Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମହରମ ଶୋଭାଯାତ୍ରା ସମୟରେ ତ୍ରିରଙ୍ଗା ପତାକାକୁ ଅସମ୍ମାନ: ୧୮ ଜଣଙ୍କ ବିରୋଧରେ ମାମଲା ରୁଜ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମହରମ ଶୋଭାଯାତ୍ରା ସମୟରେ ତ୍ରିରଙ୍ଗା ପତାକାକୁ ଅସମ୍ମାନ: ୧୮ ଜଣଙ୍କ ବିରୋଧରେ ମାମଲା ରୁଜ

ପାଲାମୁ: ଝଡ଼ଖଣ୍ଡ ପାଲାମୁ ଜିଲ୍ଲାରେ ମହରମ ଶୋଭାଯାତ୍ରା ସମୟରେ ତ୍ରିରଙ୍ଗା ପାତାକକୁ ଅସମ୍ମାନିତ କରାଯାଇଛି । ଏହି ଘଟଣାରେ ପୁଲିସ ୧୮ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି । ରାଞ୍ଚି ଠାରୁ ୧୭୫ କିମି ଦୂର ଚୈନପୁର ଥାନା ଅଧୀନରେ ଏଭଳି ଘଟଣା ଘଟିଛି । ଶୁକ୍ରବାର ସନ୍ଧ୍ୟାରେ ଶାହପୁର, କଲ୍ୟାଣପୁର, ଏବଂ କାଙ୍କରୀରେ ମହରମ ଶୋଭାଯାତ୍ରା ଯାଇଥିଲା । ଏହି ସମୟରେ କିଛି ଉଗ୍ର ମାନସିକତାର ଦୁର୍ବୃତ୍ତ ତ୍ରିରଙ୍ଗା ପତାକାର ଅପମାନ କରିଥିଲେ । ଶୋଭାଯାତ୍ରା ସମୟରେ ଡିଜେ ବାଜିଥିଲା । ଏହି ସମୟରେ ତ୍ରିରଙ୍ଗାର ଅପମାନ ହେବା ଭିଡିଓ ସାମ୍ନାକୁ ଆସିଥିଲା ବୋଲି ଏଏସ୍‌ପି ରିଶବ ଗର୍ଗ କହିଛନ୍ତି । ତେବେ ଜାତୀୟ ପତାକାରେ ରଙ୍ଗ ସମାନ ଥିବା ବେଳେ ଅଶୋକ ଚକ୍ର ନଥିଲା । ଅଶୋକ ଚକ୍ର ସ୍ଥାନରେ ଉର୍ଦ୍ଦୁରେ କିଛି ଲେଖା ରହିଥିବା ସହିତ ତଳେ ଖଣ୍ଡା ଚିହ୍ନ ଥିଲା । ଏହି ଘଟଣାରେ ରାଷ୍ଟ୍ରୀୟ ସମ୍ମାନ ହାନୀ ଆଇନରେ ୧୮ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ୧୩ ଜଣଙ୍କ ନାଁ ଜଣାପଡ଼ିଛି ବୋଲି ଶ୍ରୀ ଗର୍ଗ କହିଛନ୍ତି । ଅନ୍ୟପଟେ ଦୋଷୀଙ୍କୁ ଧରିବାକୁ ଚଢ଼ାଉ ଜାରି ରହିଛି ବେଲି ଚୈନପୁର ଥାନା ଅଧିକାରୀ ରୂପେଶ କୁମାର ଦୁବେ କହିଛନ୍ତି ।

Leave a Reply