ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପ୍ରତିଷ୍ଠା ଦିବସ ଓ ବିଜୟା ଦଶମୀ ଉତ୍ସବ ପାଳିତ

ଓଡ଼ଗାଁ: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଅନ୍ତର୍ଗତ ରଙ୍ଗଣୀପାଟଣା ଓ ମଶାବାରୀ ଗ୍ରାମରେ ଓଡ଼ଗାଁ ରାଷ୍ଟ୍ରୀୟ ସ୍ୱୟଂ ସେବକ ଶାଖା ପକ୍ଷରୁ ସଂଘର ପ୍ରତିଷ୍ଠାତା ଦିବସ ତଥା ବିଜୟା ଦଶମୀ ଉତ୍ସବ ସୋମବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ସ୍ୱୟଂ ସେବକଙ୍କ ପକ୍ଷରୁ ସ୍ୱୟଂ ସେବକ ମାନେ ଘୋଷବାଦ୍ୟର ତାଳେ ତାଳେ ପବିତ୍ର ଗୈରିକ ଧ୍ୱଜା ଅର୍ଥାô ସଂଘର ପତକା ଧରି ରଙ୍ଗଣୀପାଟଣା ଛକଠାରୁ ମଶାବାରୀ କଲ୍ୟାଣୀ ମଣ୍ଡପ ପର୍ଯ୍ୟନ୍ତ ରାସ୍ତା ପରିକ୍ରମା କରିଥିଲେ । ବିଭିନ୍ନ ସ୍ଥାନରେ ଗ୍ରାମବାସୀ ମାନେ ସଂଘର କାର୍ଯ୍ୟକ୍ରମକୁ ହୁଳହୁଳି ଦେଇ ସ୍ୱାଗତ ଓ ସମ୍ମତି ଜଣାଇଥିଲେ । ମଶାବାରୀ କଲ୍ୟାଣୀ ମଣ୍ଡପ ଠାରେ ଆୟୋଜିତ ସଭାରେ ବରିଷ୍ଠ ସାମ୍ବାଦିକ ତଥା ଶିକ୍ଷାବିତ ଅଶୋକ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭାରତବର୍ଷକୁ ବୈଭବଶାଳୀ କରିବାର ପ୍ରୟାସ ଏବଂ ରାଷ୍ଟ୍ର ହିଁ ସର୍ବୋପରି ଏବଂ ସ୍ୱୟଂ ସେବକଙ୍କ ନିଷ୍ଠାପର ସେବା ମନୋଭାବ ସମ୍ପର୍କରେ ଆଲୋଚନା ରଖିଥିଲେ । ନୟାଗଡ଼ ଜିଲ୍ଲା କାର୍ଯ୍ୟବାହ ସମ୍ପାଦକ ଭଗବାନ ଦେହୁରୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ସ୍ୱୟଂ ସେବକ ସଂଘର ଜନ୍ମ ଏବଂ ସାମ୍ପ୍ରତିକ ସମୟର କାର୍ଯ୍ୟ ପ୍ରଣାଳୀ ଉପରେ ବଉଧିକ ସୂଚନା ପ୍ରଦାନ କରିଥିଲେ । ୪୦ ଉର୍ଦ୍ଧ୍ୱ ସ୍ୱୟଂ ସେବକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ବେଳେ ପ୍ରଚାରକ ଅନନ୍ତ ସାହୁ, ବ୍ଳକ କାର୍ଯ୍ୟବାହ ବିଷ୍ଣୁ ପ୍ରସାଦ ଭଟ୍ଟ, ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁ, ପ୍ରକାଶ ଦାସ, ଶିବପ୍ରସାଦ ଭଟ୍ଟ ପ୍ରମୁଖ କାର୍ଯକ୍ରମ ସମ୍ପାଦନ କରିଥିଲେ ।

Leave a Reply

Your email address will not be published. Required fields are marked *