ବିଦ୍ୟାଭାରତୀ ଅଖିଳ ଭାରତୀୟ ଖେଳକୁଦ ଖୋ-ଖୋରେ ଓଡ଼ିଶାକୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ବର: ଅକ୍ଟୋବର ୫ରୁ ୮ ତାରିଖ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶର ମିରଟଠାରେ ଅନୁଷ୍ଠିତ ଅଖିଳ ଭାରତୀୟ ଖେଳକୁଦ ଖୋ-ଖୋ ପ୍ରତିଯୋଗିତାରେ ପୂର୍ବକ୍ଷେତ୍ର ତରଫରୁ ଶିକ୍ଷା ବିକାଶ ସମିତି, ଓଡ଼ିଶାର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ମର୍କତ ନଗର, କଟକ ଏବଂ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଖୋର୍ଦ୍ଧାର ଅଣ୍ଡର-୧୪ ଗ୍ରୁପ ମିଳିତ ପ୍ରତିଭାଗୀମାନେ ଅଂଶ ଗ୍ରହଣ କରି ସର୍ବଭାରତୀୟ ସ୍ତରରେ ଖୋ-ଖୋ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ସ୍ଵର୍ଣ୍ଣ ପଦକ ଲାଭ କରିଛନ୍ତି। ଏହି ବିଜେତା ଖେଳାଳିମାନେ ଆଗାମୀ ଦିନରେ ଏସଜିଏଫଆଇ ସ୍ତରରେ ହେଉଥିବା ପ୍ରତିଯୋଗୀତାରେ ବିଦ୍ୟାଭାରତୀ ତରଫରୁ ଭାଗ ନେବେ। ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ତରଫରୁ ଏହି କୃତୀ ଖେଳାଳିମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

Leave a Reply

Your email address will not be published. Required fields are marked *