Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ତାଇୱାନରେ ପ୍ରତିଷ୍ଠା ହେଲା ଆଉ ଏକ ହିନ୍ଦୁ ମନ୍ଦିର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ତାଇୱାନରେ ପ୍ରତିଷ୍ଠା ହେଲା ଆଉ ଏକ ହିନ୍ଦୁ ମନ୍ଦିର

ତାଇପେ : ତାଇୱାନରେ ପ୍ରତିଷ୍ଠା ହେଲା ଆଉ ଏକ ହିନ୍ଦୁ ମନ୍ଦିର । ଏହି ମନ୍ଦିରର ନାଁ ରହିଛି ‘ସବ୍‌କା ମନ୍ଦିର’ । ତାଇୱାନରେ ମନ୍ଦିର ପ୍ରତିଷ୍ଠା ହୋଇଥିବା ବେଳେ ଭାରତ ସହିତ ଏହି କ୍ଷୁଦ୍ର ଦ୍ୱୀପ ରାଷ୍ଟ୍ରର ଦ୍ୱିପାକ୍ଷିକ ସଂପର୍କ ସୁଦୃଢ଼ ହେବ ବୋଲି କୁହାଯାଉଛି । ସେଠାରେ ବସବାସ କରୁଥିବା ଭାରତୀୟ ହିନ୍ଦୁ ସମୁଦାୟଙ୍କ ପାଇଁ ଏହା ଖୁସି ଖବର । ତେବେ ଏହି ମନ୍ଦିର ପ୍ରତିଷ୍ଠା କ୍ଷେତ୍ରରେ ଜଣେ ଭାରତୀୟଙ୍କ ହାତ ରହିଛି । ଦୀର୍ଘ ଦିନ ହେଲା ତାଇୱାନରେ ବସବାସ କରୁଥିବା ପ୍ରବାସୀ ଭାରତୀୟ ଏଣ୍ଡି ସିଂହ ଆର୍ଯ୍ୟ ‘ସବକା ମନ୍ଦିର’ ପ୍ରତିଷ୍ଠା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି । ତାଇପେରେ ତାଙ୍କର ଏକ ବଡ଼ ରେଷ୍ଟୁରାଣ୍ଟ ମଧ୍ୟ ରହିଛି । ତାଇୱାନରେ ରହୁଥିବା ଭାରତୀୟ ସନା ହାସମୀ ମନ୍ଦିର ପ୍ରତିଷ୍ଠାକୁ ନେଇ ଖୁସି ଜାହିର କରିଛନ୍ତି । ସେପଟେ ଏହି ମନ୍ଦିର ଭାରତ ଏବଂ ତାଇୱାନ ମଧ୍ୟରେ ସାଂସ୍କୃତିକ ସମ୍ବନ୍ଧକୁ ଦୃଢ଼ କରିବ ବୋଲି ଲୋକେ ବିଶ୍ୱାସ କରୁଛନ୍ତି । ଅନ୍ୟଜଣେ ଭାରତୀୟ ନାଗରିକ କହିଛନ୍ତି ଏହା କେବଳ ତାଇୱାନରେ ରହୁଥିବା ଭାରତୀୟଙ୍କ ପାଇଁ ନୁହେଁ ବରଂ ତାଇୱାନବାସୀଙ୍କ ପାଇଁ ମହତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ । ସେପଟେ ହିନ୍ଦୁ ମନ୍ଦିର ପ୍ରତିଷ୍ଠା ହୋଇଥିବା ବେଳେ ତାଇୱାନରେ ସୁଖ-ସମୃଦ୍ଧି ବୃଦ୍ଧି ପାଇବ । ତାଇୱାନରେ ଶାନ୍ତି ପ୍ରତିଷ୍ଠା ହେବ ବୋଲି ମଧ୍ୟ କେହି କେହି ମତ ଦେଇଛନ୍ତି । ତେବେ ଭାରତ ଏବଂ ତାଇୱାନ ମଧ୍ୟରେ ବ୍ୟାପାର ବୃଦ୍ଧି ପାଇଛି । ପ୍ରଯୁକ୍ତିବିଦ୍ୟା, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଉପକରଣ ଏବଂ ଅଟୋମୋବାଇଲ ବ୍ୟବସାୟ କ୍ଷେତ୍ରରେ ଭାରତ ଓ ତାଇୱାନ ବହୁ ଆଗରେ ରହିଛନ୍ତି । ଏବେ ଏବେ ପ୍ରତିଷ୍ଠା ହୋଇଥିବା ‘ସବକା ମନ୍ଦିର’ ଦେଶର ପ୍ରଥମ ହିନ୍ଦୁ ମନ୍ଦିର ବୋଲି କୁହାଯାଉଛି । ହେଲେ ଏହା ପୂର୍ବରୁ ତାଇୱାନରେ ଇସ୍କନ୍ ମନ୍ଦିର ଏବଂ ଗଣେଶ ମନ୍ଦିର ପ୍ରତିଷ୍ଠା ହୋଇଥିଲା ।

Leave a Reply