Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଏବିଭିପି ପକ୍ଷରୁ ଯବାନଙ୍କ ପାଖକୁ ପଠାଗଲା ୫୦୦ ରାକ୍ଷୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଏବିଭିପି ପକ୍ଷରୁ ଯବାନଙ୍କ ପାଖକୁ ପଠାଗଲା ୫୦୦ ରାକ୍ଷୀ

କଟକ: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କଟକ ଜିଲ୍ଲା ତରଫରୁ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ‘ଯବାନଙ୍କ ପାଇଁ ରାକ୍ଷୀଟିଏ\’ ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଯବାନ ମାନଙ୍କ ନିକଟକୁ ୫୦୦ ରାକ୍ଷୀ ପଠାଯାଇଛି । ଆଗାମୀ ରକ୍ଷାବନ୍ଧନ ପରିପ୍ରେକ୍ଷୀରେ ସ୍ଥାନୀୟ ରେଭେନ୍ସା ବିଶ୍ୱବିଦ୍ୟାଳୟରେ କ୍ୟାମ୍ପସ ଶାଖାର ସଭାପତି ସାଗର ଗୋଛାୟତ ଏବଂ ରାଷ୍ଟ୍ରୀୟ କଳାମଞ୍ଚ ସହ ପ୍ରମୁଖ ଦେବ ପ୍ରସାଦ ବେହେରା, ବିଭାଗ ସଂଯୋଜକ ଶ୍ୟାମସୁନ୍ଦର ସାହୁ, ବିଷ୍ଣୁ ପ୍ରସାଦ ଯେନା, ସାଗର ପ୍ରଧାନ, ସୁଜାତା ମହାପାତ୍ର ଓ ସୀମା ମାରାଣ୍ଡିଙ୍କ ସଂଯୋଜନାରେ ‘ଯବାନଙ୍କ ପାଇଁ ରାକ୍ଷୀଟିଏ\’ କାର୍ଯ୍ୟକ୍ରମ ମାଧ୍ୟମରେ ରାକ୍ଷୀ ସଂଗ୍ରହ କରି ଦେଶର ସୀମାରେ ଥିବା ଯବାନଙ୍କ ନିକଟକୁ ଡାକ ମାଧ୍ୟମରେ ପଠାଯିବାର ବନ୍ଦୋବସ୍ତ ହୋଇଛି ।

Leave a Reply