Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବଲାଙ୍ଗୀରରୁ ଅଯୋଧ୍ୟାକୁ ଯିବ ଏକ ନିଆରା ହାତଲେଖା ପୁସ୍ତକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବଲାଙ୍ଗୀରରୁ ଅଯୋଧ୍ୟାକୁ ଯିବ ଏକ ନିଆରା ହାତଲେଖା ପୁସ୍ତକ

ବଲାଙ୍ଗୀର: ଆସନ୍ତା ଜାନୁୟାରୀ ୨୨ରେ ହେବାକୁ ଥିବା ଅଯୋଧ୍ୟା ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ବଲାଙ୍ଗୀର ଶରତ ଚନ୍ଦ୍ର ଜଶୱାଲଙ୍କ ଦ୍ୱାରା ଲିଖିତ ଏକ ଲକ୍ଷ ଏକାବନ ହଜାର ଶହେ ଆଠ ନିଜ ହସ୍ତରେ କଳମ ମୂନରେ ଲେଖା “ଜୟ ଶ୍ରୀରାମ” ବଲାଙ୍ଗୀର ରାମ ମନ୍ଦିରରେ ପୂଜାର୍ଚ୍ଚନା ପରେ ଅଯୋଧ୍ୟା ଟ୍ରଷ୍ଟବୋର୍ଡକୁ ପଠାଯାଇଛି । ଏ ଖବର ପ୍ରସାରିତ ହେବା ପରେ ବଲାଙ୍ଗିର ରାମ ଭକ୍ତଙ୍କ ମମନରେ ଆନନ୍ଦ ଲହରୀ ଖେଳି ଯାଇଛି ଏବଂ ପାଟଣା ଇଷ୍ଟଦେବୀ ପାଟଣେଶ୍ୱରୀ ଦେବୀ ମନ୍ଦିର, ମା ସମଲେଶ୍ୱରୀ ମନ୍ଦିର ପୂଜାର୍ଚ୍ଚନା ପରେ ପରେ ପ୍ରଭୁ ଶ୍ରୀ ରାମଙ୍କ ପାଇଁ ଏହିପରି ଉପହାର ପଠାଇ ପାରୁଥିବାରୁ ଭକ୍ତମାନଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି । ଏହି ଲେଖାକୁ ଦିର୍ଘ ଛଅ ମାସ ସମୟ ଲାଗିଥିବା କହନ୍ତି ଶ୍ରୀ ଜଶୱାଲ । ଜଶୱାଲ ଜଣେ ବଲାଙ୍ଗିର ସହରର ଟାଉନଥାନା ନିକଟର ଏକ ଉଠା ଦେକାନ କରିଛନ୍ତି । ପ୍ରେସ କ୍ଲବ ସଭାପତି ଅରୁଣ କୁମାର ମିଶ୍ର, ମଧୁସୁଦନ ନାଏକ, ଦିନେଶ କୁମାର ଶର୍ମା, ଶମ୍ଭୁ ପ୍ରସାଦ ଶତପଥି, ପଣ୍ଡିତ ଅମର କର ଉପସ୍ଥିତ ଥିବା ବେଳେ ସୂଚନା ଯେ ଏହି ପୁସ୍ତକଟି ଡାକଯୋଗେ ପଠାଯିବ ବୋଲି ଶ୍ରୀ ଜଶୱାଲ କହିଛନ୍ତି ।

Leave a Reply