Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜନ୍ମ ତିଥି:ଉମେଶ ଚନ୍ଦ୍ର ବାନାର୍ଜୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜନ୍ମ ତିଥି:ଉମେଶ ଚନ୍ଦ୍ର ବାନାର୍ଜୀ

ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ ଭାରତର ଏକ ପ୍ରମୁଖ ରାଜନୈତିକ ପାର୍ଟି । ଏହାର ସ୍ଥାପନା ୧୮୮୫ ମସିହା ଡିସେମ୍ବର ୨୮ରେ ହୋଇଥିଲା । ଏଠାରେ କୋଲକାତା ହାଇକୋର୍ଟର ବାରିଷ୍ଟର୍ ଉମେଶ ଚନ୍ଦ୍ର ବାନାର୍ଜୀ ପାର୍ଟିର ପ୍ରଥମ ଅଧ୍ୟକ୍ଷ ପଦରେ ଅବସ୍ଥାପିତ ହୋଇଥିଲେ । ସେ ୧୮୪୪ ମସିହା ଆଜିର ଦିନରେ କୋଲ୍‌କାତାର ଏକ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଥିଲେ । ତାଙ୍କ ପିତା କୋଲ୍‌କାତାର ଉଚ୍ଚ ନ୍ୟାୟାଳୟର ନ୍ୟାୟଧୀଶ ଥିଲେ । ଉମେଶଚନ୍ଦ୍ର ଖୁବ୍ କମ୍ ଦିନ ମଧ୍ୟରେ ଜଣେ ଜଣାଶୁଣା ଓକିଲ ଭାବେ ଖ୍ୟାତି ଅର୍ଜନ କରିଥିଲେ । ସେ ଇଂରେଜ ଚାଲିଚଳଣକୁ ଖୁବ୍ ପସନ୍ଦ କରୁଥିଲେ । ତଥାପି ମଧ୍ୟ ହୃଦୟ ଥିଲା ତାଙ୍କର ସମ୍ପୂର୍ଣ୍ଣ ଭାରତୀୟ । ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସର ୧୮୮୫ରେ ହୋଇଥିବା ପ୍ରଥମ ଅଧିବେଶନରେ ସେ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ପୁନଃ ୧୮୯୨ରେ ଆହ୍ଲାବାଦରେ ହୋଇଥିବା ଅଧିବେଶନରେ ମଧ୍ୟ ସେ ଅଧ୍ୟକ୍ଷ ପଦ ବଜାୟ ରଖିଥିଲେ । ଦେଶରେ ଚାଲିଥିବା ରାଷ୍ଟ୍ରୀୟ ଆନ୍ଦୋଳନର ପ୍ରାରମ୍ଭିକ ପର୍ଯ୍ୟାୟରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ସେ ବ୍ରିଟିଶ୍ ସଂସଦରେ ସ୍ଥାନ ପାଇବାକୁ ଅନେକଥର ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ଏହି ରାଷ୍ଟ୍ରବାଦୀ ନେତାଙ୍କର ୧୯୦୬ ମସିହା ଜୁଲାଇ ୨୧ରେ ଦେହାନ୍ତ ହୋଇଥିଲ

Leave a Reply