ଚିକିଟି ପେଣ୍ଠସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନିଷ୍କ୍ରମଣ ଉତ୍ସବ

ଚିକିଟି : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଚିକିଟି ପେଣ୍ଠସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଆଜି ପୂର୍ବାହ୍ନରେ ନିଷ୍କ୍ରମଣ ଉସôବର ଆୟୋଜନ କରଯାଇଥିଲା । ଏଠାରେ ମୁଖ୍ୟ ପ୍ରବଚକ ରୂପେ ବେଦବିଦ୍ୟା ଆର୍ଯା ଗୁରୁକୂଳ ରାଇକିଆର ଗୁରୁ ଆଚାର୍ଯ୍ୟ ବାମଦେବ (ଉପଚାର୍ଯ୍ୟ ) ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କ ଗହଣରେ ବେଦ ବାକ୍ୟ ସହ ଯଜ୍ଞ କରିବା ସହ ଛାତ୍ରଛାତ୍ରୀମାନଙ୍କ ଆଗାମୀ ଦିନରେ ହେବାକୁ ଥିବା ଦଶମ ଶ୍ରେଣୀରେ କିପରି ଅଧିକରୁ ଅଧିକ ସଂଖ୍ୟାରେ ବୋର୍ଡ ପରୀକ୍ଷାରେ ଅଧିକ ନମ୍ବର ରଖି ପାସ କରିବେ ସେନେଇ ପ୍ରାର୍ଥନା କରିବା ସହ ହୋମ ମଧ୍ୟ କରିଥିଲେ । ପରେ ପରେ ଉକ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନକ ସକାଶେ ଏକ ଉପଦେଶାମୂଳକ ସଭା ପ୍ରଧାନ ଗୁରୁଜୀ ରବୀନ୍ଦ୍ରନାଥ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜନ କରିଥିବା ନେଇ ଏଥିରେ ବିଦ୍ୟାଳୟର ସଭାପତି ପି.ରାମାରାଓ ଶୁବୁଦ୍ଧି ଯୋଗଦାନ କରି ଥିବା ବେଳେ ମୁଖ୍ୟ ଅତିଥି ରୂପେ ଡା.ପ୍ରଭୁପ୍ରସାଦ ପଣ୍ଡା ଯୋଗ ଦେଇ ପିଲାମାନେ କିପରି ନିଜର ଶିକ୍ଷାର ମାନ ବଢାଇବାକୁ ହେଲେ ନିଜର ଅଭ୍ୟାସକୁ ଅପରିହାର୍ଜ୍ୟ ରକ୍ଷି, ନିଜର ମନରୁ ଭୟକୁ ବାହାରକରି ପରିସ୍ଥିତିର ମୁକାବିଲା କରିବାକୁ ହେବ ବୋଲି ପ୍ରକାଶ କରିଥିଲେ । ନିମନ୍ତ୍ରିତ ଅତିଥି ରୂପେ ଚିକିଟି ଅତିରିକ୍ତ ଶିକ୍ଷାଧିକାରୀ ନିଗମାନନ୍ଦା ପଣ୍ଡା ଯୋଗଦେଇ କଠିନ ପରିଶ୍ରମ ଦ୍ୱାରା ଅଧିକରୁ ଅଧିକ ସଫଳତା ମିଳିପାରିବ ବୋଲି ପ୍ରକାଶ କରିଥିବା ବେଳେ ଶିଶୁ ମନ୍ଦିରର ସମ୍ପାଦକ କେ.ସିମାଞ୍ଚଳ, ଉପସଭାପତି ସନ୍ତୋଷ କୁମାର ସାହୁ, ଓଡିଶା ଭାସ୍କରର ଚିକିଟି ପ୍ରତିନିଧି ଇଶ୍ୱର ମହାରଣା ପ୍ରମୁଖ ମଞ୍ଚାସୀନ ହୋଇ ଦଶମ ପରୀକ୍ଷା ଦେବାକୁ ଥିବା ଛାତ୍ର ଛାତ୍ରୀମାନଙ୍କ ମଙ୍ଗଳ କାମନା କରିଥଲେ । ଏହି କାର୍ଯ୍ୟ କର୍ମକୁ ସଫଳ କରିବା ସକାଶେ ସମସ୍ତ ଗୁରୁମା ଗୁରୁଜିମାନେ ଆପ୍ରାଣ ଚେଷ୍ଟା କରିବା ସହ ଅନ୍ୟାନ କର୍ମଚାରୀମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *