
ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ରସଂସଦ ନିର୍ବାଚନ ୨୦୨୬-୨୭ରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ବିପୁଳ ବିଜୟ । ସଭାପତି ପଦରେ ୟଶ ଡବାସ, ସମ୍ପାଦକ ପଦରେ ରିୟା ଛାବଡୀ ଏବଂ ସହ-ସମ୍ପାଦକ ପଦରେ ଲକ୍ଷ୍ୟରାଜ ସିଂହଙ୍କ ଗୌରବମୟ ବିଜୟ ।
ଏହି ବିଜୟ ରାଷ୍ଟ୍ର ପ୍ରଥମର ଭାବନା, ସାମାଜିକ ସମରସତା, ଛାତ୍ରହିତ ଏବଂ ବର୍ଷ ବର୍ଷ ଧରି ଗଢ଼ି ଉଠିଥିବା ସାଙ୍ଗଠନିକ କାର୍ଯ୍ୟପଦ୍ଧତି ପ୍ରତି ଛାତ୍ରସମାଜର ବିଶ୍ୱାସକୁ ପ୍ରତିଫଳିତ କରୁଛି।
ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ (DUSU) ର ହାଇ-ପ୍ରୋଫାଇଲ୍ ଡୁସୁ ନିର୍ବାଚନ ଫଳାଫଳରେ,ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଚମତ୍କାର ପ୍ରଦର୍ଶନ କରି କେନ୍ଦ୍ରୀୟ ପ୍ୟାନେଲର ୪ଟି ପଦ ମଧ୍ୟରୁ ୩ଟିରେ ବିଜୟଲାଭ କରିଛି। ABVP ଏହି ପଦଗୁଡ଼ିକ ମଧ୍ୟରୁ ସଭାପତି, ସମ୍ପାଦକ ଏବଂ ଯୁଗ୍ମ ସମ୍ପାଦକ ଭଳି ୩ଟି ପ୍ରମୁଖ ପଦରେ ବିଜୟ ହାସଲ କରିଥିବାବେଳେ ଉପସଭାପତି ପଦରେ ସ୍ୱାଧୀନ ପ୍ରାର୍ଥୀ ଦୀପାଂଶୁ ଶୌକୀନ ବାଜି ମାରିଛନ୍ତି।
ABVP ସଭାପତି, ସମ୍ପାଦକ ଏବଂ ଯୁଗ୍ମ ସମ୍ପାଦକ ପଦ ଜିତିଲା
କଂଗ୍ରେସ କେନ୍ଦ୍ରୀୟ ପ୍ୟାନେଲର ୪ଟି ପଦରୁ ଗୋଟିଏ ବି ପଦ ଜିତି ପାରି ନାହିଁ, ଯେତେବେଳେ କି ABVP ସଭାପତି, ସମ୍ପାଦକ ଏବଂ ଯୁଗ୍ମ ସମ୍ପାଦକ ଭଳି ଗୁରୁତ୍ୱପୂର୍ଣ୍ଣ ପଦଗୁଡ଼ିକ ହାତେଇ ନେଇଛି। ସଭାପତି ପଦରେ ABVP ର ଯଶ ଡାବାସ୍ ୨୪,୫୭୬ଟି ଭୋଟ୍ ପାଇଛନ୍ତି। ଯଶ ଡାବାସ୍ NSUI ର ବିଜୟ ଶଙ୍କର ମୀନାଙ୍କୁ ୨,୦୫୩ଟି ଭୋଟ୍ର ବ୍ୟବଧାନରେ ପରାସ୍ତ କରିଛନ୍ତି। ବିଜୟ ମୀନା ୨୨,୫୨୩ଟି ଭୋଟ୍ ପାଇଛନ୍ତି।
ସ୍ୱାଧୀନ ପ୍ରାର୍ଥୀ ଦୀପାଂଶୁ ଶୌକୀନ ଉପସଭାପତି ପଦରେ ବିଜୟୀ
ସ୍ୱାଧୀନ ପ୍ରାର୍ଥୀ ଦୀପାଂଶୁ ଶୌକୀନ ଏକ ବଡ଼ ଧରଣର ଓଲଟପାଲଟ୍ କରି ୩୦,୬୧୫ଟି ଭୋଟ୍ ସହ ଉପସଭାପତି ପଦ ହାତେଇଛନ୍ତି। NSUI ରୁ ଟିକେଟ୍ ନ ମିଳିବାରୁ ସେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ। ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବରେ କେନ୍ଦ୍ରୀୟ ପ୍ୟାନେଲର ଗୁରୁତ୍ୱପୂର୍ଣ୍ଣ ଉପସଭାପତି ପଦରେ ତାଙ୍କର ଏହି ବିଜୟ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ବୋଲି ବିବେଚନା କରାଯାଉଛି। ଗତ ବର୍ଷ ABVP ସଭାପତି, ସମ୍ପାଦକ ଏବଂ ଯୁଗ୍ମ ସମ୍ପାଦକ ପଦ ଜିତିଥିବାବେଳେ NSUI ଉପସଭାପତି ପଦ ଜିତିଥିଲା।
NSUI କୁ ଝଟକା
ଯୁଗ୍ମ ସମ୍ପାଦକ ପଦରେ ABVP ର ପ୍ରାର୍ଥୀ ଲକ୍ଷ୍ୟ ରାଜ ସିଂହ ୧୬,୬୧୫ଟି ଭୋଟ୍ ପାଇଥିବାବେଳେ ସମାଜବାଦୀ ଛାତ୍ର ସଭାର ପ୍ରାର୍ଥୀ ୧୫,୭୭୮ଟି ଭୋଟ୍ ପାଇଛନ୍ତି। ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘର ସମ୍ପାଦକ ପଦରେ ABVP ପ୍ରାର୍ଥୀ ରିୟା ଛାବଡ଼ି ୨୧,୬୫୦ଟି ଭୋଟ୍ ହାସଲ କରିଥିବାବେଳେ NSUI ପ୍ରାର୍ଥୀ ୧୪,୮୬୯ଟି ଭୋଟ୍ ପାଇଛନ୍ତି। ଏହି ନିର୍ବାଚନ ଫଳାଫଳକୁ କଂଗ୍ରେସ ସମର୍ଥିତ NSUI ପାଇଁ ଏକ ବଡ଼ ଝଟକା ବୋଲି ବିବେଚନା କରାଯାଉଛି। NSUI କେନ୍ଦ୍ରୀୟ ପ୍ୟାନେଲର ଗୋଟିଏ ବି ପଦ ହାସଲ କରିପାରି ନାହିଁ।
୪୦.୪୬ ପ୍ରତିଶତ ଭୋଟିଂ ୩ ବର୍ଷ ମଧ୍ୟରେ ସର୍ବାଧିକ
ଏଥର ABVP, NSUI, AISA ଏବଂ ଷ୍ଟୁଡେଣ୍ଟ୍ସ ଫେଡେରେସନ୍ ଅଫ୍ ଇଣ୍ଡିଆ (SFI) ର ମେଣ୍ଟ ସମେତ ପ୍ରମୁଖ ଛାତ୍ର ସଂଗଠନଗୁଡ଼ିକର ପ୍ରତିନିଧିତ୍ୱ କରୁଥିବା ମୋଟ ୨୦ ଜଣ ପ୍ରାର୍ଥୀ ଡୁସୁ ନିର୍ବାଚନ ଲଢ଼ିଥିଲେ। ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଡୁସୁ ନିର୍ବାଚନ ପାଇଁ ଶୁକ୍ରବାର ଦିନ ଦୁଇଟି ପର୍ଯ୍ୟାୟରେ ୫୨ଟି ପୋଲିଂ କେନ୍ଦ୍ରରେ ଭୋଟ୍ ଗ୍ରହଣ କରାଯାଇଥିଲା। ମୋଟ ୪୦.୪୬ ପ୍ରତିଶତ ଭୋଟିଂ ହୋଇଥିଲା