Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମୋ ମତରେ ଏଥିରେ କିଛି ବି ଭୁଲ ନାହିଁ-ଇସ୍ରୋ ଅଧ୍ୟକ୍ଷ ଏସ.ସୋମନାଥ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମୋ ମତରେ ଏଥିରେ କିଛି ବି ଭୁଲ ନାହିଁ-ଇସ୍ରୋ ଅଧ୍ୟକ୍ଷ ଏସ.ସୋମନାଥ

ନୂଆଦିଲ୍ଲୀ: ଚନ୍ଦ୍ରର ଦକ୍ଷିଣ ମେରୁର ଯେଉଁ ସ୍ଥାନରେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂ ହୋଇଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେହି ସ୍ଥାନକୁ ଶିବ ଶକ୍ତି ନାଁରେ ନାମକରଣ କରିଛନ୍ତି । ଏହାସହ ଚନ୍ଦ୍ରଯାନ-୨ ଯେଉଁସ୍ଥାନରେ କ୍ରାସ ହୋଇଥିଲା, ସେହି ସ୍ଥାନର ନାଁକୁ ତ୍ରିରଙ୍ଗା ଦିଆଯାଇଛି । ଏହି ନାମକରଣକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି ଏବଂ ବିଜେପି ୨୦୨୪ ନିର୍ବାଚନରେ ଏହାକୁ ବ୍ୟବହାର କରିବାକୁ ଯାଉଥିବା ଅଭିଯୋଗ କରିଛନ୍ତି । ଏହି ରାଜନୀତିକ ବୟାନବାଜି ଭିତରେ ଇସ୍ରୋ ମୁଖ୍ୟ ଏସ.ସୋମନାଥଙ୍କ ପ୍ରତିକ୍ରିୟା ସାମନାକୁ ଆସିଛି । ଇସ୍ରୋ ମୁଖ୍ୟ ଏହି ପ୍ରସଙ୍ଗରେ ଖୋଲା ମତ ଦେଇଛନ୍ତି । ଏହାସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲ୍ୟାଣ୍ଡିଂ ସାଇଟ୍‌ର ନାମକରଣ ଉପରେ ତାଙ୍କର ମତ କଣ ସେ ଉପରେ ମଧ୍ୟ ବୟାନ ଦେଇଛନ୍ତି । ୨୦୨୩ ଅଗଷ୍ଟ ୨୩ରେ ଇସ୍ରୋ ମହାକାଶ ବିଜ୍ଞାନ କ୍ଷେତ୍ରରେ ଇତିହାସ ରଚିଥିଲା । ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ସଫ୍ଟଲ୍ୟାଣ୍ଡିଂ କରିଥିଲା । ଏହି ଉପଲବ୍ଧି ହାସଲ କରିବାରେ ଭାରତ ବିଶ୍ୱର ପ୍ରଥମ ଦେଶ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୨୩କୁ ଇଣ୍ଡିଆନ ସ୍ପେସ୍ ଡେ ରୂପେ ପାଳନ କରିବା ପାଇଁ ଘୋଷଣା କରିଛନ୍ତି । ଏହାସହ ଲ୍ୟାଣ୍ଡିଂ ସାଇଟର ନାମ ଶିବ ଶକ୍ତି ପଏଣ୍ଟ ରଖିଛନ୍ତି । ଏହାଛଡ଼ା ଚନ୍ଦ୍ରଯାନ-୨ର କ୍ରାସ୍ ସାଇଟକୁ ତ୍ରିରଙ୍ଗା ନାମକରଣ କରାଯାଇଛି । ତେବେ ଏହାକୁ ନେଇ ବିରୋଧୀ ଏବେ ପିଏମ୍ ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତି । ତେବେ ପୂରା ବିବାଦ ମଧ୍ୟରେ ଇସ୍ରୋ ଅଧ୍ୟକ୍ଷ ଏସ.ସୋମନାଥଙ୍କ ବୟାନ ମଧ୍ୟ ସାମନାକୁ ଆସିଛି । ସେ କହିଛନ୍ତି, ‘ପିଏମ୍ ଏହାର ଅର୍ଥ ଠିକ୍ ସେୟା କହିଛନ୍ତି ଯାହା ଆମ ସମସ୍ତଙ୍କ ପାଇଁ ଉପଯୁକ୍ତ ଅଟେ । ମୋ ମତରେ ଏଥିରେ କିଛି ବି ଭୁଲ ନାହିଁ । ଏହାସହ ସେ ଏହାର ଅର୍ଥ ମଧ୍ୟ କହିଛନ୍ତି । ତ୍ରିରଙ୍ଗା ନାଁ ଏବଂ ଶିବ ଶକ୍ତି ଉଭୟ ନାଁ ଭାରତୀୟ ଅଟେ । ଆମେ ଯାହା କରୁଛୁ, ତାର ମହତ୍ୱ ରହିବା ଦରକାର ଏବଂ ଦେଶର ପ୍ରଧାନମନ୍ତ୍ରୀ ଭାବେ ଏହି ନାମକରଣ କରିବାର ତାଙ୍କର ବିଶେଷାଧିକାର ରହିଛି ।’

Leave a Reply