Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତରୁ ଯେଉଁ ରେଭିନ୍ୟୁ ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ (ଆଇସିସି)କୁ ଯାଇଥାଏ ସେହି ରେଭିନ୍ୟୁର କିଛି ଅଂଶ ପାକିସ୍ତାନକୁଆସିଥାଏ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତରୁ ଯେଉଁ ରେଭିନ୍ୟୁ ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ (ଆଇସିସି)କୁ ଯାଇଥାଏ ସେହି ରେଭିନ୍ୟୁର କିଛି ଅଂଶ ପାକିସ୍ତାନକୁଆସିଥାଏ

ନୂଆଦିଲ୍ଲୀ: ଖେଳପ୍ରେମୀ ଖୁବଶୀଘ୍ରଭାରତ ଓ ପାକିସ୍ତାନ ମଧ୍ୟରେ ଏକ ବଡ଼ମ୍ୟାଚ ଖେଳାଯିବାର ଦେଖିବାକୁ ପାଇବେ ।ଏସିଆ କପରେ ଭାରତୀୟ ଦଳ ଶ୍ରୀଲଙ୍କାରେଏହାର ସମସ୍ତ ମ୍ୟାଚ୍ ଖେଳିବ । ଏଥିସହିତପାକିସ୍ତାନ ଭାରତ ବିପକ୍ଷ ମ୍ୟାଚ୍ ଖେଳିବାକୁଶ୍ରୀଲଙ୍କା ଆସିବ । ଏସିଆ କପରେ ପାକିସ୍ତାନବିପକ୍ଷରେ ସେପ୍େଟମ୍ବର ୨ ତାରିଖରେ ଭାରତତାର ପ୍ରଥମ ମ୍ୟାଚ ଖେଳିବ । ଏହା ପରେଭାରତ ଗ୍ରୁପ ଷ୍ଟେଜରେ ୪ ସେପ୍େଟମ୍ବରରେନେପାଳକୁ ଭେଟିବ । ପୁନର୍ବାର ସୁପର ୪ରାଉଣ୍ଡରେ ୧୦ ତାରିଖରେ କଲମ୍ବୋରେପାକିସ୍ତାନକୁ ଭେଟିବ ଭାରତ । ଏହାପୂର୍ବରୁ ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଦ୍ରୁତବଲର ସୋଏବ ଅଖତାର ଦେଇଥିବା ଏକ ବୟାନ ଚର୍ଚ୍ଚାର ପରିସରକୁ ଆସିଛି ।ସମୟସମୟରେ କ୍ରିକେଟର ସୋଏବ ଭାରତୀୟ କ୍ରିକେଟରମାନଙ୍କୁ ନେଇ ଏମିତି କିଛିପ୍ରତିକ୍ରିୟା ଦେଇଥାଆନ୍ତି ଯାହାକୁ ନେଇ ଅନେକ ସମୟରେ ବିବାଦ ଦେଖା ଦେଇଥାଏ ।ନିକଟରେ ସୋଏବ ଏକ ସାକ୍ଷାତକାରରେ କହିଛନ୍ତି, ‘ପାକିସ୍ତାନୀ କ୍ରିକେଟର ଭାରତରୁ ପରୋକ୍ଷ ଭାବେ ଆସୁଥିବା ଟଙ୍କାରେ ବଞ୍ଚୁଛନ୍ତି । ମୁଁ ଚାହୁଁଛି ଭାରତ ଏହି ବିଶ୍ୱକପରେଖୁବ ଟଙ୍କା ରୋଜଗାର କରୁ । କିଛି ଲୋକ ଏହାକୁ କହିବାକୁ କୁଣ୍ଠାବୋଧ କରିବେ । କିନ୍ତୁମୁଁ ଏସବୁ ସ୍ପଷ୍ଟ ଭାବେ କହୁଛି । ଭାରତରୁ ଯେଉଁ ରେଭିନ୍ୟୁ ଇଣ୍ଟରନ୍ୟାସନାଲ କ୍ରିକେଟକାଉନସିଲ (ଆଇସିସି)କୁ ଯାଇଥାଏ ସେହି ରେଭିନ୍ୟୁର କିଛି ଅଂଶ ପାକିସ୍ତାନକୁଆସିଥାଏ । ଏହାଦ୍ୱାରା ଆମର ଘରୋଇ କ୍ରିକେଟରଙ୍କୁ ମ୍ୟାଚ ଫିସ ମିଳିଥାଏ ।

Leave a Reply