ଭି ଏଚ୍ ପି ରାଷ୍ଟ୍ରୀୟ ବୈଠକରେ ସମ୍ବଲପୁରର ୫ ପ୍ରତିନିଧି

ସମ୍ବଲପୁର: ଗୁଜୁରାଟର ଅହମଦାବାଦରେ ବଜରଙ୍ଗ ଦଳର ଦ୍ୱିଦିବସୀୟ ଅଖିଳ ଭାରତୀୟ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ବିଶ୍ୱ ହିନ୍ଦୁ ପରିଷଦର ସଙ୍ଗଠନ ସମ୍ପାଦକ ବିନାୟକ ରାୟ ଦେଶପାଣ୍ଡେ ଜୀ,ରାଷ୍ଟ୍ରୀୟ ସଂଯୋଜକ ନୀରଜ ଜୁଜରୀୟା ଜୀ, ସହ ସଂଯୋଜକ ସୂର୍ଯ୍ୟନାରାୟଣ ଜୀ ଯୋଗଦେଇ ଆସନ୍ତା ୨୦୨୪ରେ ବିଶ୍ୱହିନ୍ଦୁ ପରିଷଦର ଷଷ୍ଠୀ ପୂର୍ତ୍ତୀ ବର୍ଷ ପାଇଁ ବିଭିନ୍ନ ସାଙ୍ଗଠାନିକ ଯୋଜନା କରାଯାଇଥିଲା । ଲଭ ଜୀହାଦ,ଗୋମାତାର ସୁରକ୍ଷା, ଧର୍ମାନ୍ତରୀକରଣକୁ ରୋକିବା ପାଇଁ ବ୍ୟାପକ ପଦକ୍ଷେପ ନେବାକୁ ଯୋଜନା କରାଯାଇଥିଲାା ଏହି ବୈଠକରେ ଓଡ଼ିଶା ପଶ୍ଚିମ ପ୍ରାନ୍ତରୁ ପ୍ରାନ୍ତ ସଂଯୋଜକ ଇଂ. ସୁଧୀର ରଞ୍ଜନ ବହିଦାରଙ୍କ ନେତୃତ୍ୱରେ ୫ ଜଣିଆ ପ୍ରତିନିଧି ଯୋଗ ଦେଇଥିଲେ । ନୂତନ ଭାବେ ପଶ୍ଚିମ ପ୍ରାନ୍ତର ସହ ସଂଯୋଜକ ଭାବେ ରାମଚନ୍ଦ୍ର ନାୟକ ଓ ପ୍ରାନ୍ତ ଅ ।ଖଡ଼ା ପ୍ରମୁଖ ଭାବେ ପରମେଶ୍ୱର ପଟେଲଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିଲା । ଆଗାମୀ ଦିନରେ ଓଡ଼ିଶା ପଶ୍ଚିମ ପ୍ରାନ୍ତରେ ଏକ ବିରାଟ ସøର୍ଯ୍ୟା ଜାଗରଣ ଯାତ୍ରା କରିବା ପାଇଁ ନିଷ୍ପର୍ତ୍ତି ନିଆଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅଶୋକ ବାରିକ, ପ୍ରାନ୍ତ ଗୋରକ୍ଷା ପ୍ରମୁଖ, ସୌମ୍ୟ ରଞ୍ଜନ ମିଶ୍ର, ପ୍ରାନ୍ତ ମିଳନ କେନ୍ଦ୍ର ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *