Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆଫଗାନିସ୍ତାନରେ ଦୁଇ ଫାଳ ହୋଇଛି ତାଲିବାନ ସରକାର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆଫଗାନିସ୍ତାନରେ ଦୁଇ ଫାଳ ହୋଇଛି ତାଲିବାନ ସରକାର

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଦୁଇ ଫାଳ ହୋଇଛି ତାଲିବାନ ସରକାର । ମହିଳା ଶିକ୍ଷା ଉପରେ ପ୍ରତିବନ୍ଧକ ଲାଗିବା ପରେ ବିଭାଜିତ ହେବାକୁ ଯାଉଛି ତାଲିବାନ ସଂଗଠନ । ସରକାରଙ୍କ ସର୍ବୋଚ୍ଚ ନେତା ମୁଲ୍ଲା ହିବୁତୁଲ୍ଲା ଅଙ୍ଖୁଦଜାଦାଙ୍କ ପାଇଁ ମୁସ୍କିଲ୍ ବଢ଼ୁଛି । ତାଲିବାନର ବରିଷ୍ଠ ଅଧିକାରୀ ଅଙ୍ଖୁଦଜାଦାଙ୍କୁ ଗାଦିଚୁ୍ୟତ କରିବାକୁ ବିଚାର ଚାଲିଥିଲା କୁହାଯାଉଛି । ତାଲିବାନ ସରକାରଙ୍କ ଶୀର୍ଷ ଅଧିକାରୀଙ୍କ ସୂଚନା ମୁତାବକ, ଆଫଗାନିସ୍ତାନରେ ମହିଳାଙ୍କ ଶିକ୍ଷା ଉପରେ ପ୍ରତିବନ୍ଧକ ମୁଦ୍ଦାରେ ବିବାଦ ବଢୁଛି । ସଂଗଠନର ଏକତା ଭାଙ୍ଗିବା ବିପଦ ବଢୁଛି । ଉପ-ପ୍ରଧାନମନ୍ତ୍ରୀ ମୁଲ୍ଲା ଅବଦୁଲ ଗନି ବରାଦରଙ୍କୁ ଅଙ୍ଖୁଦଜାଦା ସ୍ଥାନରେ ଅବସ୍ଥାପିତ କରିବାକୁ ବରିଷ୍ଠ ଅଧିକାରୀ ବିକଳ୍ପ ବ୍ୟବସ୍ଥା ପ୍ରସ୍ତୁତ କରୁଥିବା ସୂତ୍ରରୁ ପ୍ରକାଶ ପାଇଛି । ଗତବର୍ଷ ଡିସେମ୍ବର ମାସରେ ମହିଳା ଶିକ୍ଷାକୁ ବ୍ୟାନ୍ କରାଯାଇଥିଲା । ବିଶ୍ୱ ବିଦ୍ୟାଳୟରେ ମହିଳାଙ୍କ ପାଠପଢ଼ିବା ଉପରେ ରୋକ୍ ଲଗାଇଛନ୍ତି ତାଲିବାନ ସରକାର । ଏହାକୁ ନେଇ ଅନ୍ତର୍ଜାତୀୟ ଫୋରମରେ ମଧ୍ୟ ବିରୋଧ କରାଯାଇଥିଲା । ଗୃହମନ୍ତ୍ରୀ ସିରାଜୁଦ୍ଦିନ ହକ୍କାନୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ମୁଲ୍ଲା ମହମ୍ମଦ ୟାକୁବ କଟ୍ଟରପନ୍ଥୀଙ୍କ ସପକ୍ଷରେ ନାହାଁନ୍ତି ଏବଂ ସରକାର ପରିବର୍ତ୍ତନ ପାଇଁ ଚାହୁଁଥିବା କୁହାଯାଉଛି । ମହିଳାଙ୍କ ଶିକ୍ଷା ପ୍ରତିବନ୍ଧ ହଟାଇବା ବିରୋଧରେ ରହିଛନ୍ତି ମୁଲ୍ଲା ହିବୁତୁଲ୍ଲା ଅଙ୍ଖୁଦଜାଦା ସରକାର । ଅନ୍ତର୍ଜାତୀୟ ଚାପ ଏବଂ ସମାଧାନ ପାଇଁ ଆଲୋଚନା ହୋଇଥିଲେ ମଧ୍ୟ ଏହା ସଫଳ ହୋଇନାହିଁ । ଅନ୍ୟପଟେ ତାଲିବାନ ସଂଗଠନ ସର୍ବୋଚ୍ଚ ପଦରେ ରହିଥିବା ଅଙ୍ଖୁଦଜାଦା ହଟାଇବାକୁ ଉଦ୍ୟମ ଜାରି ରହିଛି । ମେଡିକାଲ ପାଠପଢାରେ ମହିଳାଙ୍କ ପାଇଁ ଦ୍ୱାର ବନ୍ଦ ହୋଇଛି । ସେହିପରି ମହିଳାଙ୍କୁ ମୁଣ୍ଡ ପର୍ଯ୍ୟନ୍ତ ବୁର୍ଖା ଢାଙ୍କିବାକୁ ପଡ଼ୁଛି । ଗତ କିଛି ଦିନ ହେବ ବେସରକାରୀ ସଂସ୍ଥାରେ କାର୍ଯ୍ୟ କରୁଥିବା ମହିଳାଙ୍କ ଉପରେ ମଧ୍ୟ ଏହି ପ୍ରତିବନ୍ଧ ଲଗାଇଛି ।

Leave a Reply