସମୟରେ ଏହା ଘଟିଛି।

ଭାରତୀୟ ନୌସେନା ତୁରନ୍ତ ସହାୟତା ଓ ଉଦ୍ଧାର କାର୍ଯ୍ୟ ପାଇଁ ଆଇଏନଏସ ସୁରତକୁ ଘଟଣାସ୍ଥଳକୁ ପଠାଯାଇଛି ।

Leave a Reply

Your email address will not be published. Required fields are marked *