ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବିଜ୍ଞାନ ମେଳା


ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ସୁନାବେଡା ଠାରେ ଶନିବାର ଦିନ ଅନୁଷଠିତ ହୋଇଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାରେ ଲକ୍ଷ୍ମୀପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଛାତ୍ରୀ ସଫଳତା ଅର୍ଜନ କରିଛନ୍ତି । ଏଥିରେ ସଙ୍କୁଳର ୧୩ ଟି ଶିଶୁ ବିଦ୍ୟା ମନ୍ଦିରର ପ୍ରତିଭାଗୀ ଅଂଶ ଗ୍ରହଣ କରିଥିଲେ ।ଲକ୍ଷ୍ମୀପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଛାତ୍ରୀଙ୍କ ଦ୍ୱାରା ପ୍ରଚଳିତ ବିଜ୍ଞାନ ପ୍ରକଳ୍ପରେ ଶିଶୁ ବର୍ଗର ପ୍ରାକୃତିକ ବିପର୍ଯ୍ୟୟ ରେ ଇଶାନ୍ତ କୁମାର ଜେନା ତୃତୀୟ,ପର୍ଯ୍ୟବରଣ ସ୍ୱଚ୍ଛତା ରେ ଚୈତନ୍ୟ କୁମାର ସାହୁ ତୃତୀୟ,ଯାତାୟତରେ ସାଧନା ରେ ଜୟକୃଷ୍ଣ ସାହୁ ତୃତୀୟ ଓ ନୂତନ ପ୍ରୟୋଗ ନମୂନା ରେ ସ୍ନିତିରାଣୀ ଖରା ଦ୍ୱିତୀୟ ସ୍ଥାନ ଅଧିକାର କରି ବିଦ୍ୟାଳୟର ଗୌରବ ବଢାଇଛନ୍ତି ।ଏନେଇ ସବୁ ମହଲରୁ ସରସ୍ୱତୀ ଶିଶୁ ମନ୍ଦିର ପ୍ରତି ଶୁଭେଚ୍ଛାର ସୁଅ ଛୁଟୁଛି ।

Leave a Reply

Your email address will not be published. Required fields are marked *