Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଶୌର୍ଯ୍ୟ ଜାଗରଣ ରଥକୁ ଯୋଡ଼ାରେ ଭବ୍ୟ ସ୍ୱାଗତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଶୌର୍ଯ୍ୟ ଜାଗରଣ ରଥକୁ ଯୋଡ଼ାରେ ଭବ୍ୟ ସ୍ୱାଗତ

ଯୋଡ଼ା: ବିଶ୍ୱହିନ୍ଦୁ ପରିଷଦ ଦ୍ୱାରା ଆୟୋଜିତ ଶୌର୍ଯ୍ୟ ଜାଗରଣ ଯାତ୍ରା ଦେଶ ସାରା ଚାଲିଥିବା ବେଳେ ଗୁରୁବାର ସକାଳ ୮ ଘଟିକା ୩୦ମିନିଟ ସମୟରର ବଡ଼ବିଲରୁ ଆସି ଯୋଡ଼ାରେ ପହଞ୍ଚିଥିଲା । ଶୌର୍ଯ୍ୟ ଜାଗରଣ ଯାତ୍ରା ଆୟୋଜନ ସମିତି ଯୋଡ଼ା ତରଫରୁ କଳାପାହାଡ଼ ଛକରେ ରଥକୁ ବିଭିନ୍ନ ହିନ୍ଦୁ ସଂଗଠନ ପକ୍ଷରୁ ସ୍ୱାଗତ କରାଯାଇଥିଲା । ମହିଳାମାନେ ହାତରେ ଆରତୀ ଥାଳି ଧରି ବନ୍ଦାପନା କରିବା ସହିତ ଶଙ୍ଖ ହୁଳହୁଳିରେ ରଥକୁ ସ୍ୱାଗତ କରିଥିଲେ । ଜୟ ଶ୍ରୀରାମ ଧ୍ୱନୀରେ କିଛି ସମୟ ପାଇଁ ଯୋଡ଼ା ସହର ରାମମୟ ହୋଇ ଯାଇଥିଲା । ଏକ ମଟର ସାଇକେଲ ରାଲି ବଜରଙ୍ଗୀ ଝଣ୍ଡା ଏହି ଶୋଭାଯାତ୍ରାରେ ସାମିଲ ଥିଲା । କଳାପାହାଡ଼ ଛକରୁ ଶୋଭାଯାତ୍ରା ବାହାରି ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା ପରେ ବସ୍‌ଷ୍ଟାଣ୍ଡ ଦେଇ ଲାଓ ପ୍ୟାଲେସ ଓ ସେଠାରୁ ହନୁମାନ ମନ୍ଦିର । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପୂର୍ବପ୍ରାନ୍ତ କାର୍ଯ୍ୟକାରିଣୀ ସଦସ୍ୟ ଗଣେଶ୍ୱର ସାହୁ ମୁଖ୍ୟ ଅତିଥି ବିଶ୍ୱହିନ୍ଦୁ ପରିଷଦର ଜିଲ୍ଲା ସଂଯୋଜକ ଘନଶ୍ୟାମ ମହାନ୍ତ ସୌର୍ଯ୍ୟ ଜାଗରଣ ଯାତ୍ରାର ଆବଶ୍ୟକତା ସମ୍ବନ୍ଧରେ କହିଥିଲେ । ପାଞ୍ଚ ଶହ ବର୍ଷ ଗୁଲାମୀ ପରେ ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମିରେ ଭବ୍ୟ ଓ ଦିବ୍ୟ ରାମ ମନ୍ଦିର ଆସନ୍ତା ଜାନୁଆରୀରେ ପ୍ରତିଷ୍ଠା ହେଉଛି । ତେଣୁ ମନ୍ଦିର ପ୍ରତିଷ୍ଠାରେ ଦେଶବାସୀ ଆନନ୍ଦିତ ହୁଅନ୍ତୁ ସେଥିପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ ଦେଶ ବ୍ୟାପି ଚାଲିଛି । ଏହି ଯାତ୍ରାରେ ରଞ୍ଜିତ ମହାକୁଡ଼, ଆନନ୍ଦ ବାରିକ, ପିଣ୍ଟୁ ସିଂ, ଆର.କେ. ସିଂ, ଚର୍ଚ୍ଚିଲ ମହାକୁଡ଼, ଦେବ ପ୍ରସାଦ ମିଶ୍ର, ଶ୍ରଦ୍ଧାଞ୍ଜଳି କର, ଗଣେଶ ଚନ୍ଦ୍ର ସାହୁ, ଜଗନ୍ନାଥ ପାଣିଗ୍ରାହୀ, ସତ୍ୟଜିତ୍ ଦାସ ଓ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳିଛି ।

Leave a Reply