Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତୀୟ ମଜଦୁର ସଂଘ ଏବଂ ପର୍ଯ୍ୟାବରଣ ମଞ୍ଚ ପକ୍ଷରୁ ରାଷ୍ଟ୍ରୀୟ ପର୍ଯ୍ୟାବରଣ ଦିବସ ପାଳନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତୀୟ ମଜଦୁର ସଂଘ ଏବଂ ପର୍ଯ୍ୟାବରଣ ମଞ୍ଚ ପକ୍ଷରୁ ରାଷ୍ଟ୍ରୀୟ ପର୍ଯ୍ୟାବରଣ ଦିବସ ପାଳନ

ରାୟଗଡ଼ା : ଭାରତୀୟ ମଜଦୁର ସଂଘ ସଂଲଗ୍ନ ପର୍ଯ୍ୟାବରଣ ମଞ୍ଚ ପକ୍ଷରୁ ଅଗଷ୍ଟ ମାସ ୨୮ ତାରିଖକୁ ସାରା ଦେଶରେ ରାଷ୍ଟ୍ରୀୟ ପର୍ଯ୍ୟାବରଣ ଦିବସ ରୂପେ ପାଳନ କରିଆସୁଛି । ଏହି ଅବସରରେ ରାୟଗଡ଼ା ଜିଲ୍ଲା ସମସ୍ତ ବ୍ଳକରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ରାୟଗଡ଼ା ସ୍ଥିତ ଗ୍ରାମ ଦେବୀ ମାଁ ବୁଦ୍ରାଲାମା ମନ୍ଦିର ପରିସରରେ ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୁର ସଂଘ ଏବଂ ପର୍ଯ୍ୟାବରଣ ମଞ୍ଚ ପକ୍ଷରୁ ବୃକ୍ଷ ରୋପଣ କରାଯାଇଥିଲା ଉକ୍ତ କାର୍ଯ୍ୟକ୍ରମ ରେ ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘର ରାଜ୍ୟ ସମ୍ପାଦକ ଗଜପତି ଗାମ ଏବଂ ରାୟଗଡ଼ା ଜିଲ୍ଲା ପ୍ରଭାରୀ ଯୋଗେଶ୍ୱର ଦାସ, ରାୟଗଡ଼ା ବନବିଭାଗର ଭାରପ୍ରାପ୍ତ ବନାଞ୍ଚଳ ଅଧିକାରୀ ସୟ କୁମାର ଦାଶ, ବନପାଳ ଗୈାରୀ ସାହୁ, ବସନ୍ତ କୁମାର ଉଲ୍ଲାକା, ଆପଲା ସ୍ୱାମୀ କାଡ୍ରାକା, ବି ଜଗନ, ମୁଳା ମିନୀୟାକ ଅତିଥି ଭାବେ ଯୋଗ ଦେଇ ବେଲ, ଅଁଳା ଏବଂ ବିଭିନ୍ନ ପ୍ରକାରର ଔଷଧୀୟ ବୃକ୍ଷ ରୋପଣ କରିଥିଲେ । ଭାରତୀୟ ମଜଦୁର ସଂଘର ଏପରି ଚିନ୍ତାଧାରା ଏବଂ କାର୍ଯ୍ୟକ୍ରମକୁ ଉପସ୍ଥିତ ଅତିଥିମାନେ ପ୍ରଶଂସା କରିବା ସହ ଦେଶ ଗଠନରେ ଆଗରେ ରହି ଶ୍ରମିକମାନଙ୍କ ସମସ୍ତ ସମସ୍ୟାକୁ ସମାଧାନ କରିବା ସହ ସାମାଜିକ କାମକୁ ଆଗରେ ରହି ଯେଉଁ ସବୁ କାର୍ଯ୍ୟକ୍ରମ କରିଆସୁଛନ୍ତି ତାହା ଏକ ଚିର ସ୍ମରଣୀୟ । ଶ୍ରମିକ ନେତା ଯୋଗେଶ୍ୱର ଦାସ କହିଥିଲେ ପର୍ଯ୍ୟାବରଣ ଦିବସକୁ ଏକ ସାର୍ବଜନିନ ପର୍ବ ଭାବରେ ପାଳନ କରିବା ସହ ପରିବେଶ ସଂକ୍ରାନ୍ତରେ ଜନ ସଚେତନା ସୃଷ୍ଟି କରିବା ଭାରତୀୟ ମଜଦୁର ସଂଘର ଏକ ମାତ୍ର ଲକ୍ଷ ଓ ଉଦ୍ଦେଶ୍ୟ ଏବଂ ସ୍ୱଚ୍ଛ, ନିର୍ମଳ ଓ ପ୍ରଦୂଷଣ ମୁକ୍ତ ବାତାବରଣ, ପୃଥିବୀରେ ବାସ କରୁଥିବା ସମସ୍ତ ଜନ ସମାଜ ପାଇଁ ମୌଳିକ ଅଧିକାର ଓ ଆବଶ୍ୟକତା ରହିଥିବା ବେଳେ ମନୁଷ୍ୟ ତାର ଅନାବଶ୍ୟକ ତାକୁ ପୂରଣ କରିବା ପାଇଁ ପରିବେଷକୁ ସୋଷଣ କରୁଛି, ଆଧୁନିକ ସଭ୍ୟତାର ଆବଶ୍ୟକତା ପାଇଁ ଶିଳ୍ପାୟନ ବୃଦ୍ଧି ଓ ଲୋକଙ୍କର ଆବଶ୍ୟକ ସାମଗ୍ରୀ ନିର୍ମାଣ ପାଇଁ କଳ କାରଖାନାରୁ ନିର୍ଗତ ଧୁଆଁ, ଯାତାୟାତ ବ୍ୟବହୃତ ଯାନବାହାନର ପ୍ରଦ୍ୟୁଷଣ, ଶୀତତାପ ନିୟନ୍ତ୍ରିତ ଯନ୍ତ୍ରପାତି ଇତ୍ୟାଦିରୁ ନିର୍ଗତ ବିଷାକ୍ତ କ୍ଳୋରଫ୍ଲୋର କାର୍ବନ ପାଇଁ ପ୍ରତ୍ୟେକ ବର୍ଷ ତାପମାତ୍ରା ବୃଦ୍ଧି ପାଇଛି । ପରିବେଶ ବିନା ମଣିଷ ସମାଜର କଲ୍ୟାଣ ଅସମ୍ବବ ପରିବେଶ ନ ରହିଲେ ଜିବସତା ରହିବ ନାହିଁ । ଭାରତୀୟ ମଜଦୁର ସଂଘ ଶ୍ରମିକ ସମାଜର କଲ୍ୟାଣ ପାଇଁ ଯେତିକି ଚି\”ିତ ସେତିକି ସମାଜ ଓ ପରିବେଶ ପାଇଁ ମଧ୍ୟ ସେତିକି ଚିନ୍ତିତ, ପରିବେଶ ସଂରକ୍ଷଣ ପାଇଁ ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି ବୋଲି ଶ୍ରୀ ଦାସ ପ୍ରକାଶ କରିଥିଲେ । ଭାରତୀୟ ମଜଦୁର ସଂଘର ଜିଲ୍ଲା ସଂପାଦକ ଗଣେଶ କୁମାର ସାହୁଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମକୁ ସଂଘର ସଭାପତି ମୋହନ ରାଓ ମାଝୀ, ଉପସଭାପତି ଦୂର୍ଗା ମାଧବ ଘୋଷ, କେ କେ ଜେନା, ଦୀପକ କୁମାର ପୃଷ୍ଟି, ବନରକ୍ଷୀ ସନ୍ତୋଷ କୁମାର ପାଣିଗ୍ରାହୀ, ଶୀବ ସତପଥି, କୁମାରୀ ବାଡତିୟା, ଅଜୟ ବିଶ୍ୱକର୍ମା ପରିଚାଳନା କରିଥିଲେ ଉକ୍ତ କାର୍ଯ୍ୟକ୍ରମରେ ଭାରତୀୟ ମଜଦୁର ସଂଘ, ପର୍ଯ୍ୟାବରଣ ମଞ୍ଚ, ବିଶ୍ୱକର୍ମା ମଜଦୁର ସଂଘ, ବ୍ୟବସାୟ ମଜଦୁର ସଂଘର ନେତୃବୃନ୍ଦ ଏବଂ ମନ୍ଦିର କମିଟି ର ସଦସ୍ୟ ମାନେ ଯୋଗ ଦେଇଥିଲେ ।

Leave a Reply