ମୟୁରଭଞ୍ଜରେ ଭାରତୀୟ ମଜଦୂର ସଂଘର ପ୍ରତିଷ୍ଠା ଦିବସ ପାଳିତ

ବାରିପଦା : ଭାରତୀୟ ମଜଦୂର ସଂଘର ପ୍ରତିଷ୍ଠା ଦିବସ ମୟୁରଭଞ୍ଜରେ ଜିଲ୍ଲାସ୍ତରୀୟ ଭାବରେ ରାଇରଙ୍ଗପୁର ପିସିଏସ କଲ୍ୟାଣ ମଣ୍ଡପଠାରେ ପାଳିତ ହୋଇଯାଇଛି । ମଜଦୂର ସଂଘର ସହ ବିଭାଗ କାର୍ଯ୍ୟବାହୀ ଚୈତନ୍ୟ ପ୍ରସାଦ ବାରିକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ, ବିଏମଏସର ଜିଲ୍ଲା ସଭାନେତ୍ରୀ ସରସ୍ୱତୀ ଟୁଡୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଏମଏସର ରାଜ୍ୟ ସମ୍ପାଦିକା ତଥା ଅଲ ଓଡିଶା ଅଙ୍ଗନବାଡି ଲେଡ଼ିଜ ୱାର୍କର ଏସୋସିଏସନର ସଭାନେତ୍ରୀ ସୁମିତା ମହାପାତ୍ର, ରାଜ୍ୟ ପଦାଧିକାରୀ ତଥା ମୟୁରଭଞ୍ଜ ଜିଲ୍ଲା ବି.ଏମ.ଏସର ଉପଦେଷ୍ଟା ନିଗମାନନ୍ଦ ପଟ୍ଟନାୟକ, ଚୈତନ୍ୟ ପ୍ରସାଦ ବାରିକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରାଷ୍ଟ୍ର ହିତରେ ଶ୍ରମିକଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ ବୋଲି କହିବା ସହିତ ବନ୍ଦ ହୋଇଥିବା ଖଣି, କଳ କାରଖାନା ଖୁବ ଶୀଘ୍ର ଖୋଲାନଗଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ ହେବ ବୋଲି କହିଥିଲେ । ଜିଲ୍ଲା ସାଧାରଣ ସମ୍ପାଦକ ବୋଧିରଜତ ମହାନ୍ତ ମଞ୍ଚ ପରିଚାଳନା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଶଶୀକଳା ପଲେଇ, ସୁନାମଣୀ ଚାପେୟାର, ବିଶ୍ୱମ୍ବର ଦାସ, ମନୋରମା ବେହେରା, ଭୀମ ଚରଣ ମହାକୁଡ଼, ସାରଥୀ ମହାନ୍ତ, ଲାଖିଆ ଟୁଡୁ, ବୈଜନ୍ତୀ ମହାନ୍ତ, ନୀଳାଦ୍ରି ପାତ୍ର, ନବୀନ କୁମାର ବେହେରା, ଲଳିତା ବିନ୍ଧାଣି, ବୀଣାପାଣି ଗାଗରାଇ, ଗୋଲାପୀ ନାଏକ, ନିର୍ମଳ ପ୍ରଧାନ ପ୍ରମୁଖ ଶ୍ରମିକ ସଂଗଠକ ନିଜ ନିଜର ବକ୍ତବ୍ୟ ରଖିଥିଲେ ।

Leave a Reply

Your email address will not be published. Required fields are marked *