ଜାତୀୟ ରାଜପଥରେ ଗୋମାତାଙ୍କୁ ଦୁର୍ଘଟଣାରୁ ସୁରକ୍ଷା ପାଇଁ ପୋଲିସର ସହଯୋଗ ଲୋଡିଲେ ବଜରଙ୍ଗ ଦଳ


ଚଣ୍ଡିଖୋଲ: ଯାଜପୁର ଜିଲ୍ଲା ବଡ଼ଚଣା ଅଂଚଳରେ ଜାତୀୟ ରାଜପଥ ୫୩ ଓ ୧୬ ଉପରେ ଗୋମାତାଙ୍କୁ ଦୁର୍ଘଟଣାରୁ ସୁରକ୍ଷା ପାଇଁ ଥାନା ସହଯୋଗ ଲୋଡିଲେ ବିଶ୍ୱହିନ୍ଦୁ ପରିଷଦ ବଜରଙ୍ଗ ଦଳ । ଗାଈ ମାଲିକ ଙ୍କ ବେପରୁଆ ମନଭାବ ଓ ଗୋମାତା ଙ୍କ ପ୍ରତି ଅବହେଳା ପାଇଁ ଆଜି ଜାତୀୟ ରାଜପଥ ରେ ପ୍ରତିଦିନ ଶହ ଶହ ଗୋମାତା ଦୁର୍ଘଟଣା ର ଶିକାର ହେଉଛନ୍ତି,ସେଥିମଧ୍ୟରୁ କିଛି ଗୋମାତାଙ୍କ ଦେହାନ୍ତ ହେବା ସହ ବହୁ ଗୁରୁତ୍ୱର ଯଖମୀ ହୋଇ ଜୀବନ ସାରା କଷ୍ଟ ପାଉଥିବାର ଦେଖିବାକୁ ମିଳିଛି । ଗତ ଜୁଲାଇ ୨୩ରେ ଚଣ୍ଡିଖୋଲ ନିକଟରେ ଉଭୟ ଜାତୀୟ ରାଜପଥ ଉପରେ ପନ୍ଦର ଗୋରୁ ଦୁର୍ଘଟଣାର ଶିକାର ହୋଇଥୁଲେ । ସେଥମଧ୍ୟରୁ ଚାରିଗୋଟି ଗାଈ ଙ୍କର ଦେହାନ୍ତ ହୋଇଥିଲା ବେଳେ ଆଉ ଏଗାର ଗୋଟିଏ ଗାଈଙ୍କୁ ବଡ଼ଚଣା ବିଶ୍ୱହିନ୍ଦୁ ପରିଷଦ ବଜରଙ୍ଗ ଦଳର କର୍ମକର୍ତା ମାନେ ଚିକତ୍ସା କରାଇ ଭଲ କରି ଥିଲେ । କିଛି ଗାଈଙ୍କୁ କେହି ନ ନେବାରୁ ତାଙ୍କୁ ଗୋଶାଳା ରେ ମଧ୍ୟ ଛାଡି ଥିଲେ । ଏହି ପରି କର୍ମକର୍ତା ମାନେ ବହୁ ସେବା କରିବା ପରେ ଏହାର ସ୍ଥାୟୀ ପ୍ରତିକାର ପାଇଁ, ଯାଜପୁର ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ସଭାପତି ଅକ୍ଷୟ କୁମାର ବଳଙ୍କ ନିର୍ଦେଶ କ୍ରମେ ବଡ଼ଚଣା ବିଶ୍ୱହିନ୍ଦୁ ପରିଷଦ ବଜରଙ୍ଗ ଦଳ ସଭାପତି ଅକ୍ଷୟ କୁମାର ଗୋଛାୟତଙ୍କ ନେତୃତ୍ୱ ରେ କିଛି କର୍ମକର୍ତା ମାନେ ଯାଇ ବଡ଼ଚଣା, ବାଲିଚନ୍ଦ୍ରପୁର, ବଇରୀ ଥାନା ଅଧିକାରୀ ପ୍ରଦୀପ କାନୁନଗୋଙ୍କୁ ଦେଖାକରି ଏ ବିଷୟରେ ଆଲୋଚନା କରିଥିଲେ । ଏକ ଲିଖିତ ଅଭିଯୋଗ ମଧ୍ୟ ଦେଇଥିଲେ ।

Leave a Reply

Your email address will not be published. Required fields are marked *