Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଶସ୍ତାରେ ଚନ୍ଦ୍ରଯାନ-୩ ତିଆରି ଦେଖି ‘ନାସା’ କହିଲା ତୁମ ‘ଟେକ୍ନୋଲୋଜି’ ଆମକୁ ଦିଅ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଶସ୍ତାରେ ଚନ୍ଦ୍ରଯାନ-୩ ତିଆରି ଦେଖି ‘ନାସା’ କହିଲା ତୁମ ‘ଟେକ୍ନୋଲୋଜି’ ଆମକୁ ଦିଅ

ବେଙ୍ଗାଲୁରୁ: ଚନ୍ଦ୍ରଯାନ-୩ର ସଫଳତା ଭାରତର ଅଭିବୃଦ୍ଧିକୁ ଏକ ମାଇଲେଜ୍ ଦେଇଛି । ଏହି ସଫଳତାରେ ଭାରତର ମହାକାଶ ପ୍ରଯୁକ୍ତିବିଦ୍ୟାକୁ ପ୍ରଶଂସା କରିବାକୁ ବାଧ୍ୟ ହୋଇଛି ସାରା ବିଶ୍ୱ । ଆଉ ଇସ୍ରୋ ବୈଜ୍ଞାନିକଙ୍କ ମନୋବଳ ମଧ୍ୟ ଦ୍ୱିଗୁଣିତ ହୋଇଯାଇଛି । କାରଣ ବିଶ୍ୱ ସର୍ବ ଶ୍ରେଷ୍ଠ ମହାକାଶ ଅନୁସନ୍ଧାନ ସଂସ୍ଥା ନାସା ଇସ୍ରୋକୁ ସହାୟତା ମାଗିଛି । ଆମେରିକାର ମହାକାଶ ଅନୁସନ୍ଧାନ ସଂସ୍ଥା ନାସା ଚନ୍ଦ୍ରଯାନ-୩ରେ ବ୍ୟବହୃତ ଯନ୍ତ୍ରପାତି ମାଗିଥିବା ଇସ୍ରୋ ମୁଖ୍ୟ ଏସ୍ ସୋମନାଥ କହିଛନ୍ତି । ସେ କହିଛନ୍ତି ଯେ, ଯେତେବେଳେ ଚନ୍ଦ୍ରଯାନ-୩ ମିଶନ ପାଇଁ ମହାକାଶଯାନ ପ୍ରସ୍ତୁତ କରାଯାଉଥିଲା, ସେତେବେଳେ ଆମେରିକୀୟ ବିଶେଷଜ୍ଞମାନେ ଭାରତ ଏହି ଟେକ୍ନୋଲୋଜି ସମ୍ବନ୍ଧୀୟ ସୂଚନା ଆମେରିକା ସହ ଶେଆର୍ କରିବା ଉଚିତ୍ ବୋଲି ପରାମର୍ଶ ଦେଇଥିଲେ । ଅବଦୁଲ କଲାମ ଫାଉଣ୍ଡେସନର କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ଏହି ଖୁଲାସା କରିଛନ୍ତି ସୋମନାଥ । ଗତକାଲି(ଅକ୍ଟୋବର ୧୫)ରେ ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ୯୨ତମ ଜନ୍ମ ବାର୍ଷିକୀ ଥିଲା । ଏହି ଅବସରରେ ଅବଦୁଲ କଲାମ ଫାଉଣ୍ଡସେନ ଏକ କାର୍ଯ୍ୟକ୍ରମର ଆୟୋଜନ କରିଥିଲା । କଲାମଙ୍କ ଜନ୍ମ ଜୟନ୍ତୀଙ୍କୁ ବିଶ୍ୱ ବିଦ୍ୟାର୍ଥୀ ଦିବସ ରୂପେ ମଧ୍ୟ ପାଳନ କରାଯାଏ । ଏହି କାର୍ଯ୍ୟକ୍ରମରେ ଇସ୍ରୋ ମୁଖ୍ୟ ଯୋଗଦେଇ କହିଛନ୍ତି, ବର୍ତ୍ତମାନ ସମୟ ବଦଳିଛି । ଆମ ଦେଶ ଖୁବ୍ ଶକ୍ତିଶାଳୀ । ଭାରତ ସର୍ବୋତ୍ତମ ରକେଟ୍ ଏବଂ ଅନ୍ୟାନ୍ୟ ଯନ୍ତ୍ରପାତି ତିଆରି କରିବାରେ ସକ୍ଷମ ହୋଇପାରିଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘରୋଇ ବ୍ୟବସାୟଙ୍କ ପାଇଁ ସ୍ପେସ୍ ଫିଲ୍ଡ ମଧ୍ୟ ଖୋଲିଛନ୍ତି । ଆମର ଜ୍ଞାନ ଏବଂ ବୁଦ୍ଧି ସ୍ତର ବିଶ୍ୱର ସର୍ବୋତ୍ତମମାନଙ୍କ ମଧ୍ୟରେ ରହିଛି । ଯେତେବେଳେ ଆମେ ଚନ୍ଦ୍ରଯାନ-୩ ମିଶନ ପାଇଁ ମହାକାଶଯାନର ପରିକଳ୍ପନା ଏବଂ ବିକାଶ କରିଥିଲୁ, ସେତେବେଳେ ଆମେ ନାସା-ଜେପିଏଲ (ଜେଟ୍ ପ୍ରପୁଲସନ୍ ଲାବୋରେଟୋରୀ) ବିଶେଷଜ୍ଞମାନଙ୍କୁ ନିମନ୍ତ୍ରଣ କରିଥିଲୁ । ଚନ୍ଦ୍ରାୟନ-୩ (୨୩ ଅଗଷ୍ଟ) ସଫ୍ଟ ଲ୍ୟାଣ୍ଡିଂ କରିବା ପୂର୍ବରୁ ନାସାଜେପିଏଲର ପ୍ରାୟ ୫ରୁ ୬ ଜଣ ସଦସ୍ୟ ଇସ୍ରୋ ମୁଖ୍ୟାଳୟକୁ ଆସିଥିଲେ । ଇସ୍ରୋ ଟିମ୍ ସେମାନଙ୍କୁ ଚନ୍ଦ୍ରୟାନ-୩ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ଦେଇଥିଲେ । ଏହି ମିଶନ୍ କିପରି ଡିଜାଇନ୍ ହୋଇଛି ଏବଂ ଆମର ଇଞ୍ଜିନିୟରମାନେ ଏହାକୁ କିପରି ନିର୍ମାଣ କରିଛନ୍ତି ସେ ବିଷୟରେ ଇସ୍ରୋ ଟିମ୍ ଜେପିଏଲର ବୈଜ୍ଞାନିକମାନଙ୍କୁ ସବିଶେଷ କହିଥିଲେ । ଏପରିକି ଚନ୍ଦ୍ରପୃଷ୍ଠରେ କିପରି ସଫ୍ଟ୍ ଲ୍ୟାଣ୍ଡିଂ କରାଇବୁ ସେ ବାବଦରେ ବି ଜଣାଇଥିଲେ । ଏସବୁ ଶୁଣିବା ପରେ ଜେପିଏଲ୍ ବୈଜ୍ଞାନିକ ‘ନୋ କମେଣ୍ଟ\’, ସବୁକିଛି ଭଲ ହେବାକୁ ଯାଉଛି ବୋଲି କହିଥିଲେ । ଏଥିସହ ନାସା ସ୍ପେସ୍ ଟେକ୍ନୋଲୋଜି କିଣିବାକୁ ଚାହୁଁଥିବା କହିଛନ୍ତି ସୋମନାଥ । ପ୍ରକାଶ ଥାଉ କି, ଔଚଖ କିମ୍ବା ନାସାର ଜେଟ୍ ପ୍ରପୁଲସନ୍ ଲାବୋରେଟୋରୀ ହେଉଛି ଏକ ଅନୁସନ୍ଧାନ ଏବଂ ଉଦ୍ଭାବନ ଲାବୋରେଟୋରୀ । ଏଥିରେ ଅନେକ ଗବେଷଣା ସମ୍ବନ୍ଧୀୟ କାର୍ଯ୍ୟ କରାଯାଇଥାଏ । ଏହା ଆମେରିକାର ନ୍ୟାସନାଲ ଏରୋନେଟିକ୍ସ ଏବଂ ସ୍ପେସ୍ ଆଡମିନିଷ୍ଟ୍ରେସନ୍ ଦ୍ୱାରା ଆର୍ôଥକ ଅନୁଦାନ ପ୍ରାପ୍ତ । ଏହାକୁ ଯୁକ୍ତରାଷ୍ଟ୍ରର କାଲିଫର୍ନିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଉଇଖଞଋଉଐ) ପରିଚାଳନା କରୁଛି ।

Leave a Reply