Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କଲରାର ଉପକାରିତା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କଲରାର ଉପକାରିତା

କଲରା ଏକ ଉପାଦେୟ ପରିବା । କେବଳ କଲରା ନୁହେଁ, ତା’ର ପତ୍ରକୁ ମଧ୍ୟ ଅଧିକାଂଶ ଲୋକ ଶାଗ ରୂପେ ବ୍ୟବହାର କରନ୍ତି । କଲରା ଅପେକ୍ଷା ଠୁସି କଲରା ଅଧିକ ଉପାଦେୟ । କଲରା ଶୀତବୀର୍ଯ୍ୟ, ଲଘୁ, ତିକ୍ତରସ, ଜ୍ୱର ନାଶକ, କୃମିନାଶକ, ବାତ, ପିତ୍ତ ଓ କଫ ନାଶକ । ଏହା ମଧ୍ୟ କୋଷ୍ଠକାଠିନ୍ୟ ଦୂର କରେ । ଶହେ କଲରାରୁ ଭିଟାମିନ୍-ସି ୮୮ ମିଲିଗ୍ରାମ, ଭିଟାମିନ୍-ଏ ୧୨୬ ମିଲିଗ୍ରାମ, ରିବୋଫ୍ଲେବିନ୍୦.୦୯ ମିଲିଗ୍ରାମ, ଫସ୍ଫରସ୍-୭୦ ମିଲିଗ୍ରାମ, କ୍ୟାଲସିୟମ୍- ୨୦ ମିଲିଗ୍ରାମ, ତନ୍ତୁ-୦.୮ ମିଲିଗ୍ରାମ, ଶକ୍ତି-୨୫ କି.କ୍ୟାଲୋରୀ ମିଳିଥାଏ । ଏହା ବ୍ୟତୀତ କଲରାରୁ ଆବଶ୍ୟକୀୟ ପରିମାଣର ପୁଷ୍ଟିସାର, ଶ୍ୱେତସାର, ସ୍ନେହସାର, ଲୌହ, ନିଆସିନ ଓ ଖଣିଜ ଲବଣ ଆଦି ମିଳେ । ଏହାର ଔଷଧୀୟ ଗୁଣ: ନିୟମିତ କଲରା ଖାଇଲେ କ୍ଷୁଧା ବୃଦ୍ଧି ହେବା ସହିତ ମଳ କବଜ ଦୂର ହୁଏ । ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢେ । ପିତ୍ତ, କଫ ଜନିତ କାଶକୁ ଦୂର କରେ । ଯାବତୀୟ ଚର୍ମ ରୋଗ ଓ କୃମି ଦୋଷ ନାଶ ହୁଏ । ସଜତୋଳା କଲରା ପତ୍ର ରସକୁ ନିୟମିତ ପାନ କଲେ ଉଚ୍ଚ ରକ୍ତଚାପ ରୋଗ ଆରୋଗ୍ୟ ହୋଇଯାଏ । କଲରା ପତ୍ରକୁ ବାଟି ବରା କରି ନିୟମିତ ଦୁଇ ତିନି ମାସ ଯାଏ ଖାଇଲେ ଡାଇବେଟିସ୍ ରୋଗ ଭଲ ହୋଇଯାଏ । କଲରା ପତ୍ର ରସ ପାନ କଲେ ବିରାଡି ବିଷ ନଷ୍ଟ ହୁଏ । କଲରା ପତ୍ର ରସରେ ଜିରାଗୁଣ୍ଡ ମିଶାଇ ପାନ କଲେ କମ୍ପଜ୍ୱର ଭଲ ହୋଇଯାଏ । ସ୍ତ୍ରୀ ଲୋକଙ୍କର ମାସିକ ଋତୁସ୍ରାବ ଠିକ୍ ସମୟରେ ନ ହେଲେ କଲରା ପତ୍ର ରସରେ ଶୁଣ୍ଠି, ପିପ୍ପଳୀ ଓ ଗୋଲମରିଚ ଗୁଣ୍ଡ ମିଶାଇ ଖାଇଲେ ଋତୁ ଗୋଳମାଳ ଦୂର ହୁଏ । କଲରା ପତ୍ର ରସରେ ମହୁ ମିଶାଇ ଖାଲି ପେଟରେ ପାନ କଲେ ଜଳୋଦରୀ ରୋଗ ଭଲ ହୁଏ । କଲରା ପତ୍ର ରସରେ ଚିନି କିମ୍ବା ମହୁ ମିଶାଇ ପିଲାଙ୍କୁ ପିଆଇଲେ ଦଶିପୋକ, କୃମି ଆଦି ନଷ୍ଟ ହୁଅନ୍ତି । କଲରା ପତ୍ରରେ ହଳଦୀ ବାଟି ଲଗାଇଲେ ବିଭିନ୍ନ ପ୍ରକାର ଚର୍ମ ରୋଗ ଭଲ ହୋଇଯାଏ । ଶିଶୁ ହେଉ କି ବୟସ୍କ ହେଉ କିଛି ଦିନ ଧରି କଲରା ରସ ପାନ କଲେ ଅପସ୍ମାର ରୋଗ ଭଲ ହୋଇଯାଏ । କଲରା ପତ୍ର ପିଇଲେ ଝାଡା ଓ ବାନ୍ତିରେ ଦଗ୍ଧପିତ୍ତ ବାହାରିଯାଏ । କଲରାକୁ ଶୁଖାଇ ଗୁଣ୍ଡ କରି ସେହି ଗୁଣ୍ଡକୁ ଗୋଳି ଗରମ କରି ଗଳାରେ ଲେପ ଦେଲେ ଗଳାଫୁଲା କମିଯାଏ

Leave a Reply