Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆଜି ‘ମେରୀ ମାଟି ମେରା ଦେଶ’ ଅଭିଯାନର ଅମୃତ କଳସ ଯାତ୍ରା ଉଦଯାପନି କାର୍ଯ୍ୟକ୍ରମ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆଜି ‘ମେରୀ ମାଟି ମେରା ଦେଶ’ ଅଭିଯାନର ଅମୃତ କଳସ ଯାତ୍ରା ଉଦଯାପନି କାର୍ଯ୍ୟକ୍ରମ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅକ୍ଟୋବର ୩୧ ତାରିଖ ସନ୍ଧ୍ୟା ପ୍ରାୟ ୫ଟା ସମୟରେ କର୍ତ୍ତବ୍ୟ ପଥରେ ମେରୀ ମାଟି ମେରା ଦେଶ ଅଭିଯାନର ଅମୃତ କଳସ ଯାତ୍ରାର ସମାପନ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହି ଅବସରରେ ସ୍ୱାଧୀନତାର ଅମୃତ ମହୋତ୍ସବର ଉଦଯାପନୀ କରାଯିବ । ସୋମବାର ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଜାରି ବୟାନରେ ଏହି ସୂଚନା ଦିଆଯାଇଛି । ଏହି ବୟାନରେ କୁହାଯାଇଛି ଯେ, କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ଅମୃତ ବାଟିକା ଓ ଅମୃତ ମହୋତ୍ସବ ସ୍ମାରକର ଉଦଘାଟନ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ବିଭିନ୍ନ ସ୍ଥାନରୁ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ହଜାର ହଜାର ଅମୃତ କଳସ ଯାତ୍ରୀଙ୍କୁ ସମ୍ବୋଧିତ କରିବେ । କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ଦେଶର ଯୁବବର୍ଗଙ୍କ ପାଇଁ ମେରା ଯୁବା ଭାରତ ପ୍ଲାଟଫର୍ମର ଶୁଭାରମ୍ଭ କରିବେ ।

Leave a Reply