Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜେନେରାଲ ଷ୍ଟ୍ରିମ୍‌ରୁ ମୁହଁ ଫେରାଉଛନ୍ତି ଛାତ୍ରଛାତ୍ରୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜେନେରାଲ ଷ୍ଟ୍ରିମ୍‌ରୁ ମୁହଁ ଫେରାଉଛନ୍ତି ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆଡମିଶନ୍ ସରିଲା । କିନ୍ତୁ ଖାଲି ପଡୁଛି କ୍ଲାସ୍ । ଡିଗ୍ରୀ କଲେଜ ଗୁଡିକରେ ଏବେ ଏଭଳି ହାଲ୍ । ଜେନେରାଲ ଷ୍ଟ୍ରିମ୍‌ରୁ ମୁହଁ ଫେରାଉଛନ୍ତି ଛାତ୍ରଛାତ୍ରୀ । ପ୍ରଥମ ପର୍ଯ୍ୟାୟ ଆଡମିଶନ୍ ପରେ ମଧ୍ୟ ଯୁକ୍ତ ତିନିରେ ଖାଲି ପଡିଛି ଲକ୍ଷ ଲକ୍ଷ ସିଟ୍ । ଚଳିତବର୍ଷ ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୪ଟି ରାଉଣ୍ଡରେ ଆଡମିଶନ ଶେଷ ହୋଇଥିବା ସତ୍ତ୍ୱେ ୧ ଲକ୍ଷ ୧୧ ହଜାର ସିଟ୍ ଫାଙ୍କା ପଡିଛି । ଯାହାକୁ ନେଇ ଉଚ୍ଚ ଶିକ୍ଷା ବିଭାଗର ଚିନ୍ତାରେ ପଡ଼ିଯାଇଛି । ସେପଟେ ଯୁକ୍ତ ଦୁଇରେ ମଧ୍ୟ ସମାନ ସ୍ଥିତି । ହଜାର ହଜାର ସିଟ୍ ଖାଲି ପଡିବା ପରେ ଯୁକ୍ତ ଦୁଇରେ ଦ୍ୱିତୀୟ ପର୍ଯ୍ୟାୟ ଆଡ୍‌ମିଶନ କରାଯାଇଛି । ଆର୍ôଥକ ଅନଗ୍ରସର ଓ ମଧ୍ୟବିତ୍ତ ଶ୍ରେଣୀର ଛାତ୍ରଛାତ୍ରୀ ବୈଷୟିକ ଶିକ୍ଷା ପ୍ରତି ଅଧିକ ଆକର୍ଷିତ ହେଉଛନ୍ତି । ପିଲାଙ୍କ ଯୁକ୍ତି, ବୈଷୟିକ ଶିକ୍ଷାରେ ଆତ୍ମନିର୍ଭର ଓ ନିଯୁକ୍ତି ପାଇଁ ପର୍ଯ୍ୟାପ୍ତ ସୁଯୋଗ ଥିବାରୁ ଏହା ପ୍ରଥମ ପସନ୍ଦ ପାଲଟୁଛି । ରାଜ୍ୟରେ ମୋଟ୍ ୧୦୪୦ ଡିଗ୍ରୀ କଲେଜରେ ୨ ଲକ୍ଷ ୭୦ ହଜାର ୧୬୩ ଆସନ ରହିଛି । ପ୍ରଥମ ପର୍ଯ୍ୟାୟରେ ଲକ୍ଷେ ୫୯ ହଜାର ୫୫ ସିଟରେ ପିଲା ଆଡମିଶନ୍ କରିଛନ୍ତି । ଏବେ ମଧ୍ୟ ଲକ୍ଷେ ୧୧ ହଜାର ୧୦୮ ସିଟ ଫାଙ୍କା ପଡ଼ିଛି । କଳାରେ ୪୮ ହଜାର ୪୫୪, ଫିଜିକାଲ୍ ସାଇନ୍ସ ରେ ୨୬ ହଜାର ୫ ଶହ, ବାୟୋଲୋଜିକାଲ ସାଇନ୍ସରେ ୧୨ ହଜାର ୩୪୨, ବାଣିଜ୍ୟରେ ୧୭ ହଜାର ୬୯ ସିଟ୍ ଖାଲି ପଡିଛି । ଲକ୍ଷାଧିକ ସିଟ୍ ଖାଲି ପଡିବା ପରେ ଉଚ୍ଚ ଶିକ୍ଷା ବିଭାଗ ଏବେ ଚିନ୍ତା କରୁଛି ଯୁକ୍ତ ଦୁଇ ଭଳି ଦ୍ୱିତୀୟ ପର୍ଯ୍ୟାୟରେ ଆଡମିଶନ୍ କରିବା ପାଇଁ । ଏଥିପାଇଁ ଖୁବ୍ ଶୀଘ୍ର ବିଜ୍ଞପ୍ତି ପ୍ରକାଶ କରାଯାଇ ଆଡମିଶନ୍ ଟାଇମ୍ ଲାଇନ୍ ଦିଆଯିବ ।

Leave a Reply