ସୁରକ୍ଷା କବଚ ଭାବେ ପୁଲିସ ହାତରେ ରାକ୍ଷୀ ବାନ୍ଧିଲେ ଛାତ୍ରୀ

ଅସ୍ତରଙ୍ଗ : ଭଉଣୀର ସମ୍ପର୍କକୁ ନେଇ ରାକ୍ଷୀ ବନ୍ଧନ ବାନ୍ଧି ହୋଇ ଭାଇ ଟିଏ ସାରା ଜୀବନ ଭଉଣୀର ରକ୍ଷା କରିବା ପାଇଁ ଭରସା ଦେଇଥାଏ । ବର୍ଷର କେଉଁ ଦିନ ମା ପାଇଁ ଆଉ କେଉଁ ଦିନ ବାପାଙ୍କ ପାଇଁ । ପୁଣି ଆଉ କେଉଁ ଦିନ ଗୁରୁଙ୍କ ପାଇଁ ସମର୍ପିତ ହୋଇଥାଏ. ତେବେ ଏଭଳି ଏକ ଦିନକୁ ଆମେ ପାଳନ କରିଥାଉ ତାହା ହେଉଛି ଉଭୟ ଭାଇ ଓ ଭଉଣୀ ଙ୍କ ପାଇଁ । ଭାଇ ଟିଏ ଯେତେ ଦୂରରେ ଥିଲେ ମଧ୍ୟ ଭଉଣୀ ର ସ୍ନେହ ଆଗରେ ଆପେ ଆପେ ଚାଲିଆସେ ଭାଇ. ଭାଇ ଭଉଣୀର ସମ୍ପର୍କ ନେଇ ପାଳିତ ହୋଇଥାଏ ରାକ୍ଷୀ ବନ୍ଧନ ପର୍ବ । ପ୍ରତିବର୍ଷ ଏହି ଦିନକୁ ଅପେକ୍ଷା କରିଥାନ୍ତି ଉଭୟ ଭାଇ ଏବଂ ଭଉଣୀ. ଆଜି ଅସ୍ତରଙ୍ଗ ସରସ୍ୱତୀ ଶିଶୁମନ୍ଦିର ରେ ଛାତ୍ର ଛାତ୍ରୀ ମାନେ ବେଶ ଉତ୍ସାହ ସହକାରେ ଭଉଣୀ ପିତଳ ଥାଳିରେ ଧୂପ, ଚନ୍ଦନ, ଦୀପ, ମିଠା ସହିତ ସମ୍ପର୍କର ରେଶମ ଡୋରି ରାକ୍ଷୀକୁ ଧରି ଭାଇ ପାଖରେ ପହଞ୍ଚେ । ଆଉ ଭାଇ ମଧ୍ୟ ତାହା ହାତ ବଢ଼ାଇଦେଇଥାଏ ଭଉଣୀ ନିକଟକୁ । ରେଶମ ଡୋରିରେ ବନ୍ଧା ଏହି ବନ୍ଧନ ଭଉଣୀ କୁ ପ୍ରତିଟି ସମୟରେ ସୁରକ୍ଷାର ହାତ ବଢ଼ାଇ ସୁରକ୍ଷା ଯୋଗାଇଥାଏ । ଯିଏ ନିଜର କର୍ତ୍ତବ୍ୟ ପାଇଁ ନିଜ ପରିବାର ଠାରୁ ଦୂରରେ ରହି ଲୋକଙ୍କ ସେବା କରିଥାନ୍ତି ଓ ସାଧାରଣ ଲୋକଙ୍କୁ ସୁରକ୍ଷା ଦେଇଥାନ୍ତି ସେହିପୋଲିସ ଭାଇ ମାନଙ୍କୁ ରାକ୍ଷୀ ବାନ୍ଧିବା ପାଇଁ ଅସ୍ତରଙ୍ଗ ସରସ୍ୱତୀ ଶିଶୁମନ୍ଦିର ଛାତ୍ରୀ ମାନଙ୍କ ସହ ଗୁରୁଜୀ ଦିବାକର ପ୍ରଧାନ, ଗୁରୁମା ଜୋସ୍ନାରାଣୀ ପାତ୍ର ଅସ୍ତରଙ୍ଗ ପୋଲିସ ଷ୍ଟେସନ ରେ ପହଂଚି ପୋଲିସ ଭାଇ ମାନଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ । ଅନ୍ୟ ପଟେ ଦୀର୍ଘ ବର୍ଷ ହେବ ଗୁଣ୍ଡଳବା ପୀର ଜାହାନିଆ ମହିଳା ବନସୁରକ୍ଷା ସମିତି ର ମହିଳା ମାନେ ପରିବେଶ ସହ ପରିସଂସ୍ଥା ସନ୍ତୁଳନ ବଜାୟ ରଖୁଥିବା ଗଛ କୁ ପୂଜାର୍ଚନା କରି ଗଛରେ ରାକ୍ଷୀ ବାନ୍ଧିଥିଲେ ମହିଳା ମାନେ । ଲୁଣା ଜଙ୍ଗଲ ବା ହେନ୍ତାଳ ବଣ ପ୍ରାକୃତିକ ବିପର୍ଯୟ ତଥା ବନ୍ୟା, ବାତ୍ୟା ରୁ ସୁରକ୍ଷା ଦେଇଥାଏ । ଏହି ମହିଳାମାନଙ୍କ ମଧ୍ୟରେ ଚାରୁଳତା ବିଶ୍ୱାଳ, ସୁଭାଷିନୀ ବେହେରା, ଚାନ୍ଦପ୍ରଭା ମଲ୍ଲିକ, ନମିତା ମଲ୍ଲିକ, ରଶ୍ମି ମଲ୍ଲିକ, ରଞ୍ଜୁ ମଲ୍ଲିକ, ରାସ ମଲ୍ଲିକ ଙ୍କ ସହ ଅନ୍ୟ ମହିଳା ମାନେ ଉପସ୍ଥିତ ଥିଲେ । ପରିବେଶ ସୁରକ୍ଷା କୁ ନେଇ ଏକ ବାର୍ତ୍ତା ଦେଇଥିଲେ । ଆଜିର ଦିନ ବେଶ ଗୁରୁତ୍ୱ ବହନ କରେ । ଭାଇ ଭଉଣୀ ର ପବିତ୍ର ସମ୍ପର୍କ କୁ ନେଇ ପାଳିତ ହେଉଥିବା ଏହି ପର୍ବରେ ରହିଥାଏ ଏହି ପ୍ରତିଶୃତି । ପ୍ରତ୍ୟେକ ସମୟରେ ଭଉଣୀ ର ରକ୍ଷା କବଚ ପାଲଟିବ ଭାଇ ।

Leave a Reply

Your email address will not be published. Required fields are marked *