Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସୀମାରେ ଅନୁପ୍ରବେଶ ପଣ୍ଡ; ୫ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲା ସେନା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସୀମାରେ ଅନୁପ୍ରବେଶ ପଣ୍ଡ; ୫ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲା ସେନା

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ସେନା

ପକ୍ଷରୁ ଆତଙ୍କବାଦୀ ସଫେଇ ଅଭିଯାନ ଜାରି

ରହିଛି । ଗୁରୁବାର ଏଲ୍‌ଓସି ନିକଟସ୍ଥ କୁପୱାରା

ଜିଲ୍ଲା ମ୍ୟାକ୍‌ଚିଲ୍ ଠାରେ ୫ ଲସ୍କର ଏ ତାଇବା

ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କରାଯାଇଛି ।

କାଶ୍ମୀର ପୁଲିସ ଏହି ସୂଚନା ଦେଇଛି ।

ସୀମାରେ ସର୍ଚ୍ଚ ଅପରେସନ ଜାରି ରହିଛି

ବୋଲି ପୁଲିସ କହିଛି । କୁପୱାରା ଏନ୍‌କାଉଣ୍ଟର

ବିଷୟରେ ଅପ୍‌ଡେଟ୍ ଦେଇ ଦେଇ କାଶ୍ମୀର

ପୁଲିସ ଏକ୍ସରେ ଲେଖିଛି ଯେ ଆଉ ୩ ଏଲ୍‌ଇଟି

ଆତଙ୍କବାଦୀଙ୍କୁ ଗୁଳି କରାଯାଇଛି । ମୋଟ ୫

ଜଣଙ୍କର ମୃତ୍ୟୁ ହୋଇଛି । ସେମାନଙ୍କର

ପରିଚୟ ଖୋଜା ଚାଲିଥିବା ବେଳେ ସୀମାରେ

ସର୍ଚ୍ଚ ଅପରେସନ ଜାରି ରହିଛି ବୋଲି ପୁଲିସ

ଲେଖିଛି ।ଭାରତୀୟ ସେନାର ଚିନାର କର୍ପ

ପକ୍ଷରୁ ମଧ୍ୟ ସର୍ଚ୍ଚ ଅପରେସନ୍ ନେଇ

ଅପ୍‌ଡେଟ୍ ଦିଆଯାଇଛି । ଅନୁପ୍ରବେଶ ଖବର

ମିଳିବା ପରେ ଜାମ୍ମୁକାଶ୍ମୀର ପୁଲିସ ଓ ସେନା

ପକ୍ଷରୁ ମିଳିତ ଭାବେ ଅକ୍ଟୋବର ୨୩ରୁ

୨୬ ପର୍ଯ୍ୟନ୍ତ ସର୍ଚ୍ଚ ଅପରେସନ

କରାଯାଇଥିଲା । ଆତଙ୍କବାଦୀଙ୍କ ଅନୁପ୍ରବେଶ

ପଣ୍ଡ କରାଯାଇଛି ବୋଲି ଚିନାର କର୍ପ୍ସ

ଏକ୍ସରେ ପୋଷ୍ଟ କରି କହିଛି । ଗତ ମାସରେ

ମଧ୍ୟ ଜାମ୍ମୁ କାଶ୍ମୀରର ବାରାମୁଲ୍ଲା ଜିଲ୍ଲାରେ

ସେନା ଓ ପୁଲିସ ମିଳିତ ବାବେ ସର୍ଚ୍ଚ

ଅପରେସନ ଆରମ୍ଭ କରିଥିଲେ । ଏଥିରେ ୩

ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଥିଲ

Leave a Reply