Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଓଡ଼ିଆ ଜନଜୀବନରେ ଦୋଳଯାତ୍ରା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଓଡ଼ିଆ ଜନଜୀବନରେ ଦୋଳଯାତ୍ରା

-ଜ୍ୟୋର୍ତିବିଦ୍ ଅଜୟ କୁମାର ବେହେରା –

ଓଡ଼ିଶାରେ ଦୋଳ ପର୍ବ ପାଳନର ପରମ୍ପରା ବହୁ ପୁରୁଣା । ଫାଲଗୁନ ଶୁକ୍ଳ ଦଶମୀ ଠାରୁ ଅତ୍ୟନ୍ତ ଭକ୍ତିପୂତ ପରିବେଶରେ ଦୋଳଯାତ୍ରା ଆରମ୍ଭ ହୁଏ । ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ପ୍ରେମମୟ କୃଷ୍ଣ ଓ ରାଧାଙ୍କ ନିକଟରେ ଅବିର ଅର୍ପଣ କରାଯାଏ । ସଂକୀର୍ତ୍ତନ ପୁରାଣ ବୋଲାଯାଏ । ସୁସଜ୍ଜିତ ବିମାନରେ ରାଧା ଓ କୃଷ୍ଣଙ୍କ ଯୁଗଳ ମୂର୍ତ୍ତି ଉପବିଷ୍ଟ କରାଇ ଘର ଘର ବୁଲାଯାଏ । ଗୃହିଣୀମାନେ ଫଗୁ, ଚଣା, ଶାକର, କଦଳୀ ଓ ବିଭିନ୍ନ ଭୋଗପୂର୍ଣ୍ଣ କୁମ୍ଭ, ଦୀପ ଆଦି ଠାକୁରଙ୍କୁ ଅର୍ପଣ କରନ୍ତି । ଏହି ଅବସରରେ ରାଧାକୃଷ୍ଣ ମନ୍ଦିରମାନ ଉତ୍ସବ ମୁଖରିତ ହୁଏ । ରାଧାକୃଷ୍ଣ ମନ୍ଦିରରେ ଆଗ୍ନିୟ ଦିଗରେ ଅଗ୍ନି ପୂଜା ସହ ଏହାର ଶୁଭାରମ୍ଭ ହୁଏ । ଦୋଳ ପୂର୍ଣ୍ଣିମା ଦିନ ଠାକୁରମାନଙ୍କୁ ମନ୍ଦିରର ଦକ୍ଷିଣ-ପୂର୍ବ ଦିଗରେ ନିର୍ମିତ ଦୋଳ ମଣ୍ଡପକୁ ନିଆଯାଇ ପୂଜାର୍ଚ୍ଚନା କରାଯାଏ । କେତେକ ସ୍ଥାନରେ ପୂର୍ଣ୍ଣମୀ ଦିନ ଆରମ୍ଭ ହୋଇ ପାଞ୍ଚଦିନ ପୂର୍ଯ୍ୟନ୍ତ ପଞ୍ଚୁଦୋଳ ଯାତ୍ରା ପାଳିତ ହୁଏ । ଏହା ମଧ୍ୟ ଗୋ-ମାତାଙ୍କ ଜନ୍ମ ଦିବସ । ଅଚୁ୍ୟତାନନ୍ଦ ଦାସଙ୍କ ହରିବଂଶର ତୃତୀୟ ଖଣ୍ଡରେ ଉଲ୍ଲେଖ ଅଛି ଯଶୋଦା ବୋଇଲେ ବାବୁ ଶୁଣରେ ଆତ୍ମଜ, ଗାଈମାନଙ୍କ ବନ୍ଦାଣ ଅଟେ ଆମ୍ଭ ଆଜ । ଗୋମାତାଙ୍କ ଜନ୍ମ ଦିନ ଅଟଇ ଯୁକତେ, ତେରଉ କରି ଗୋପ ଲୋକେ ଗମନ୍ତି ଉଷତେ । ଦୋଳ ପୂର୍ଣ୍ଣମୀ ପର ଦିନ ପାଳିତ ହୁଏ ରଙ୍ଗର ମହୋତ୍ସବ ହୋଲି । ଏହି ଦିନରେ ଶ୍ରୀକୃଷ୍ଣ ସନ୍ଥମାନଙ୍କ ପାଳନ ପାଇଁ ଦୁଷ୍ଟ ନିବାରଣ କରିଥିଲେ । ହୋଲି ଭାଇଚାରାର ପର୍ବ । ସମସ୍ତଙ୍କ ଭିତରେ ଭଲପାଇବାର ବାର୍ତ୍ତା ଜାଗରିତ କରି, ମଣିଷପଣିଆ ପାଇଁ ଆଲୋକବର୍ତ୍ତିକା ସୃଷ୍ଟି କରିବା, ପବିତ୍ର ଦୋଳ ଉତ୍ସବର ଅନ୍ତର୍ନିହିତ ତାତ୍ପର୍ଯ୍ୟ । ରଙ୍ଗର ମହତ୍ତ୍ୱ ନୀଳ : ଶାନ୍ତି, ଗମ୍ଭୀର ଓ ସ୍ଥିରତାର ପ୍ରତୀକ । ଏହି ରଙ୍ଗରେ ହୋଲି ଖେଳିବାକୁ ପସନ୍ଦ କରୁଥିବା ବ୍ୟକ୍ତି ସାଧାରଣତଃ ସ୍ୱାଭିମାନୀ ଓ ବିଶ୍ୱାସୀ । ସବୁଜ : ଏହା ପ୍ରକୃତିର ରଙ୍ଗ । ଶାନ୍ତ ସ୍ୱଭାବର ବ୍ୟକ୍ତି ହୋଲି ଖେଳରେ ଏହି ରଙ୍ଗ ଖେଳିବାକୁ ପାଆନ୍ତି । ହଳଦିଆ : ଏହି ରଙ୍ଗ ପବିତ୍ରତାର ପ୍ରତୀକ । ଖୁସ ମିଜାକ ତଥା ସବୁବେଳେ ଅନ୍ୟକୁ ଆନନ୍ଦ ଦେଉଥିବା ବ୍ୟକ୍ତିଙ୍କର ଏହି ରଙ୍ଗ ପ୍ରିୟ । ଗୋଲାପୀ : ଭାବପ୍ରବଣତା ତଥା ସୃଜନଶୀଳତାର ପ୍ରତୀକ । ଏହି ରଙ୍ଗରେ ହୋଲି ଖେଳିବାକୁ ପସନ୍ଦ କରୁଥିବା ବ୍ୟକ୍ତି ଲାଜକୁଳା ସ୍ୱଭାବର । ନାଲି : ହୋଲି ଖେଳରେ ଲାଲ ରଙ୍ଗର ଆଦର ଅଧିକ । ଏହା ପ୍ରେମ ଓ ବନ୍ଧୁତ୍ୱର ସଂକେତ । ବାଇଗଣି : ବାଇଗଣି ରଙ୍ଗକୁ ପସନ୍ଦ କରୁଥିବା ବ୍ୟକ୍ତି ଦୂରଦ୍ରଷ୍ଟା । ନିଜଆଡ଼ୁ କୌଣସି ଦାୟିତ୍ୱ ନେବାକୁ ଏମାନେ ଆଗଭର । କଳା : ହୋଲି ଖେଳରେ କଳା ରଙ୍ଗ ବ୍ୟବହାର କରିବାକୁ ଇଛୁକ ବ୍ୟକ୍ତି ସାମାନ୍ୟ ବଦରାଗୀ ସ୍ୱଭାବର । ନିରାପଦ ହୋଲି ଖେଳ : ରଙ୍ଗ ଖେଳରେ ହଳଦି ଗୁଣ୍ଡ, ବିଟ୍, ମଞ୍ଜୁଆତି, ପଳାଶ, ଗେଣ୍ଡୁ, କୃଷ୍ଣଚୁଡ଼ା ପତ୍ର ରସର ବ୍ୟବହାର ନିରାପଦ । ଏଗୁଡ଼ିକ ପ୍ରାକୃତିକ ହୋଇଥିବାରୁ ଚର୍ମର କ୍ଷତି ହୁଏନାହିଁ । ହଳଦିଆ ରଙ୍ଗ ପାଇଁ ବେସନ ଓ ହଳଦି ଗୁଣ୍ଡ ଫେଣ୍ଟି, ଖରାରେ ଶୁଖାଇ ବ୍ୟବହାର କରନ୍ତୁ । ରକ୍ତ ଚନ୍ଦନ ଗୁଣ୍ଡ କରି ଲାଲ ରଙ୍ଗ ଭାବେ ବ୍ୟବହାର କରନ୍ତୁ । ତରଳ ଲାଲ ରଙ୍ଗ ପାଇଁ ଏକ ଲିଟର ପାଣିରେ ଦୁଇ ଚାମଚ ରକ୍ତ ଚନ୍ଦନ ଗୁଣ୍ଡ ପକାଇ ଫୁଟାନ୍ତୁ । ଥଣ୍ଡା ହେବା ପରେ ବ୍ୟବହାର କରନ୍ତୁ । ଲାଲ ମନ୍ଦାର ଫୁଲକୁ ଶୁଖାଇ ଗୁଣ୍ଡ କରି ମଧ୍ୟ ବ୍ୟବହାର କରିପାରିବେ । କମଳା ରଙ୍ଗ ପାଇଁ ପଳାଶ ଫୁଲକୁ ଶୁଖାଇ ହଳଦି ସହ ଫେଣ୍ଟି ବ୍ୟବହାର କରନ୍ତୁ । ଗୋଲାପୀ ରଙ୍ଗ ପ୍ରସ୍ତୁତ ପାଇଁ ବିଟ୍ ବେଶ୍ ଉପଯୋଗୀ । ବିଟ୍ କାଟି ଅଧ ଲିଟର ପାଣିରେ ପନ୍ଦର ମିନିଟ ଫୁଟାଇ, ଥଣ୍ଡା ହେବା ପରେ ବ୍ୟବହାର କରନ୍ତୁ । ମେହନ୍ଦୀ, କୃଷ୍ଣଚୁଡ଼ା, ଧନିଆ ପତ୍ରକୁ ଶୁଖାଇ ଭଲ ଭାବେ ଗୁଣ୍ଡ କରନ୍ତୁ । ଅଟା ମିଶାଇ ସବୁଜ ରଙ୍ଗ ଭାବେ ବ୍ୟବହାର କରନ୍ତୁ । ହୋଲି ପରମ୍ପରା ବସନ୍ତୋତ୍ସବ : ପଶ୍ଚିମବଙ୍ଗରେ ପାଳିତ ହୋଲି, ବସନ୍ତୋତ୍ସବ ଭାବେ ପରିଚିତ । ଶାନ୍ତିନିକେତନରେ ଏହା ମହାଆଡ଼ମ୍ବରରେ ପାଳିତ ହୁଏ । ଏହି ପୂର୍ବରୁ ପଶ୍ଚିମବଙ୍ଗରେ ଲୋକପ୍ରିୟ କରାଇବାରେ ରବୀନ୍ଦ୍ରନାଥ ଠାକୁରଙ୍କ ଅବଦାନ ବେଶ ଗୁରୁତ୍ୱପୂର୍ଣ୍ଣ । ଦୋଳ ପୂର୍ଣ୍ଣମୀ ଦିନ ଶାନ୍ତିନିକେତନର ଛାତ୍ରଛାତ୍ରୀମାନେ ଗାଢ଼ ହଳଦିଆ ରଙ୍ଗର ଶାଢ଼ି, ଧୋତି-କୁର୍ତ୍ତା ପିନ୍ଧି ରଙ୍ଗ ଖେଳନ୍ତି । ରଙ୍ଗ ପଞ୍ଚମୀ : ମହାରାଷ୍ଟ୍ରରେ ପାଳିତ ହେଉଥିବା ହୋଲି ଉତ୍ସବକୁ ରଙ୍ଗ ପଞ୍ଚମୀ କୁହାଯାଏ । ଏହା ପାଞ୍ଚ ଦିନ ଧରି ପାଳିତ ହୁଏ । ଶେଷ ଦିନରେ ରଙ୍ଗ ଖେଳ ହୁଏ । ଧୀବର ସଂପ୍ରଦାୟର ଲୋକେ ଲୋକଗୀତର ତାଳେ ତାଳେ ନୃତ୍ୟ ପ୍ରଦର୍ଶନ କରି ହୋଲି ଖେଳନ୍ତି । ପାଣିଭର୍ତ୍ତି ମାଠିଆ ଭଙ୍ଗା ଉତ୍ସବ ଏଠାକାର ଆଉ ଏକ ନିଆରା ପରମ୍ପରା । ଲାଠ୍ମାର୍ : ଉତ୍ତର ପ୍ରଦେଶର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମଥୁରା ନିକଟରେ ଥିବା ଏକ ଛୋଟିଆ ସହର ହେଉଛି ବର୍ସନା । ତା’ ନିକଟରେ ଥିବା ଆଉ ଏକ ଛୋଟ ସହର ନନ୍ଦଗାଓଁ । ବର୍ସନା ହୋଲି ଉତ୍ସବର ପରମ୍ପରା ସ୍ୱତନ୍ତ୍ର ଓ ପ୍ରସିଦ୍ଧ । ଏହି ଗାଁର ଝିଅମାନଙ୍କ ସହିତ ହୋଲି ଖେଳିବା ଲାଗି ପଡ଼ୋଶୀ ନନ୍ଦଗାଓଁରୁ ପୁରୁଷମାନେ ଏଠାକୁ ଆସନ୍ତି । ସେମାନେ ରଙ୍ଗ ଧରି ଆସିଥିବାବେଳେ ବର୍ସନାର ଝିଅମାନେ ସେମାନଙ୍କୁ ଲାଠିରେ ପିଟିଥାନ୍ତି । ପରଦିନ ବର୍ସନାର ଯୁବକମାନେ ହୋଲି ଖେଳିବାକୁ ନନ୍ଦଗାଓଁକୁ ଯାଆନ୍ତି ଏବଂ ମାଡ଼ଖାଇ ଫେରନ୍ତି । ବ୍ରଜ ହୋଲି : ମଥୁରା ଅନ୍ତର୍ଗତ ବ୍ରଜ ନଗରର ହୋଲି ଖେଳ ବେଶ ପ୍ରସିଦ୍ଧ । ରାଧା-କୃଷ୍ଣଙ୍କ ପାଇଁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଏଠାରେ ଧୁମ୍ଧାମରେ ହୋଲି ଖେଳନ୍ତି । କାରଣ ବ୍ରଜରେ ଶ୍ରୀକୃଷ୍ଣ ଓ ଶ୍ରୀରାଧା ପ୍ରଥମେ ହୋଲି ଖେଳିଥିଲେ ଏବଂ କ୍ରମେ ତାହା ପରମ୍ପରା ଭାବେ ଗଡ଼ିଆସିଛି । ଏଠାରେ କେବଳ ପ୍ରାକୃତିକ ରଙ୍ଗରେ ହୋଲି ଖେଳ ହୁଏ । ପ୍ରେମର ପର୍ବ : ତାମିଲନାଡୁର ଲୋକେ ହୋଲି ଦିନ ଭଗବାନ କାମଦେବଙ୍କୁ ପୂଜା କରନ୍ତି । ସ୍ଥାନୀୟ ଲୋକଙ୍କ ଭାଷାରେ ହୋଲିକୁ କାମ ବିଲାସ ବା କାମ ଦହନ କୁହାଯାଏ । ତାମିଲ ସଂପ୍ରଦାୟର ଲୋକେ କାମ ଦେବ ଓ ତାଙ୍କ ପତ୍ନୀ ରତି ଦେବୀଙ୍କ ପ୍ରେମ ଗୀତ ଗାଇ ହୋଲି ପାଳନ୍ତି । ହୋଲୀକା ପୋଡ଼ି : ଉତ୍ତର ଭାରତୀୟମାନେ ଦୋଳ ପୂର୍ଣ୍ଣମୀ ରାତ୍ରିରେ ହୋଲୀକା ପୋଡ଼ି ଉତ୍ସବ ପାଳନ କରନ୍ତି । ରାକ୍ଷସ ରାଜା ହିରଣ୍ୟକଶିପୁ, କେବଳ ତାଙ୍କୁ ପୂଜା କରିବା ପାଇଁ ପ୍ରଜାଙ୍କୁ ନିଦେ୍ର୍ଦଶ ଦେଇଥିଲେ । ତେବେ ପୁତ୍ର ପ୍ରହ୍ଲାଦ ମାନି ନଥିଲେ । ସେ ଭଗବାନ ବିଷ୍ଣୁଙ୍କୁ ପୂଜା କରିବାରୁ କ୍ରୋଧାନ୍ୱିତ ହିରଣ୍ୟକଶିପୁ, ତାଙ୍କୁ ଅଗ୍ନିରେ ଦଗ୍ଧ କରିବା ଲାଗି ଭଗିନୀ ହୋଲୀକାକୁ ନିଦେ୍ର୍ଦଶ ଦେଇଥିଲେ । ବର ପାଇବା ଯୋଗୁଁ ନିଅାଁ ଦ୍ୱାରା ହୋଲୀକାର କୌଣସି କ୍ଷତି ହେଉ ନଥିଲା । ସେ ପ୍ରହ୍ଲାଦଙ୍କୁ ନେଇ ଜ୍ୱଳନ୍ତ ଅଗ୍ନି କୁଣ୍ଡ ମଧ୍ୟକୁ ପ୍ରବେଶ କଲା । ତେବେ ବିଷ୍ଣୁଙ୍କ ଆଶୀର୍ବାଦ ଥିବାରୁ ପରିଣାମ ହେଲା ବିପରୀତ । ହୋଲୀକା ରାକ୍ଷସୀ ପୋଡ଼ିଯାଇ ପ୍ରାଣ ହରାଇଲା ଏବଂ ପ୍ରହ୍ଲାଦ ଅନାହତ ଅଗ୍ନି କୁଣ୍ଡ ମଧ୍ୟରୁ ବାହାରିଆସିଲେ । ଏହାକୁ ପାପଶକ୍ତି ଉପରେ ଧର୍ମର ବିଜୟଭାବେ ସ୍ମରଣ କରିବା ପାଇଁ ଦୋଳରେ ପୁରୁଣା ଅଦରକାରୀ ଦ୍ରବ୍ୟ ପୋଡ଼ାଯାଏ, ଯାହା ହୋଲୀକା ପୋଡ଼ି ଭାବେ ଖ୍ୟାତ ।

“ବରେଣ୍ୟ ବାଣୀ’ ପିସି ସରକାର ଲେନ୍, ଅରୁଣୋଦୟ ମାର୍କେଟ, କଟକ, ଦୂରଭାଷ : ୯୪୩୭୦୩୧୨୫୩

Leave a Reply