ବିଦ୍ୟାଭାରତୀ, ଶିକ୍ଷା ବିକାଶ ସମିତିର କାର୍ଯ୍ୟକର୍ତ୍ତା ବୈଠକ

ବିଦ୍ୟାର୍ଥୀର ସମଗ୍ର ବିକାଶ କରିବା ଶିକ୍ଷାର ଲକ୍ଷ୍ୟ ହେବା ଦରକାର

କଟକ: ବିଦ୍ୟା ଭାରତୀ ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନର ମନ୍ତ୍ରୀ ଡଃ କମଲ କିଶୋର ସିହ୍ନାଙ୍କ ଓଡ଼ିଶା ପ୍ରଦେଶ ପ୍ରବାସ ଅବସରରେ ଶିକ୍ଷା ବିକାଶ ସମିତି,ଓଡ଼ିଶା ପୂର୍ବର ୬ସମ୍ଭାଗ ଅନ୍ତର୍ଗତ ଜିଲ୍ଲା କେନ୍ଦ୍ର ଶିଶୁ ବିଦ୍ୟାମନ୍ଦିର ସମ୍ପାଦକ, ପ୍ରଧାନାଚାର୍ଯ୍ୟ, ଜିଲ୍ଲା ପ୍ରମୁଖ, ସହ ପ୍ରମୁଖ, ସମ୍ଭାଗ ସମିତି କାର୍ଯ୍ୟକର୍ତ୍ତା, ପୂର୍ଣ୍ଣକାଳୀନ କାର୍ଯ୍ୟକର୍ତ୍ତା ଓ ପ୍ରଦେଶ ସମିତି କାର୍ଯ୍ୟକର୍ତ୍ତା ଏମିତି ମୋଟ -୮୫ ଜଣ କାର୍ଯ୍ୟକର୍ତ୍ତାଙ୍କର ଏକ ବୈଠକ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ତୁଳସୀପୁର, କଟକଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଦ୍ୟା ଭାରତୀ ପୂର୍ବ କ୍ଷେତ୍ରର ସଂଗଠନ ମନ୍ତ୍ରୀ ଶ୍ରୀମାନ ଦିବାକର ଜୀ ଘୋଷ, ପୂର୍ବ କ୍ଷେତ୍ର ଅଧ୍ୟକ୍ଷ ଡା ଲକ୍ଷ୍ମୀକାନ୍ତ ମହାରଣା, ଶିକ୍ଷା ବିକାଶ ସମିତି ଓଡ଼ିଶାର ଅଧ୍ୟକ୍ଷ ଡ଼ଃ କିଶୋର ଚନ୍ଦ୍ର ମହାନ୍ତି, ସମ୍ପାଦକ କମଳାକାନ୍ତ ମିଶ୍ର ଆଦି କାର୍ଯ୍ୟକର୍ତ୍ତାଙ୍କ ଗରିମାମୟ ଉପସ୍ଥିତ କାର୍ଯ୍ୟକ୍ରମର ଉତ୍ସାହବର୍ଦ୍ଧନ କରିପାରିଥିଲା । ଉତ୍ତର ପୂର୍ବ ସଂଭାଗର ସମ୍ପାଦକ ମହେନ୍ଦ୍ର କୁମାର ଘଡ଼ାଇ ମଞ୍ଚାସୀନ ଅତିଥି ଅଧିକାରୀଙ୍କ ପରିଚୟ ପ୍ରଦାନ କରିଥିବାବେଳେ ପ୍ରଦେଶ ସମ୍ପାଦକ କମଳାକାନ୍ତ ମିଶ୍ର ଆଭିମୁଖ୍ୟ ରଖିଥିଲେ । ଜିଲ୍ଲା କେନ୍ଦ୍ର ପ୍ରଧାନାଚାର୍ଯ୍ୟ ଜିଲ୍ଲାର ଶିଶୁ ବିଦ୍ୟା ମନ୍ଦିର ସଂଖ୍ୟାତ୍ମକ ତଥା ଗୁଣାତ୍ମକ ତଥ୍ୟ ପ୍ରଦାନ କରିଥିଲେ । ସମ୍ଭାଗ ସଂଯୋଜକମାନେ ସମ୍ଭାଗ ଅନ୍ତର୍ଗତ କାର୍ଯ୍ୟକର୍ତ୍ତାଙ୍କ ପରିଚୟ ରଖିଥିଲେ । ବିଦ୍ୟା ଭାରତୀଙ୍କ ମନ୍ତ୍ରୀ ଡଃ ସିହ୍ନା ବିଦ୍ୟା ଭାରତୀର ସାଙ୍ଗଠନିକ କାର୍ଯ୍ୟକୁ ଋଦ୍ଧିମନ୍ତ କରିବା ଏବଂ ଜିଲ୍ଲା କେନ୍ଦ୍ର ବିଦ୍ୟାଳୟକୁ ସୁଦୃଢ ତଥା ଆଦର୍ଶ ବିଦ୍ୟାଳୟ କରିବା ଦୃଷ୍ଟିରୁ ସର୍ବୋଚ୍ଚ ୧୦ମ /୧୨ଶ ଶ୍ରେଣୀ ଶିକ୍ଷାଦାନ ବ୍ୟବସ୍ଥା, ପ୍ରଭାବୀ ଶିଶୁବାଟିକା ବ୍ୟବସ୍ଥା,ଏସଇଏସକ୍ୟୁ ମୂଲ୍ୟାୟନ ବ୍ୟବସ୍ଥା , ସଂସ୍କାରକେନ୍ଦ୍ର ଓ ଜିଲ୍ଲା ଟୋଲିର କ୍ରିୟାନ୍ୱୟନ ଉପରେ ଅଧିକରୁ ଅଧିକ ଗୁରୁତ୍ୱ ଦେବା ;ଏଥି ସହିତ ସେ କହିଥିଲେ ଯେ କେବଳ ଶିକ୍ଷିତ କରିବା ପାଇଁ ଶିକ୍ଷାଦାନ ନୁହଁ ବିଦ୍ୟାର୍ଥୀର ସମଗ୍ର ବିକାଶ କରିବା ଉପଯୁକ୍ତ ସଂସ୍କାର ଦେଇ ହିନ୍ଦୁତ୍ୱନିଷ୍ଠ ଓ ରାଷ୍ଟ୍ରଭକ୍ତିରେ ଓତଃପ୍ରୋତ କରିବା ଲକ୍ଷ୍ୟ ହେବା ଆବଶ୍ୟକ । ଡ଼ଃ ମହାନ୍ତି ଅଧ୍ୟକ୍ଷ ଅଭିଭାଷଣରେ ଆଦର୍ଶ ବିଦ୍ୟାଳୟ ପାଇଁ ବିଦ୍ୟାଳୟର? ଗୁଣ ଓ ମାନ ବୃଦ୍ଧି କରିବାକୁ ହେବ । ଅନ୍ୱେଷଣ, ଅନୁସନ୍ଧାନ ଓ ନିରୀକ୍ଷଣ ଉପରେ ଗୁରୁତ୍ୱ ଦେବା , ଆଦର୍ଶ ଶିକ୍ଷାଦାନ ସହ ଆଧାରଭୂତ ବିଷୟ ଓ ସଂସ୍କାର ଦିଗ ପ୍ରତି ଯତ୍ନବାନ ହେବାକୁ କହିଥିଲେ । ପୂର୍ବ କ୍ଷେତ୍ର ଅଧ୍ୟକ୍ଷ ଡା ଲକ୍ଷ୍ମୀକାନ୍ତ ମହାରଣା ସଂଗଠନ କାର୍ଯ୍ୟ ଆମ ପାଇଁ ନିଶା ହେବା ଦରକାର । ଜିଲ୍ଲା କେନ୍ଦ୍ର ଅନ୍ୟ ବିଦ୍ୟାଳୟ ପାଇଁ ଉଦାହରଣ ହେଉ ଏବଂ ସଂସ୍କାର ବୃଦ୍ଧି କରିବା କାର୍ଯ୍ୟକର୍ତ୍ତାଙ୍କ ଧ୍‌ଯେୟ ହେଉ , ସମାଜ ଆମକୁ ସବୁ ଦେଇଛି ଆମେ ସମାଜକୁ କିଛି ଦେବାରେ ବ୍ରତୀ ହେବା ବୋଲି କହିଥିଲେ । ପରିଶେଷରେ ଉତ୍ତର ପୂର୍ବ ସମ୍ଭାଗର ସଦସ୍ୟା ଇନ୍ଦୁମତୀ ଦାଶ ଉପସ୍ଥିତ ଅତିଥି ଅଧିକାରୀ ଓ କାର୍ଯ୍ୟକର୍ତ୍ତାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

Leave a Reply

Your email address will not be published. Required fields are marked *