Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗୋରୁ ଚୋରି ଅଭିଯୋଗରେ ଦୁଇ ଗିରଫ: କୋର୍ଟ ଚାଲାଣ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗୋରୁ ଚୋରି ଅଭିଯୋଗରେ ଦୁଇ ଗିରଫ: କୋର୍ଟ ଚାଲାଣ


ମାହାଙ୍ଗା: ଭଦ୍ରେଶ୍ୱର ଥାନା ଅର୍ନ୍ତଗତ ୮ନଂଶାଖା୍ କେନାଲ ବନ୍ଧ ରାସ୍ତାର ଗୋବିନ୍ଦପୁର ଗ୍ରାମରେ ଦୁଇଟି ବାଛୁରୀକୁ ମୁହଁ ଓ ବେକ ବାନ୍ଧି ପିଟିପିଟି ଅତି ନିଷ୍ଠୁରଭାବେ ଆଣୁଥିବା ସମୟରେ ପୋଲିସ ସନ୍ଧ୍ୟାକାଳୀନ ପେଟ୍ରୋଲିଂ ସମୟରେ ଏଏସ୍‌ଆଇ ଆଲୋକ କୁମାର ଷଢ଼ଙ୍ଗୀଙ୍କ ହାତରେ ଧରାପଡିଥିଲା । ବାଛୁରୀ କିଣାଯାଇଥିବା ସଂପର୍କୀତ କାଗଜପତ୍ର ଉକ୍ତବ୍ୟକ୍ତିଙ୍କ ନିକଟରେ ନଥିଲା । ଏହି ଦୁଇଜଣ ବ୍ୟକ୍ତି ହେଉଛନ୍ତି ନିଶ୍ଚିନ୍ତକୋଇଲି ଥାନା ଅର୍ନ୍ତଗତ ହଳଧରପୁର ଗ୍ରାମର ଅର୍‌ଜୁଦ୍ଦିନ୍‌(ମନୁ) ଏବଂ ସେକ୍ ମନଙ୍କୁ ପୋଲିସ ଗିରଫ କରିଥିଲା । ଭଦ୍ରେଶ୍ୱର ଥାନାରେ ୯୪/୨୩ରେ ଏକ ମାମଲା ରୁଜୁ କରାଯାଇ ପଶୁଜନ୍ତୁଙ୍କ ପ୍ରତି ନିଷ୍ଠୁରତା ବିରୋଧୀ ଦଫା ୩୯୭,୩୪(ଆଇପିସି ଆଇନ) ବଳରେ ଉକ୍ତବ୍ୟକ୍ତି ଦ୍ୱୟଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି ବୋଲି ଭଦ୍ରେଶ୍ୱର ଥାନା ସୂତ୍ରରୁ ପ୍ରକାଶ ।

Leave a Reply