Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ୱାଶିଂଟନରୁ ଆତଙ୍କବାଦ ପ୍ରସଙ୍ଗରେ କାନାଡାକୁ ଆଇନା ଦେଖାଇଲେ ଜୟଶଙ୍କର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ୱାଶିଂଟନରୁ ଆତଙ୍କବାଦ ପ୍ରସଙ୍ଗରେ କାନାଡାକୁ ଆଇନା ଦେଖାଇଲେ ଜୟଶଙ୍କର

ୱାଶିଂଟନ- ଭାରତର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ.ଜୟଶଙ୍କର ୱାଶିଂଟନ ଡିସିରୁ ଏକ ସାମ୍ବାଦିକ ସମ୍ମିଳନୀରେ କାନାଡାକୁ ସିଧାସିଧା ନିଶାନା ସାଧିଛନ୍ତି । ଆତଙ୍କବାଦ ପ୍ରସଙ୍ଗରେ କାନାଡାକୁ ଦେଖାଇଛନ୍ତି ଆଇନା । କାନାଡାରେ ଖାଲିସ୍ତାନୀ ଆତଙ୍କବାଦୀ ନିଜାର ହତ୍ୟାକୁ ନେଇ କୂଟନୈତିକ ତଥା ରାଜନୈତିକ ଘମାସାନ ମଧ୍ୟରେ ସେ କହିଛନ୍ତି ଯେ ଗତ କିଛି ବର୍ଷ ହେବ କାନାଡାରେ ଆତଙ୍କବାଦ, ଉଗ୍ରବାଦ ଏବଂ ହିଂସା ଲାଗିରହିଛି । ସେଥିପାଇଁ ଏହି ବିବାଦ ଦେଖାଦେଇଛି । କାନାଡା ସହିତ ସାମ୍ପ୍ରତିକ ତିକ୍ତତାକୁ ଏକ ଷ୍ଟାଣ୍ଡ ଅଫ୍ କୁହାଯାଇପାରିବ ନାହିଁ । ଏହା ଭାରତ ସରକାରଙ୍କ ନୀତି ନୁହେଁ ଆମେ କାନାଡାକୁ କହିଥିଲେ ବି କାନାଡା ଆରୋପ ଲଗାଇଛି । ଯଦି କାନାଡା ଆମ ସହିତ ସମ୍ବନ୍ଧିତ କୌଣସି ସୂଚନା ଦେବ, ଆମେ ଏହାକୁ ବିଚାର କରିବା ନିମନ୍ତେ ପ୍ରସ୍ତୁତ ଥିବା କହିଛନ୍ତି ଏସ.ଜୟଶଙ୍କର । ବୈଦେଶିକ ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଯାହାର ମୃତ୍ୟୁକୁ ନେଇ କାନାଡା ବିବାଦ କରୁଛି, ସେହି ଅଭିଯୁକ୍ତ ଭାରତରେ ହିଂସା ଏବଂ ବେଆଇନ କାର୍ଯ୍ୟରେ ଲିପ୍ତ ଥିଲା । କାନାଡା ସରକାର ନିଜାର ସମ୍ପର୍କରେ ସବୁ ଜାଣି ମଧ୍ୟ ତାର ପ୍ରତ୍ୟର୍ପଣ ଅନୁରୋଧର କୌଣସି ଜବାବ ଦେଇନଥିଲେ । ସେ କହିଛନ୍ତି ଯେ କାନାଡା ପାଇଁ ଭିସା ସ୍ଥଗିତ ରଖିବାକୁ ଭାରତ ପ୍ରକୃତରେ ପସନ୍ଦ କରେ ନାହିଁ । କିନ୍ତୁ କାନାଡାର ଜିଦ୍ ଯୋଗୁଁ ଆମକୁ ଏପରି କରିବାକୁ ପଡ଼ିଛି । ଜୟଶଙ୍କର ସ୍ପଷ୍ଟ ଭାବରେ କହିଛନ୍ତି ଯେ କାନାଡା ଆମ ପାଇଁ ସମସ୍ୟା ବଢାଇଛି । କାନାଡାରେ ଆମର କୂଟନୀତିଜ୍ଞଙ୍କୁ ଧମକ ଦିଆଯାଉଛି । କାନାଡା ଆମର ରାଜନେତାଙ୍କର ମଧ୍ୟ ଚିନ୍ତା ବଢାଉଛି ।

Leave a Reply