Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ଓଡିଶା ପୂର୍ବ ପକ୍ଷରୁ ଶୌର୍ଯ୍ୟ ଜାଗରଣ ଯାତ୍ରା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ଓଡିଶା ପୂର୍ବ ପକ୍ଷରୁ ଶୌର୍ଯ୍ୟ ଜାଗରଣ ଯାତ୍ରା


ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ଓଡିଶା ପୂର୍ବ ପକ୍ଷରୁ ଶୌର୍ଯ୍ୟ ଜାଗରଣ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ବଜରଙ୍ଗ ଦଳ ପକ୍ଷରୁ ସକାଳ ସାଢେ ୧୦ ଘଟିକା ସମୟରେ ଟଙ୍କପାଣି ରୋଡରୁ ଏକ ବିଶାଳ ଶୋଭାଯାତ୍ରା ବାହାରି କଳ୍ପନା ଛକ, ଲକ୍ଷ୍ମୀସାଗର, ବମିଖୋଲ , ଭିଏସଏସ ନଗର ଦେଇ ଅପରାହ୍ନରେ ମଂଚେଶ୍ୱର ରେଳବାଇ ଡବା ମରାମତି କାରଖାନା ନିକଟ ପଡିଆରେ ପହଁଚିଥିଲେ । ଓଡିଶାର ବିଭିନ୍ନ ସ୍ଥାନରୁ ପାଂଚଟି ରଥ ଭୁବନେଶ୍ୱର ପରିକ୍ରମା କରି ରେଳବାଇ ପଡିଆରେ ପହଁଚିଥିଲା । ସେଠାରେ ଏକ ସଭାର ଆୟୋଜନନ କରାଯାଇଥିଲା । ଏହି ସଭାରେ ବିଶ୍ୱହିନ୍ଦୁ ପରିଷଦର କେନ୍ଦ୍ରୀୟ ସଂଗଠନ ମହାମନ୍ତ୍ରୀ ବିନାୟକ ରାଓଜୀ, ଓଡିଶା ପୂର୍ବର ରାଜ୍ୟ ସମ୍ପାଦକ ପଣ୍ଡିତ ମହେଶ ସାହୁ, ରାଜ୍ୟ ସଂଯୋଜକ ଅମ୍ବିକା ପ୍ରସାଦ ଦାସ, ଓଡିଶାର ପରମ ପୂଜ୍ୟ ସନ୍ଥସମାଜ, ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର କାର୍ଯ୍ୟକର୍ତାମାନେ ଉପସ୍ଥିତ ରହି ମାର୍ଗଦର୍ଶନ କରିଥିଲେ ।

Leave a Reply