Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଫାଶୀଦଣ୍ଡ ପାଇଥିବା ୮ ପୂର୍ବତନ ନୌସେନା ଅଧିକାରୀଙ୍କ ପରିବାରକୁ ଭେଟିଲେ ଏସ୍‌.ଜୟଶଙ୍କର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଫାଶୀଦଣ୍ଡ ପାଇଥିବା ୮ ପୂର୍ବତନ ନୌସେନା ଅଧିକାରୀଙ୍କ ପରିବାରକୁ ଭେଟିଲେ ଏସ୍‌.ଜୟଶଙ୍କର

କତାର: କତାରରେ ଫାଶୀ ଦଣ୍ଡ ପାଇଥିବା ଭାରତୀୟ ନୌସେନାର ୮ ଜଣ ପୂର୍ବତନ ଅଧିକାରୀଙ୍କ ପରିବାରକୁ ଭେଟିଲେ ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର । ପୂର୍ବତନ ନୌସେନା ଅଧିକାରୀମାନଙ୍କୁ ମୁକ୍ତ ସୁନିଶ୍ଚିତ କରିବା ପାଇଁ ଭାରତ ସବୁ ପ୍ରୟାସ ଜାରି ରଖିବ ବୋଲି ସେ କହିଛନ୍ତି । ଏନେଇ ସୋଶାଲ ମିଡିଆ ସାଇଟ୍ ‘ଏକ୍ସ\’ରେ ପୋଷ୍ଟ କରି ଜୟଶଙ୍କର ସୂଚନା ଦେଇଛନ୍ତି । ସେ କହିଛନ୍ତି, କତାର୍‌ରେ ଅଟକ ଥିବା ୮ଜଣ ଭାରତୀୟଙ୍କ ପରିବାରବର୍ଗଙ୍କୁ ଆଜି ସକାଳେ ଭେଟିଲି । ଏହି ମାମଲାରେ ଭାରତ ସରକାର ସର୍ବାଧିକ ଗରୁତ୍ୱାରୋପ କରୁଥିବା କଥା କହିଛି । ସେମାନଙ୍କ ପରିବାରବର୍ଗଙ୍କ ବେଦନା ଓ ଦୁଃଖ ଶୁଣିଲି । ସେମାନଙ୍କ ମୁକ୍ତି ସୁନିଶ୍ଚିତ କରିବା ଲାଗି ଭାରତ ସରକାର ସବୁ ପ୍ରକାରର ପ୍ରୟାସ ଜାରି ରଖିବେ । ଏ ପ୍ରସଙ୍ଗରେ ସେମାନଙ୍କ ପରିବାରବର୍ଗଙ୍କ ସହିତ ନିବିଡ଼ ଆନ୍ତରିକତାର ସହ ସମନ୍ୱୟ ରକ୍ଷା କରିବୁ । ଏହି ସମସ୍ୟାର ସମାଧାନ ପାଇଁ ବିଭିନ୍ନ ବିକଳ୍ପକୁ ବିଚାର କରାଯାଉଛି । ଭାରତ ଏପର୍ଯ୍ୟନ୍ତ କତାର କୋର୍ଟର ନିଷ୍ପତ୍ତିର କପି ପାଇନାହିଁ । କୋର୍ଟଙ୍କ ନିଷ୍ପତ୍ତି ଉପରେ କତାର ପକ୍ଷରୁ କୌଣସି ମନ୍ତବ୍ୟ ଦିଆଯାଇ ନାହିଁ । ଏହି ନିଷ୍ପତ୍ତିକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବା ପରେ ଭାରତ ସରକାର ଏହାର ବିକଳ୍ପ ଉପରେ ଆଗକୁ ବଢ଼ିବ । କୂଟନନୈତିକ କିମ୍ବା ରାଜନୈତିକ ଦୃଷ୍ଟିରୁ ଭାରତ ମଧ୍ୟ ଏହାର ସମାଧାନ କରିବାକୁ ବିଚାର କରିପାରେ ବୋଲି ସୂତ୍ରରୁ ପ୍ରକାଶ ପାଇଛି । ସୂଚନାଯୋଗ୍ୟ, କତାର ଜେଲରେ ବନ୍ଦି ଥିବା ୮ ଜଣ ପୂର୍ବତନ ନୌସେନା ଅଧିକାରୀ ହେଉଛନ୍ତି, କ୍ୟାପ୍‌ଟେନ୍ ନବତେଜ ସିଂହ ଗିଲ୍‌, କ୍ୟାପଟେନ୍ ବୀରେନ୍ଦ୍ର କୁମାର ବର୍ମା, କ୍ୟାପ୍େଟନ୍ ସୌରଭ ବଶିଷ୍ଠ, କ୍ୟାଡର୍ ଅମିତ ନାଗପାଲ, କ୍ୟାଡର୍ ପୂର୍ଣ୍ଣେନ୍ଦୁ ତିୱାରି, କ୍ୟାଡର୍ ସୁଗୁଣକର ପକଲା, କ୍ୟାଡର୍ ସଞ୍ଜୀବ ଗୁପ୍ତା ଓ ନାବିକ ରାଗେଶ । ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ସେମାନେ ଦଣ୍ଡିତ ହୋଇଛନ୍ତି । ଏସମସ୍ତ ପୂର୍ବତନ ଅଧିକାରୀ ‘ଦାରା ଗ୍ଲୋବାଲ୍ ଟେକ୍ନୋଲୋଜି ଆଣ୍ଡ୍ କନ୍‌ସଲ୍‌ଟାନ୍‌ସି ସର୍ଭିସେସ୍‌’ ନାମକ ଘରୋଇ ସଂସ୍ଥାନରେ କାର୍ଯ୍ୟ କରୁଥିଲେ । ଏହା କତାରର ସଶସ୍ତ୍ର ସେନାକୁ ତାଲିମ ଓ ଅନ୍ୟାନ୍ୟ ସେବା ଯୋଗାଇଥାଏ ।

Leave a Reply