Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ, ଢେଙ୍କାନାଳ ନଗରର ରକ୍ଷା ବନ୍ଧନ ଉତ୍ସବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ, ଢେଙ୍କାନାଳ ନଗରର ରକ୍ଷା ବନ୍ଧନ ଉତ୍ସବ

ଢେଙ୍କାନାଳ: ଗତ ବୁଧବାର ଦିନ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଢେଙ୍କାନାଳ ନଗର ତରଫରୁ ଅଭିନନ୍ଦନ ଗାର୍ଡେନ ଠାରେ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ସଚିଦାନନ୍ଦ ମହାବିଦ୍ୟାଳୟ ଇନ୍ଦିପୁରର ଅଧ୍ୟକ୍ଷ ପ୍ରଦୀପ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରକ୍ଷା ବନ୍ଧନର ପୌରାଣିକ ଓ ଐତିହାସିକ ମତ ବିଷୟରେ ଆଲୋକପାତ କରିଥିଲେ ଏବଂ ରାଷ୍ଟ୍ରଦୀପ ପତ୍ରିକାର ସମ୍ପାଦକ ଚିତରଞ୍ଜନ ମହାପାତ୍ର ମୁଖ୍ୟବକ୍ତା ରୂପେ ଯୋଗଦାନ କରି ସାମାଜିକ ସମରସତା ସହିତ କିପରି ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଭାରତବାସୀ ପରସ୍ପରର ରକ୍ଷକ ଭାବେ କାର୍ଯ୍ୟ କରିବେ ସେହି ବିଷୟରେ ମାର୍ଗଦର୍ଶନ କରିଥିଲେ ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ମାନନୀୟ ସହ ବିଭାଗ ସଂଘ ଚାଳକ ଇଂ. ହୃର୍ଦାନନ୍ଦ ଶତପଥୀ ମଂଚାସୀନ ହୋଇଥିଲେ । ପ୍ରଥମେ ସଂଘର ଗୁରୁ ଗୈରିକ ଧ୍ୱଜଙ୍କୁ ରାକ୍ଷି ବନ୍ଧାଯିବା ପରେ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଭାଇ ଓ ଭଉଣୀ ପରସ୍ପର ପରସ୍ପରଙ୍କୁ ରାକ୍ଷି ବାନ୍ଧିଥିଲେ । ସର୍ବଶେଷରେ ମିଷ୍ଟାନ୍ନ ବଷ୍ଟନ ସହିତ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା ।

Leave a Reply