Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଚୀନର ପୁରୁଣା ଅଭ୍ୟାସ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଚୀନର ପୁରୁଣା ଅଭ୍ୟାସ

ନୂଆଦିଲ୍ଲୀ : ଅରୁଣାଚଳପ୍ରଦେଶ ଏବଂ ଅକ୍ସାଇ ଚୀନକୁ ନିଜର ଦାବି କରି ନୂଆ ମ୍ୟାପ ଜାରି କରିଥିଲା ବେଜିଂ । ଚୀନ୍ ନିଜ ମ୍ୟାପରେ ଅରୁଣାଚଳ ପ୍ରଦେଶକୁ ନିଜର ବୋଲି ଦର୍ଶାଇଛି । ଚୀନର ଏହି ନୂଆ ଡ୍ରାମାକୁ ନେଇ ଭାରତର କଡ଼ା ପ୍ରତିକ୍ରିୟା ଦେଇଛି । ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି, ଏମିତି ମାନଚିତ୍ର ଜାରି କରିବା ଚୀନର ପୁରୁଣା ରୋଗ । ଅନ୍ୟର ଅଂଚଳକୁ ନିଜର ଦାବି କରି ମ୍ୟାପ୍ ଜାରି କଲେ ସେ ଅଂଚଳ ତା\’ ର ହୋଇଯାଏ ନାହିଁ ।ଏ-୨୦ ବୈଠକ ପୂର୍ବରୁ ଚୀନ୍ ଡ୍ରାମା ଆରମ୍ଭ କରିଛି । କେବଳ ଏତିକିରେ ଅଟକିନି ଡ୍ରାଗନ । ତାଇୱାନ ଏବଂ ଦକ୍ଷିଣ ଚୀନ୍ ସାଗର ମଧ୍ୟ ନିଜର ଅଞ୍ଚଳ ବୋଲି ଦାବି କରିଛି । ଚୀନର ନୂଆ ମ୍ୟାପ ଜାରି କରିବା ପରେ ଭାରତରେ ରାଜନୈତିକ ମାହୋଲ ଗରମ ହୋଇଛି । ଅନ୍ୟପଟେ ଭାରତ ଚୀନର ଏହି ମାନଚିତ୍ରକୁ ଖାରଜ କରିଛି । ଅରୁଣାଚଳପ୍ରଦେଶର ଭାରତର ଅଭିନ୍ନ ଅଙ୍ଗ ଥିଲା । ସବୁ ସମୟରେ ରହିବ ବୋଲି କହିଛି ଭାରତ ପକ୍ଷରୁ କୁହାଯାଇଛି । ନୂଆ ମ୍ୟାପ ଜାରି କରି ବିବାଦକୁ ନୂଆ ଢଙ୍ଗରେ ବଢାଇବାକୁ ପ୍ରୟାସ କରିଛି ଚୀନ ।

Leave a Reply