Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ତିହିଡ଼ି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ତିହିଡ଼ି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା

ତିହିଡ଼: ଭଦ୍ରକ ଜିଲା ତିହିଡ଼ି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଶନିବାର ବାସୁଦେବପୁର ସଂକୁଳସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ତିହିଡ଼ି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିଚାଳନା କମିଟିର ସଭାପତି ନିଶାକର ନାୟକଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧୀକାରୀ ଡ. ଅରୁଣ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜ୍ଞାନ ବିଜ୍ଞାନ ମେଳାକୁ ଉଦ୍ଘାଟନ କରିଥିଲେ । ସଂକୁଳ ପ୍ରମୁଖ ନକୁଳ ଚରଣ ବାରିକ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ ସଂକୁଳ ସଂଯୋଜକ ରବୀନ୍ଦ୍ର କୁମାର ବାରିକ ସ୍ୱାଗତ ଭାଷଣ ଓ ପ୍ରଧାନ ଆଚାର୍ଯ୍ୟ ରାଧାକୃଷ୍ଣ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହ ଜ୍ଞାନ ବିଜ୍ଞାନ ମେଳାରେ ସାତଟି ଶିଶୁ ମନ୍ଦିରରୁ ୨୧୪ଜଣ ଶିଶୁ ଅଂଶଗ୍ରହଣ କରି ୮୦ଟି ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶନ କରିବା ସହ ପ୍ରଶ୍ନମଞ୍ଚରେ ଭାଗ ନେଇଥିଲେ । ଅପରାହ୍ନରେ ଉଦ୍‌ଯାପନ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ରାମନାରାୟଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ । ପରିଚାଳନା କମିଟି ଉପସଭାପତି ମନୋଜ କୁମାର ପାଣିଗ୍ରାହୀ, କୋଷାଧ୍ୟକ୍ଷ ଯଜାତିକିଶୋର ଦାଶ ସଂପାଦକ କୃପାସିନ୍ଧୁ ଦାସ ଉପସ୍ଥିତ ରହି ପୁରସ୍କାର ବିତରଣ କରିବାର ସହଯୋଗ କରିଥିଲେ । ସଂକୁଳର ସହ ସଂଯୋଜକ ଗଣେଶ ପ୍ରସାଦ ରାଉତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଚାନ୍ଦବାଲି ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ମୃତ୍ୟୁଞ୍ଜୟ ନାୟକ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିଶୁ ମନ୍ଦିରର ସମସ୍ତ ଗୁରୁଜୀ, ଗୁରୁମା, ପରିଚାଳନା କମିଟି ସଦସ୍ୟ, ସଦସ୍ୟା ଓ ଅଭିଭାବକମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave a Reply