Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସୂର୍ଯ୍ୟ ମୁହାଁ ଆଦିତ୍ୟ-ଏଲ୍ ୱାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସୂର୍ଯ୍ୟ ମୁହାଁ ଆଦିତ୍ୟ-ଏଲ୍ ୱାନ

ତିରୁପତି, ୨ ।୯: ଆଦିତ୍ୟ ମିଶନର ସଫଳ

ଉତକ୍ଷେପଣ । ଏହି ସଫଳତା ସହ ସୂର୍ଯ୍ୟଙ୍କ ଉପରେ

ଅନୁଧ୍ୟାନ କ୍ଷେତ୍ରରେ ଆଉ ପାଦେ ଆଗେଇଛି ଇସ୍ରୋ ।

ଶ୍ରୀହରିକୋଟା ସତୀଶ ଧାବନ ଲଞ୍ଚ୍ ପ୍ୟାଡରୁ

ସଫଳତା ପୂର୍ବକ ଉତକ୍ଷେପଣ ହୋଇଛି ଆଦିତ୍ୟଏଲୱାନ୍ । ରକେଟ ପିଏସଏଲଭି-ସି୫୭

ମାଧ୍ୟମରେ ମହାକାଶକୁ ଯାଇଛି ଏହି

ମହାକାଶଯାନ । ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ

ଆଜି ପୂର୍ବାହ୍ନ ୧୧ଟା ୫୦ ମିନିଟରେ ଆଦିତ୍ୟଏଲୱାନ୍ ଉତକ୍ଷେପଣ କରାଯାଇଛି ।

ଏହି ମିଶନ୍ ମାଧ୍ୟମରେ ଅନେକ ଲକ୍ଷ୍ୟ ରଖିଛି

ଇସ୍ରୋ । ଚନ୍ଦ୍ରଯାନର ସଫଳ ଯାତ୍ରା ପରେ କିପରି

ସୌର ମିଶନ ସଫଳ ହେବ ସେଥିପାଇଁ

ବୈଜ୍ଞାନିକଙ୍କ ସମେତ ପୂରା ଦେଶବାସୀ ଆଶାବାଦୀ

ଅଛନ୍ତି । ଉତକ୍ଷେପଣର ୧୨୭ ଦିନ ପରେ

ଲକ୍ଷ୍ୟପଥରେ ପହଞ୍ଚିବ ଆଦିତ୍ୟ-ଏଲୱାନ୍ । ଅର୍ଥାତ୍‌

ବୈଜ୍ଞାନିକମାନେ ଯେଉଁ ରହସ୍ୟ ଜାଣିବାକୁ ଆଶା

ରଖିଛନ୍ତି ତାହା ଆଗାମୀ ୪ ମାସ ପରେ ଅର୍ଥାତ୍‌

ଜାନୁଆରୀରେ ପୂରା ହୋଇପାରିବ ।

କାରଣ, ବର୍ତ୍ତମାନ ଆଦିତ୍ୟ-ଏଲୱାନ୍‌

କକ୍ଷପଥରେ ଅବସ୍ଥାପିତ ହେବ । ସେଠାରୁ

ପୃଥିବୀକୁ ଚାରି ଥର ପରିକ୍ରମା କରି ଲକ୍ଷ୍ୟ ସ୍ଥଳ

ଲାଗ୍ରାଞ୍ଜ ପଏଣ୍ଟ ଦିଗରେ ଅଗ୍ରସର ହେବ । ଏହା

ପରେ ହାଲୋ ଅର୍ବିଟରେ ରହି ସୂର୍ଯ୍ୟଙ୍କ ଉପରେ

ଅନୁଧ୍ୟାନ କରିବ । ଲାଗ୍ରାଞ୍ଜ ପଏଣ୍ଟର ଚତୁର୍ପାଶ୍ୱକୁ

ହାଲୋ ଅର୍ବିଟ ବୋଲି କୁହାଯାଏ । ଆଦିତ୍ୟାଏଲୱାନ ସମ୍ପୂର୍ଣ୍ଣ ରୂପେ ସୂର୍ଯ୍ୟଙ୍କ ନିକଟକୁ ଯିବ

ନାହିଁ । ଏହା ପ୍ରଥମ ଲାଗ୍ରାଞ୍ଜ ପଏଣ୍ଟରେ ରହି

ଅନୁଧ୍ୟାନ କରିବ । ପୃଥିବୀଠୁ ସୂର୍ଯ୍ୟଙ୍କ ଦୂରତା ୧୫

କୋଟି କିଲୋମିଟର ହୋଇଥିବା ବେଳେ ଏହା ୧୫

ଲକ୍ଷ କିଲୋମିଟର ଦୂରରୁ ରହି ଅନୁସନ୍ଧାନ କରିବ

Leave a Reply