ଅଯୋଧ୍ୟାରୁ ଆସିଥିବା ପବିତ୍ର ଅକ୍ଷତ କଳସ ବିତରଣ ଶୁଭାରମ୍ଭ

ଫୁଲନଖରା : ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର, ଅଯୋଧ୍ୟା ରୁ ଆସିଥିବା ପବିତ୍ର ଅକ୍ଷତ କଳସୀ ଆଠ ପଞ୍ଚାୟତକୁ ବିତରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ବିଶ୍ୱହିନ୍ଦୁ ପରିସଦ,ସଙ୍ଘ ପରିବାର ତରଫରୁ ବାରଙ୍ଗ ଖଣ୍ଡ ୩୩ ନମ୍ବର ଜୋନର କଟକ ସଦର ଥାନା ଅନ୍ତର୍ଗତ କୁରାଙ୍ଗଶାସନ ସ୍ଥିତ ସିଦ୍ଧେଶ୍ୱର ମନ୍ଦିର ରେ ପୂଜାପାଠ ଓ ହୋମ ଆହୁତୀ ପ୍ରଦାନ କରାଯାଇ ରାମଧ୍ୱନୀ କରାଯାଇଥିଲା । ମନ୍ଦିର ସଭାଗୃହରେ ଏକ ସଭାର ଆୟୋଜନ କରାଯାଇ ଉପସ୍ଥିତ ଆଠ ପଞ୍ଚାୟତର ସଙ୍ଘ କର୍ମକର୍ତ୍ତା ଓ ସମସ୍ତ କର୍ମୀମାନଙ୍କ ସହିତ ଅକ୍ଷତ କଳସ ବିତରଣ କର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ଜାନୁୟାରୀ ୧ରୁ ୧୫ ମଧ୍ୟରେ ଅକ୍ଷତ ବିତରଣ କାର୍ଯ୍ୟକୁ ସମସ୍ତ ଘରେ ଘରେ ପହଞ୍ଚାଇବା ପାଇଁ ସ୍ଥିର କରାଯାଇଥିଲା । ଆଗାମୀ ପୌଷ ମାସ ଶୁକ୍ଳ ଦ୍ୱାଦଶୀ ୨୦୨୪ ଜାନୁୟାରୀ ୨୨ ତାରିଖରେ ଅଯୋଧ୍ୟାରେ ହେବାକୁ ଥିବା ଭବ୍ୟ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଓ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ପ୍ରତ୍ୟେକ ଗ୍ରାମରେ ଥିବା ମନ୍ଦିର ରେ ହନୁମାନ ଚାଳିଶା,ସୁନ୍ଦରା କାଣ୍ଡ,ରାମରକ୍ଷା ସ୍ରୋତ,ସଂକୀର୍ତ୍ତନ, ଭଜନ ଆରତୀ ଇତ୍ୟାଦି କରିବାକୁ ସଙ୍ଘ ଅନୁରୋଧ କରିଛି । ସନ୍ଧ୍ୟାରେ ପ୍ରତ୍ୟକ ଘର ସାମ୍ନାରେ ୫ଟି ଦ୍ୱୀପ ପ୍ରଜ୍ୱଳନ କରିବାକୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି । ଏହି କାର୍ଯ୍ୟକ୍ରମକୁ କଟକ ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ସଭାପତି ମାନସ ରଞ୍ଜନ ପଣ୍ଡା ପରିଚାଳନା କରିଥିବା ବେଳେ କଟକ ଜିଲ୍ଲା ବିଭାଗ ପ୍ରଚାରକ ଲକ୍ଷ୍ମୀଧର ପରିଡା, କ୍ଷେତ୍ର ଜାଗରଣ ପ୍ରମୁଖ ବିନୟ ଭୂୟାଁ, ବିଭାଗ ପ୍ରଚାର ପ୍ରମୁଖ ଅକ୍ଷୟ ପ୍ରସାଦ ବିଶ୍ୱାଳ, ସହ-ସଂଯୋଜକ ନୀହାର ରଞ୍ଜନ ବିଶ୍ୱାଳ, ଖଣ୍ଡ କାର୍ଯ୍ୟନିର୍ବାହୀ ସାତ୍ତ୍ୱକୀ ଦାସ ପ୍ରମୁଖ ସଭାରେ ଯୋଗଦେଇ କର୍ମକର୍ତ୍ତା ମାନଙ୍କୁ ରାମ ଜନ୍ମଭୂମିର ଅତିତ,ବର୍ତ୍ତମାନ ଓ ଆଗାମୀ କର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । ଶିଶିର ଦାସ,ରାଜକୁମାର ସ୍ୱାଇଁ, ଦୁର୍ଗା ରଥ,ପ୍ରଦିପ ସ୍ୱାଇଁ,କଟକ ଜିଲ୍ଲା ସହ ବ୍ୟବସ୍ଥା ପ୍ରମୁଖ ଉମାକାନ୍ତ ପୃଷ୍ଟି,ବିଘ୍ନରାଜ ମହାପାତ୍ର ,ସୁକୁମାର ନାୟକ,ନିରଞ୍ଜନ ପରିଜା,ଉମେଶ କୁମାର ନାୟକ, ବସନ୍ତ କୁମାର ପରିଜା,ମାୟାଧର ରାଉତ ସମେତ ଶତାଧିକ ସଙ୍ଘ କର୍ତ୍ତା ଓ କର୍ମୀ ଏହି କାର୍ଯ୍ୟକ୍ରମରେ ଯୋଗଦେବା ସହ ପ୍ରସାଦ ସେବନ କରିଥିଲେ ।-୩୦-୧୨

Leave a Reply

Your email address will not be published. Required fields are marked *