ବାୟୁସେନାକୁ ମିଳିଲା ଶକ୍ତିଶାଳୀ ସ୍ୱଦେଶୀ ହାଲୁକା ଯୁଦ୍ଧ ବିମାନ ତେଜସ୍

ବେଙ୍ଗାଲୁରୁ: ଭାରତୀୟ ବାୟୁସେନାକୁ ମିଳିଲା ପ୍ରଥମ ହାଲୁକା ଯୁଦ୍ଧ ବିମାନ(ଏଲ୍‌ସିଏ) ତେଜସ୍ । ବୁଧବାର(ଅକ୍ଟୋବର ୪) ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟିଡେ୍‌(ଏଚ୍‌ଏଏଲ୍‌) ପକ୍ଷରୁ ବାୟୁସେନାକୁ ଦୁଇଟି ସିଟ୍ ଥିବା ଟ୍ରେନର ଭର୍ଜନ ତେଜସ ଯୁଦ୍ଧ ବିମାନ ଦେଇଛି । ଆତ୍ମନିର୍ଭର ଭାରତ ଅଭିଯାନରେ ତେଜସ ତିଆରି ହୋଇଛି । ବିଶ୍ୱରେ ସ୍ୱଦେଶୀ ଯୁଦ୍ଧ ବିମାନ ଥିବା ଶକ୍ତିଶାଳୀ ଦେଶ ମଧ୍ୟରେ ଭାରତ ନିଜକୁ ସାମିଲ୍ କରିବାକୁ ଏଭଳି ଉଦ୍ୟମ କରିଛି । ୪.୫ ଜେନେରେସନର ଏହି ତେଜସ୍ ବିମାନରେ ରିଲାକ୍ସ ଷ୍ଟାଟିକ୍ ଷ୍ଟାବିଲିଟି, ଆଡ୍‌ଭାନ୍ସ ଗ୍ଲାସ୍ କକ୍‌ପିଟ୍‌, କ୍ୱାଡ୍ରୋପ୍ଲେକ୍ସ ଫ୍ଲା-ବାଏ ୱାୟର ଫାଇଟ କଣ୍ଟ୍ରୋଲ୍ ଏବଂ ଆଡ୍‌ଭାନ୍ସ କମ୍ପୋଜିଟ୍ ମ୍ୟାଟେରିଆଲ୍ ସହ ଏହା ତିଆରି ହୋଇଛି । ବିମାନର ବେଖାତିର ଉଡିବା ଶୈଳୀ ଓ ଇଣ୍ଟିଗ୍ରଟେଡ୍ ଡିଜିଟାଲ୍ ଏଭିଓନିକ୍ସ ସିଷ୍ଟମ୍ ଏହାକୁ ଆହୁରି ଶକ୍ତିଶାଳୀ ଓ ମଡର୍ଣ୍ଣ କରିଦେଉଛି । ବିମାନକୁ ନେଇ ବେଙ୍ଗାଲୁରୁ ସ୍ଥିତ ଏସ୍‌ସିଏଲ୍ ଫାର୍ମ କହିଛି ଯେ ଏହି ଦୁଇ ସିଟ୍ ଥିବା ବିମାନଟିର ଅଭ୍ୟାସ ପାଇଁ ବାୟୁସେନାର ସମସ୍ତ ଆବଶ୍ୟକତା ପୂରଣ କରିବା ସହ ଆବଶ୍ୟକ ପଡ଼ିଲେ ନିଜକୁ ଲଢ଼ୁଆ ପାଇଲଟ୍ କରାଇବାର ଦକ୍ଷତା ଶିଖାଇବାର ସମସ୍ତ ପ୍ରକାର କ୍ଷମତା ରହିଛି । ବାୟୁସେନାର ପାଇଲଟଙ୍କୁ ପ୍ରିଶିକ୍ଷିତ କରିବାକୁ ଦୁଇଟି ଶିଟ୍ ଥିବା ଏଲ୍‌ସିଏ ହସ୍ତାନ୍ତର କରିବା ଐତିହାସିକ ବୋଲି ହାଲ୍ କହିଛି । ସୂଚନା ଥାଉକି ୧୮ଟି ଟୁଇନ ସିଟର ଏୟାର କ୍ରାଫ୍ଟ ଦେବାକୁ ହାଲ୍‌କୁ ଅର୍ଡର ଦେଇଛି ବାୟୁସେନା । ବର୍ଷ ୨୦୨୩-୨୪ ମଧ୍ୟରେ କମ୍ପାନୀ ୮ଟି ବିମାନ ଦେବାକୁ ଟାର୍ଗେଟ୍ ରଖିଛି । ବାକି ୧୦ଟି ବିମାନ ୨୦୨୬-୨୭ ଭିତରେ ଦିଆଯିବ ବୋଲି କମ୍ପାନୀ ଲକ୍ଷ୍ୟ ରଖିଛି ।

Leave a Reply

Your email address will not be published. Required fields are marked *