Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବିଶ୍ୱକର୍ମା ଯୋଜନାକୁ ଅନୁମୋଦନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବିଶ୍ୱକର୍ମା ଯୋଜନାକୁ ଅନୁମୋଦନ

ବର୍ତ୍ତମାନ ସମୟରେ ଲୋକେ ତାଙ୍କ କୌଳିକ ବୃତ୍ତିକୁ ଛାଡ଼ି ଅଧିକ ଅର୍ଥ ରୋଜଗାର ଆଶାରେ ଅନ୍ୟ କାର୍ଯ୍ୟ କରୁଛନ୍ତି । ଏଥିରେ ଦେଶର ଦକ୍ଷ ଶ୍ରମିକଙ୍କର ସଂଖ୍ୟା ହ୍ରାସ ପାଉଛି । ତେଣୁ ଦେଶରେ ପୁଣିଥରେ ସେହି କୌଳିକ ବୃତ୍ତିକୁ ପ୍ରୋତ୍ସାହନ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୧୫ ତାରିଖରେ ବିଶ୍ୱକର୍ମା ଯୋଜନା ଘୋଷଣା କରିଥିଲେ । ଆଉ ଆଜି ଏହାକୁ ଅନୁମୋଦନ ମିଳିଛି । କେନ୍ଦ୍ର କ୍ୟାବିନେଟ କମିଟି ଏହି ଯୋଜନାକୁ ଅନୁମୋଦନ କରିଛି । ବୁଧବାର(ଅଗଷ୍ଟ ୧୬) ଏହି ଯୋଜନା ସମ୍ପର୍କରେ ଘୋଷଣା କରି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଆଜି କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହି ଯୋଜନାକୁ ଅନୁମୋଦନ ଦେଇଛି । କୌଳିକ ବୃତ୍ତି କରି ଜୀବୀକା ନିର୍ବାହ କରୁଥିବା ଲୋକଙ୍କୁ ପିଏମ୍ ବିଶ୍ୱ କର୍ମା ଯୋଜନା ସହଯୋଗ କରିବ ବୋଲି ରେଳମନ୍ତ୍ରୀ କହିଛନ୍ତି । ୧୩ ହଜାର କୋଟିର ବିଶ୍ୱ କର୍ମା ଯୋଜନା ମଧ୍ୟମରେ ଶିଳ୍ପୀମାନେ ସବ୍‌ସିଡ୍‌ରେ ୨ ଲକ୍ଷ ପର୍ଯ୍ୟନ୍ତ ଲୋନ୍ ପାଇପାରିବେ । ସେ କହିଛନ୍ତି “ପିଏମ୍ ବିଶ୍ୱକର୍ମା ଯୋଜନା ମାଧ୍ୟମରେ କାରିଗର ଓ ଶିଳ୍ପକାରମାନଙ୍କୁ ମାତ୍ର ୫ ପ୍ରତିଶତ ଶୁଦ୍ଧରେ ୧ ଲକ୍ଷ ଟଙ୍କା ଋଣ(ପ୍ରଥମ ପର୍ଯ୍ୟାୟରେ) ଦିଆଯିବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ କାରିଗରଙ୍କୁ ୨ ଲକ୍ଷ ପର୍ଯ୍ୟନ୍ତ ଋଣ ମିଳିବ ।” ଏହି ଯୋଜନାରେ ଆଡଭାନ୍ସ ସ୍କିଲ୍ ଟ୍ରେନିଂ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ସ୍କିଲ ଟ୍ରେନିଂ ପାଇଁ ୫୦୦ ଟଙ୍କାର ଷ୍ଟାଇପେଣ୍ଡ ଦିଆଯାଉଥିବା ବେଳେ ଆଧୁନିକ ଯନ୍ତ୍ରପାତି କିଣିବାକୁ ୧୫୦୦ ଟଙ୍କା ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହି ଯୋଜନାରେ ୩୦ ଲକ୍ଷ ପରିବାର ଲାଭବାନ ହେବେ ବୋଲି ଅଶ୍ୱିନୀ କହିଛନ୍ତି । ଏହି ଯୋଜନା ପାଇଁ ଗାଁରେ ଥିବା କମନ ସର୍ଭିସ ସେଣ୍ଟରେ ଲାଭାର୍ଥୀ ପଞ୍ଜୀକରଣ କରିପାରିବେ । ଏହି ଯୋଜନାର ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ । ତେବେ ଏଥିରେ ରାଜ୍ୟ ସରକାରଙ୍କର ସହଯୋଗ ଆବଶ୍ୟକ ହେବ ବୋଲି ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି ।ପିଏମ ବିଶ୍ୱକର୍ମା ଯୋଜନା ବିଶେଷ କରି ଓବିସି ବର୍ଗର ଲୋକଙ୍କୁ ସୁହାଇବ । ଏହି ବର୍ଗର ଲୋକେ ଅଧିକ ଶିଳ୍ପକାର୍ଯ୍ୟରେ ଲିପ୍ତ ରହୁଥବାରୁ ତାଙ୍କ ପାଇଁ ଏହି ଯୋଜନା ଲାଭକାରୀ ହେବ । ତେବେ ସେପ୍େଟବମ୍ବର ୧୭ ତାରିଖରେ ବିଶ୍ୱକର୍ମା ଯୋଜନା ପଡ଼ୁଥିବାରୁ ଏହି ଦିନ ହିଁ ପିଏମ୍ ବିଶ୍ୱକର୍ମା ଯୋଜନା ଲଞ୍ଚ ହେବ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି ।ସେହିପରି ପିଏମ ବିଶ୍ୱକର୍ମା ଯୋଜନା ସହିତ ଆଜି ପିଏମ୍ ଇ-ବସ୍ ସେବାକୁ ମଧ୍ୟ ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର । ବୁଧବାର(ଅଗଷ୍ଟ ୧୬) ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହି ଯୋଜନାକୁ ମଧ୍ୟ ଅନୁମୋଦନ ଦେଇଛି କେନ୍ଦ୍ର କ୍ୟାବିନେଟ୍ । ପିଏମ୍ ଇ-ବସ୍ ସେବା ବିଷୟରେ ସୂଚନା ଦେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ୫୭,୬୧୩ କୋଟି ଟଙ୍କାର ଏହି ଯୋଜନାରେ ୧୦ ହଜାର ନୂଆ ଇଲେକ୍ଟ୍ରିକ୍ ବସ ଚାଲିବ । ୧୦୦ଟି ସହରରେ ଏହିସବୁ ବସ୍ ଚାଲିବ ବୋଲି ମନ୍ତ୍ରୀ କହିଛନ୍ତି ।ଏହି ଯୋଜନାରେ ଆବଣ୍ଟିତ ହୋଇଥିାବ ପୁଞ୍ଜି ୫୭,୬୧୩ କୋଟି ଟଙ୍କାରୁ ୨୦ ହଜାର କୋଟି କେନ୍ଦ୍ର ସରକାର ଦେବେ । ବାକି ଧନରାଶି ରାଜ୍ୟ ସରକାର ଦେବେ ବୋଲି ଅନୁରାଗ ଠାକୁର କହିଛନ୍ତି । ଏହି ଯୋଜନା ମାଧ୍ୟମରେ ୧୦ ବର୍ଷ ପାଇଁ ବସ୍ ଅପରେଟର୍ସଙ୍କୁ ସପୋର୍ଟ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ପିପିପି ମଡେଲ ଅଧୀନରେ ଏହି ବସ୍ ଗୁଡିକ କିଣିଯିବା । ଏଥିପାଇଁ ବିଡିଂ ପ୍ରକ୍ରିୟା ଆରମ୍ଭ ହେବ । ଏପରି ପରିସ୍ଥିତିରେ ଘରୋଇ କମ୍ପାନୀଗୁଡିକ ଏକ ସୁବର୍ଣ୍ଣ ସୁଯୋଗ ପାଇବେ । ଏହି ଯୋଜନା ୨୦୩୭ ପର୍ଯ୍ୟନ୍ତ ଚାଲିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଯେଉଁ ସହରଗୁଡ଼ିକରେ ବସ୍ ସେବାର କୌଣଶି ସଂଗଠିତ ଢାଞ୍ଚା ନଥିବା ଏହି ଯୋଜନାରେ ସେହି ସହରଗୁଡ଼ିକୁ ଅଧିକ ଗୁରୁତ୍ୱ ଦିଆଯିବ । ଏଥିରେ ସିଧାସଳଖ ଭାବେ ୪୫, ହଜାରରୁ ୫୫ ହଜାର ରୋଜଗାର ସୃଷ୍ଟି ହୋଇପାରିବ ।

Leave a Reply