ଗୋ ମାତା ପାଇଁ ଆମ୍ବୁଲାନ୍ସ ବ୍ୟବସ୍ଥା କରିବାକୁ ଦାବି

ରାଉରକେଲା: ଗୋମାତା ୩୩କୋଟୀ ଦେବତା ତାଙ୍କ ପାଖରେ ରହିଛନ୍ତି,ତାଙ୍କ ସେବା କଲେ ଅନେକ ପୁଣ୍ୟ ମିଳେ, ଏମିତି କେତେ କଥା ସାଙ୍ଗକୁ ନିରୋଳା ଗାଇ କ୍ଷୀର ଟିକେ ଲାଗି ମଣିଷ ସବୁବେଳେ ଖୋଜରେ ଥାଏ, କିନ୍ତୁ ଆଜି ଗୋଟିଏ କ୍ଷତ ବିକ୍ଷତ ହୋଇଥିବା କଅଁଳା ବାଛୁରୀ ଟିକୁ ସେବା ଲାଗି ଗୋଶାଳାକୁ ପଠାଇବା ଲାଗି ଚାହୁଁଥିବା ବେଳେ, କିଛି ଲୋକଙ୍କ ମନୋଭାବ ଦେଖି ଆଶ୍ଚର୍ଯ୍ୟ ଲାଗିଲା ।ଦିନ ପ୍ରାୟ ୧ଟା ହେବ ଗୋଟିଏ କଅଁଳା ଅଣ୍ଡିରା ବାଛୁରୀର ପଛପଟ ବାମ ପାଖ ଗୋଡ କ୍ଷତ ବିକ୍ଷତ ହୋଇ ସେ ଏକ ଘର ପାଖରେ ଶୋଇଥିଲା, ଅନେକ ରକ୍ତ ବୋହିସାରିଲାଣି ସେ ଖାଲି ରକ୍ତକୁ ଚାଟି ଦେଇ ଏପାଖ ସେପାଖ ହେଉଥାଏ, ଏତିକି ବେଳେ ତାକୁ ରାଉରକେଲା ଗୋଶାଳାକୁ ପଠାଇବା ଲାଗି ଗୋଶାଳାର ରାଧେଶ୍ୟାମ ବାବୁ ଫୋନ କରାଜିବାରୁ ସେ କହିଲେ ଆମର ଆଣିବା ବ୍ୟବସ୍ଥା କିଛି ନାହିଁ, ପଠେଇ ଦିଅନ୍ତୁ ସେବା କରାଯିବ ।ଏହାପରେ କିଛି ଅଟୋ ବାଲାଙ୍କୁ କହିବାରୁ ସେମାନେ ଗାଇ ନେଇପାରିବେନି ବୋଲି ମନା କରିଦେଲେ, ତା ପରେ ଏକ ଅଟୋବାଲା ଟଙ୍କା ୭ଶହରେ ରାଜି ହେଲେ ।ପାଖରେ ଠିକା କାମ ରେ ଥିବା କିଛି ଯୁବକଙ୍କ ସହାୟତାରେ ବାଛୁରୀଟିକୁ ବେଦବ୍ୟାସ ଗୋଶାଳାକୁ ପଠାଗଲା । ତା ଭିତରେ ମହାନଗର ନିଗମକୁ ଫୋନ କରାଗଲେ ମଧ୍ୟ କେହି ଶୁଣିଲେ ନାହିଁ । ଏଠି ପ୍ରଶ୍ନ ଉଠୁଛି ଯଦି ମଣିଷ ଲାଗି ଆମ୍ବୁଲାନ୍ସ ଆଦି ଅନେକ ବ୍ୟବସ୍ତା ଓ ତାର ଟୋଲ ଫ୍ରି ନମ୍ବର ରଖା ଯାଇଛି ଏଭଳି ବାଟଘାଟରେ କ୍ଷତ ବିକ୍ଷତ ହୋଇ ବୁଲି ମୃତ୍ୟୁ ମୁଖରେ ପଡୁଥିବା ଗୋମାତାଙ୍କ ଲାଗି ସେଭଳି ବ୍ୟବସ୍ତା କାହିଁକି ନାହିଁ ତାହା ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି ।ରାଉରକେଲା ମହାନଗର ନିଗମ ରେ ଗାଇ ମାନଙ୍କ ସୁରକ୍ଷା ଲାଗି ଅନେକ ବ୍ୟବସ୍ତା ରହିଛି, କିନ୍ତୁ ସକାଳୁ ରାତିଯାଏ ଗାଇ ଗୋରୁ ରାସ୍ତାରେ ପଲ ପଲ ହୋଇ ଶୋଇବା ସହ ଦୁର୍ଘଟଣା ର କାରଣ ହୋଇ ନିଜେ କ୍ଷତ ବିକ୍ଷତ ହେବା ସହ ଲୋକଙ୍କୁ ଖଣ୍ଡିଆ ଖାବରା କରୁଛନ୍ତି । ଅନେକ ଲୋକ ସହରରେ ଗାଇ ରଖି କ୍ଷୀର ବେପାର କରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି, କିନ୍ତୁ ସେମାନଙ୍କୁ ରାସ୍ତା ଉପରେ ଛାଡି ଦେଇ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି କରୁଛନ୍ତି ।ସେପଟେ ଆରଏମସିରେ ଥିବା କର୍ମଚାରୀ ଓ ଏହାର ବିଭାଗ ଆରାମରେ ଶୋଇ ଦରମା ନେଇ ରହିଛନ୍ତି , କିନ୍ତୁ ଆରଏମସି କମିଶନର ଏନେଇ ପୁରା ନିରବ, ଅନେକ ଡେପୁଟୀ କମିଶନର ସମେତ ଅନେକ ପଦବୀ ଏଠାରେ ରହିଛି କିନ୍ତୁ ଏଦିଗରେ କାମ ଶୁନ । ବିଶ୍ୱ ହକୀ ବେଳେ ସହରରୁ ଗାଇ ଗୋରୁ ମାନଙ୍କୁ ନିଜ ନିଜ ଯାଗାରେ ରଖିବା ଲାଗି ତାଗିଦ ହେବା ପରେ ଏମାନଙ୍କ ମାଲିକ ମାନେ ରାସ୍ତା କୁ ଆସିଥିଲେ କିନ୍ତୁ ହକି ସରିବା ପରେ ପୁଣି ସେହି ଅବସ୍ଥା । ମଣିଷର ସୁବିଧା ସୁଯୋଗ ଲାଗି ଅନେକ ସଂଗଠନ ବିକ୍ଷୋଭ ରାଲି କରୁଛନ୍ତି, ଗୋମାତାଙ୍କ ସୁରକ୍ଷା ଲାଗି ବିଜେପି ସମର୍ôଥତ କିଛି ଲୋକ ଅବଶ୍ୟ କାମ କରୁଛନ୍ତି କିନ୍ତୁ ଏଭଳି କାମରେ ସମସ୍ତଙ୍କ ସହଯୋଗ ରହିଲେ ଗୋମାତା ସୁରକ୍ଷିତ ହୋଇପାରିବେ ବୋଲି ମତପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *