ଅଖିଳଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ସେନାଙ୍କ ପାଇଁ ରାକ୍ଷୀ ସଂଗ୍ରହ


ନୀଳଗିରି: ଆଖିଳ ଭରତୀୟ ବିଦ୍ୟାର୍ଥୀ ପରିଷଦ ବାଲେଶ୍ୱର ଜିଲ୍ଲା ନୀଳଗିରି ନଗର ତରଫରୁ ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ନିଜ ଘର, ପରିବାରକୁ ଛାଡ଼ି ଦେଶ ମାତୃକାକୁ ସୁରକ୍ଷା ଦେଉଥିବା ଭାରତ ମାତାର ବିର ଯବାନ ମାନଙ୍କ ପାଖକୁ ନୀଳଗିର ମହାବିଦ୍ୟାଳୟ, ନୀଳଗିରି ମହିଳା ମହାବିଦ୍ୟାଳୟ, ବିଭିନ୍ନ ଶିକ୍ଷା ଅନୁଷ୍ଠାନ ମାନଙ୍କଠୁ ୪୦୦ରୁ ଅଧିକ ରାକ୍ଷୀ ସଂଗ୍ରହ କରି ଯବାନ ମାନଙ୍କ ପାଖକୁ ପଠା ଯାଇଅଛି । ଏହି କାର୍ଯ୍ୟକ୍ରମ ରେ ନୀଳଗିରି ମହାବିଦ୍ୟାଳୟ ର ଇଂରାଜୀ ବିଭାଗ ର ଅଧ୍ୟାପକ ପ୍ରଦୀପ ଜେନା ଓ ନୀଳଗିରି ମହିଳା ମହାବିଦ୍ୟାଳୟ ର ରାଜନୀତି ବିଜ୍ଞାନର ଅଧ୍ୟାପିକା ରାଜଶ୍ରୀ ବେହେରାଙ୍କ ଅଧ୍ୟକ୍ଷତା ରେ ଶୀର୍ଷକ ରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାର୍ଥୀ ପରିଷଦର ଛାତ୍ର ନେତା ବିଭାଗ ମିଡ଼ିଆ ସଂଯୋଜକ ଗୋପୀ ବଲ୍ଲଭ ରାଉତ, ଜିଲ୍ଲା ସହ ସଂଯୋଜକ ସଞ୍ଜୀବ ମହାରଣା, ନଗର ସହ ସମ୍ପାଦିକା ଗୀତାଞ୍ଜଳି ମହାନ୍ତି, ଅଲିଭା ନାୟକ, କୁଲଦୀପ କେଶୀ, ଗଣେଶ୍ୱର ମାଝୀ, ଅଭିଜିତ ସିଂ, କୁଲଦୀପ କେସି ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *