Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସରସ୍ୱତୀ ଶିଶୁ ମନ୍ଦିରରେ ବନମହୋତ୍ସବ ଓ ଚାରାରୋପଣ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସରସ୍ୱତୀ ଶିଶୁ ମନ୍ଦିରରେ ବନମହୋତ୍ସବ ଓ ଚାରାରୋପଣ

ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ସୋମବାର ପୂର୍ବାହ୍ନରେ ବନ ମହୋତ୍ସବ ଅବସରରେ ପରିବେଶ ସୁରକ୍ଷା ସଚେତନତା ଓ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପରିଚାଳନା କମିଟି ସଭାପତି ଦୀପାଞ୍ଜଳୀ ମିଶ୍ରଙ୍କ ମାର୍ଗଦର୍ଶନରେ ଶିଶୁ ମନ୍ଦିର ପରିସର ଏହାର ସମ୍ମୁଖରେ ଥିବା କେନାଲ ବନ୍ଧ ରାସ୍ତା ପାଶ୍ୱର୍ରେ ବିଭିନ୍ନ ପ୍ରକାର ଫୁଲ, ଫଳ ଓ ଔଷଧୀୟ ଚାରା ରୋପଣ କରାଯାଇଛି । ପ୍ରଧାନାଚାର୍ଯ୍ୟ ପ୍ରାଣକୃଷ୍ଣ ମଲ୍ଲିକଙ୍କ ପରିଚାଳନାରେ ଏହି କାର୍ଯ୍ୟକ୍ରମରେ କମିଟିର ସମ୍ପାଦକ ତପନ କୁମାର ଦାଶ, ଉପସଭାପତି ଅଶୋକ କୁମାର ମହାପାତ୍ର, ସହ ସମ୍ପାଦିକା ବିଦ୍ୟୁଲତା ପଣ୍ଡା ଯୋଗ ଦେଇ ପରିବେଶ ସୁରକ୍ଷା ପାଇଁ ଚାରାରୋପଣର ଉପାଦେୟତା ସଂକ୍ରାନ୍ତରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ କମିଟିର ସମସ୍ତ କର୍ମକର୍ତ୍ତା , ସମସ୍ତ ଗୁରୁଜୀ ଗୁରୁମା, ଅଭିଭାବକ ଯୋଗ ଦେଇ ମୋଟ ୪୮୭ଟି ଚାରା ରୋପଣ କରିଥିଲେ । ପ୍ରତ୍ୟେକ ଛାତ୍ରଛାତ୍ରୀ ମଧ୍ୟ ଚାରା ରୋପଣ କରିବା ନିମନ୍ତେ ବିଦ୍ୟାଳୟ ପକ୍ଷରୁ ପରାମର୍ଶ ଦିଆଯାଇଥିଲା ।

Leave a Reply